/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687505354.jpg)
3 children dead
କୂଅରୁ ଉଦ୍ଧାର ହେଲା ମହିଳାଙ୍କ ସହ ୩ ପିଲାଙ୍କ ମୃତଦେହ । ଗତକାଲି ଏକ କୂଅରୁ ଜଣେ ମହିଳା ଏବଂ ତାଙ୍କର ତିନି ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଓ ତାଙ୍କ ୩ ପିଲାଙ୍କୁ କିଏ ହତ୍ୟା କରିଛି ? ନା ମୃତ ମହିଳା ଜଣକ ନିଜ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଛି ।
ପୋଲିସର ସୂଚନାନୁସାରେ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଥିଲା । ସମସ୍ତଙ୍କ ମୃତଦେହ ଏକ କୁମ୍ଭାର ଫାର୍ମରେ ଥିବା ଏକ କୂଅରୁ ମିଳିଥିଲା । ଏନେଇ ଜାଣିବା ପରେ ସେହି ଜାଗାର ମାଲିକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ତଦନ୍ତ କରୁଛି । ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ଅହମ୍ମଦନଗରରେ ଘଟିଛି ।
ମୃତ ମହିଳା ଜଣକଙ୍କ ନାଁ କାଞ୍ଚନ । ସେ କୁମ୍ଭାର ଫାର୍ମରେ କାମ କରୁଥିଲେ । ବୁଧବାର ଦିନ ରାତିରେ କାଞ୍ଚନ ଏବଂ ତାଙ୍କ ସ୍ୱାମୀ ଧାମପାଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କକୁ ଦେଖି ପଡ଼ୋଶୀମାନେ ହସ୍ତକ୍ଷେପ କରିଥିଲେ । ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ବିଫଳ ହୋଇଥିବା ପଡ଼ୋଶୀମାନେ କହିଥିବା ପୁଲିସ ସୂଚନା ଦେଇଛି ।
ଏନେଇ କାଞ୍ଚନଙ୍କ ସ୍ୱାମୀଙ୍କୁ ପୋଲିସ ପଚରାଉଚରା କରିଥିଲେ ମଧ୍ୟ ସେପରି କିଛି ପ୍ରମାଣ ମିଳିପାରିନାହିଁ । ଫଳରେ ମୃତଦେହକୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାକୁ ପୋଷ୍ଟମର୍ଟମ କରିବାକୁ ପଠାଇଦେଇଛି । ଏହି ଘଟଣା ଏକ ହତ୍ୟାକାଣ୍ଡ କି ଆତ୍ମହତ୍ୟା ସେ ନେଇ ତଦନ୍ତ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)