• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିନକୁ ଦିନ ପାକିସ୍ତାନରେ ଦେଖିବାକୁ ମିଳୁଛି ଅଲଗା ଅଲଗା ଚିତ୍ର । କେତେବେଳେ ପ୍ରଧାନମନ୍ତ୍ରୀ ତ ପୁଣି କେତେବେଳେ ମନ୍ତ୍ରୀଙ୍କୁ ବାଡ଼ାଉଛନ୍ତି ଜନତା । ଖାଲି ସେତିକି ନୁହେଁ ଅର୍ଥନୀତି ଭୁଷୁଡ଼ିବାକୁ ନେଇ ସାଧାଣଲୋକେ ରାଷ୍ଟ୍ରପତିଙ୍କ ବାସଭବନରେ ପଶିବା ସହ ବାସଭବନରେ ଥିବା ଆସବାବପତ୍ରକୁ ଏଣେତେଣେ ଫିଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ବର୍ତ୍ତମାନ ସେହିପରି ଏକ ଘଟଣା ସମ୍ନାକୁ ଆସିଛି । ଏଥର ପାକିସ୍ତାନରେ ପୁରୁଷ ନୁହଁନ୍ତି, ଛତ୍ରୀମାନେ ଦେଖାଇଛନ୍ତି ଦବଙ୍ଗଗିରି ।

ଛାତ୍ରୀମାନେ ବୁର୍ଖା ପିନ୍ଧିବା ସହ ହାତରେ ବାଡ଼ିଧରି ପୋଲିସକୁ ବାଡ଼େଇଛନ୍ତି । ସୂଚନା ଅନୁସାରେ ପ୍ରଥମେ ଇସଲାମାବାଦରେ ଲାଲ ମସଜିଦର ମୌଲାନା ଅବଦୁଲ ଅଜିଜଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ପାକିସ୍ତାନର ଆତଙ୍କବାଦରେ ସମ୍ପୃକ୍ତ ଥିବା ଲୋକମାନେ ଅବଦୁଲ ଅଜିଜଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଦିଆଯାଇଥିବା ସୂଚନା ଅନୁଯାୟୀ ସେମାନେ ମସଜିଦ ବାହାରେ ପ୍ରଥମେ ଗୁଳି ଚଳାଇଥିଲେ । ପରେ ମୌଲାନା ମଧ୍ୟ ଗୁଳି ଚାଳନା କରିଥିଲେ । ହେଲେ କିଛି ସମୟର ଗୁଳିଚାଳନା ପରେ ମୌଲାନା ନିଜ ଜୀବନ ରକ୍ଷା କରିବାକୁ ମଦ୍ରାସାରେ ପହଞ୍ଚିଥିଲେ ।

ମୌଲାନା ଉପରେ ଆକ୍ରମଣ ପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ଖୋଲାଖୋଲି ଭାବେ ଚେତାବନୀ ଦେଇଛି । ଟିଟିପି ପକ୍ଷରୁ କୁହାଯାଇଛି, ଆମ ଉପରେ ହୋଇଥିବା ଆକ୍ରମଣକୁ ଆମେ ବରଦାସ୍ତ କରିବୁ ନାହିଁ । ଏହା ପରେ ପରେ ବୁର୍ଖା ପିନ୍ଧି କିଛି ଛାତ୍ରୀ ବାଡ଼ି ଧରି ରାଜରାସ୍ତାକୁ ଓହ୍ଲାଇଥିଲେ । ଫଜଲ ହକ ରୋଡକୁ ଅବରୋଧ କରିଥିଲେ ।

ଏନେଇ ଖବର ପାଇବା ପରେ ପୋଲିସ ମୌଲାନା ଅବଦୁଲ ଅଜିଜଙ୍କୁ ଗିରଫ କରିବାକୁ ଆସିଥିଲା । ଯାହାକୁ ବିରୋଧ କରି ଛାତ୍ରୀମାନେ ପୋଲିସକୁ ବାଡ଼େଇଥିଲେ । ପାକିସ୍ତାନ ସାମ୍ବାଦିକ ଅର୍ଜୁ କାଜମି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ପୋଲିସକୁ ମାଡ ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ରୀମାନେ ପୋଲିସକୁ ବାଡ଼ିରେ ପିଟୁଥିବା ସ୍ପଷ୍ଟ ଦେଖାଯାଉଛି ।