• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲ୍‌ ଭିତରେ ଭୟଙ୍କର ଦଙ୍ଗା । ମଧ୍ୟ ଆମେରିକାର ହୋଣ୍ଡୁରସ୍‌ରେ ଥିବା ଦେଶର ଏକମାତ୍ର ମହିଳା ଜେଲ୍‌ରେ ମଙ୍ଗଳବାର ସକାଳେ ବଡ଼ ଦଙ୍ଗା ସହ ହିଂସାକାଣ୍ଡ ଘଟିଛି । ଏଥିରେ ୪୧ଜଣ ମହିଳା କଏଦୀଙ୍କର ମୃତ୍ୟୁ ଘଟିଥିବା କଥା ଦି ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ପ୍ରକାଶ ପାଇଛି । ଅବୈଧ ଗତିବିଧିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୋଡ଼ି ମାରି ଦିଆଯାଇଥିବା ବ‌େଳେ ଆଉ କେତେ ଜଣଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ।

ହୋଣ୍ଡୁରାସର ଜାତୀୟ ପୋଲିସ ଅନୁସନ୍ଧାନ ଏଜେନ୍ସିର ମୁଖପାତ୍ର ୟୁରି ମୋରା ଏହି ଘଟଣା ସମ୍ପର୍କରେ ଏକ ବୟାନ୍‌ ଜାରି କରିଛନ୍ତି । ଅଧିକାଂଶଙ୍କୁ ପୋଡି ମାରି ଦିଆଯାଇଥିବା ସେ କହିଛନ୍ତି । କିଛି ଗୁରୁତର ଆହତ ମହିଳା କଏଦୀଙ୍କୁ ଟେଗୁସିଗାଲପା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜେଲ୍‌ ଭିତରୁ ୪୧ଟି ଶବ ମିଳିଥିବା ଫୋରେନ୍‌ସିକ୍‌ ଟିମ୍‌ ସୁନିଶ୍ଚିତ କରିଛି ।

ତେବେ ଏହି ହିଂସାକାଣ୍ଡ ପାଇଁ ଦେଶର ରାଷ୍ଟ୍ରପତି ମାରା ଷ୍ଟ୍ରିଟ ଗ୍ୟାଙ୍ଗକୁ ଦାୟୀ କରିଛନ୍ତି । କାରଣ ସେମାନେ ହିଁ ସବୁ‌ବେଳେ ଜେଲ୍‌ ଭିତରେ ହିଂସାକାଣ୍ଡ ଘଟାଇ ଥାଆନ୍ତି । ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେପଟେ ଦଙ୍ଗା ପରେ ଜେଲ୍‌ ଭିତରେ ଏଣେତେଣ ପିସ୍ତଲ, ଭୁଜାଲି ଓ ଅନ୍ୟାନ୍ୟ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଥିଲା ।