• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କରିଦେବାକୁ କହି ଜୀବନରୁ ମାରିଦେଲା ତାନ୍ତ୍ରିକ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଶାହାଜନାବାଦ ଜିଲ୍ଲାରେ ଦେଖିବାକୁ ମିଳିଛି । ମୃତ ଯୁବତଙ୍କ ନାଁ ହେଲା ପୁନମ । ସେ ପ୍ରୀତି ବୋଲି ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ସମଲିଙ୍ଗୀ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ପୋଲିସର କହିବାନୁଯାୟୀ ଦୁହିଁଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ପ୍ରୀତି ବିବାହ କରିବାକୁ ମନା କରିଦେଇଥିଲେ ।

ପୋଲିସର କହିବାନୁଯାୟୀ, ପ୍ରୀତି ଓ ତାଙ୍କ ମାଆ ପୁନମଙ୍କୁ ହତ୍ୟା କରିବା ପାଇଁ ପ୍ରି ପ୍ଲାନ୍ କରିଥିଲେ । ଏଥିପାଇଁ ସେ ମହମ୍ମଦ ନଗରରେ ରହୁଥିବା ତାନ୍ତ୍ରିକ ରାମନିବାସ ସହ ସାକ୍ଷାତ କରିଥିଲେ । ଦୁହେଁ ତାନ୍ତ୍ରିକକୁ ପୁନମ୍‌କୁ ଜୀବନରୁ ମାରିଦେବା ପାଇଁ ସୁପାରୀ ମଧ୍ୟ ଦେଇଥିଲେ । ଏଥିପାଇଁ ସେ ୧.୫ ଲକ୍ଷ ଟଙ୍କା ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ପ୍ରୀତିଙ୍କ ମାଆ ୫ ହଜାର ଟଙ୍କା ଆଡଭାନ୍ସ ମଧ୍ୟ ଦେଇଥିଲେ ।

ପ୍ରୀତି ତାନ୍ତ୍ରିକକୁ କହିଥିଲେ ଯେ, ପୁନମ୍‌ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ଚାହୁଁଛି । ପ୍ରୀତି ମଧ୍ୟ ପୁନମ୍‌ଙ୍କୁ ବିଶ୍ୱାସ ଦେଇଥିଲେ ଯେ, ତାନ୍ତ୍ରିକ ରାମନିବାସ ତାଙ୍କୁ ପୁଅ କରିଦେବେ । ଏହି ବିଶ୍ୱାସରେ ପୁନମ୍‌ ପ୍ରୀତିଙ୍କ ସହ ସେହି ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ । ତାନ୍ତ୍ରିକ ପୁନମ୍‌ଙ୍କୁ ଲିଙ୍ଗ ପରିବର୍ତ୍ତନ କରିଦେବା କହି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲା । ଝିଅରୁ ପୁଅ ହେବାକୁ ହେଲେ ନଦୀରେ ଆଖି ବନ୍ଦ କରି ଶୋଇବାକୁ ହେବ ବୋଲି ମଧ୍ୟ କହିଥିଲା । ପୁନମ୍‌ ତାନ୍ତ୍ରିକର କଥା ଶୁଣିବା କ୍ଷଣି ରାମନିବାସ କୁରାଢ଼ୀରେ ପୁନମ୍‌ଙ୍କ ଗଳାକୁ କାଟି ଦେଇଥିଲା । ଏହାପରେ ପୁନମ୍‌ଙ୍କ ଶରୀରକୁ ଏକ ବୁଦା ମୂଳରେ ଫିଙ୍ଗି ଦେଇଥିଲା ।

ଏପ୍ରିଲ ୧୮ ରୁ ପୁନମ୍‌ ଘରୁ ଯାଇଥିଲେ ଯେ ଆଉ ଫେରିଲେନି । ତାଙ୍କ ଭାଇ ଶେଷରେ ପୋଲିସରେ FIR ଦେଇଥିଲେ । ପୋଲିସ ତଦନ୍ତ ପରେ ଉଭୟ ପ୍ରୀତି ଓ ରାମନିବାସଙ୍କୁ ଗିରଫ କରି ପଚରାଉଚରା କରୁଛି । ପ୍ରୀତିଙ୍କ ମାଆ ଫେରାର ଥିବାରୁ ପୋଲିସ ଖୋଜାଖୋଜି କରୁଛି । ତାନ୍ତ୍ରିକ ଘରକୁ ଯାଇ ହତ୍ୟା କରିଥିବା କୁରାଢ଼ୀକୁ ମଧ୍ୟ ପୋଲିସ ଜବତ କରିଛି ।