/odishatv-khabar/media/post_attachments/uploadimage/library/16_9/16_9_0/murder_1687326664.jpg)
murder
ପୂର୍ବତନ ସରପଞ୍ଚଙ୍କୁ କାର ମଡ଼ାଇ ହତ୍ୟା। ଗଞ୍ଜାମ ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁର ପୂର୍ବତନ ସରପଂଚ ତଥା ଯୁବ ନେତା ଲଳିତ ମୋହନ ମହାପାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ସେହି ଅଞ୍ଚଳର ଜଣେ ଯୁବକ କାର ମଡ଼ାଇ ହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ଅଭିଯୁକ୍ତ ଯୁବକଙ୍କ ସହ ଲଳିତଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ଓ ହାତାହାତି ହୋଇଥିଲା । ଝଗଡ଼ା ପରେ ଲଲିତ ସେଠାରୁ ତାଙ୍କ ବୁଲେଟ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ହେଲେ ଯୁବକ ଜଣଙ୍କ ଏକ କାରରେ ପିଛା କରି ଆସି ତାଙ୍କୁ ଗାଁ ସ୍କୁଲ ଓ ପଞ୍ଚାୟତ ମଧ୍ୟବର୍ତ୍ତୀ ଅଞ୍ଚଳରେ ପଛ ପଟୁ ଜୋରରେ ଧକ୍କା ଦେବା ସହ ଘୋଷାଡି ନେଇଥିଲେ ।
ପରେ ନିଜେ କାରରେ ତାଙ୍କୁ ଆଣି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରି ସେଠାରୁ ଫେରାର ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଲଲିତଙ୍କ ପରିବାର ପକ୍ଷରୁ କେ ନୂଆଗାଁ ଥାନାରେ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପୋଷ୍ଟମୋଟର୍ମ ପାଇଁ ଏମକେସିଜି ମେଡିକାଲକୁ ଶବକୁ ପଠାଇ ଦିଆଯାଇଛି ।
ଲଳିତଙ୍କ ମୃତ୍ୟୁ ଖବର ପାଇ ଶତାଧିକ ସହଯୋଗୀ ଦିଗପହଣ୍ଡି ମେଡିକାଲରେ ପହଞ୍ଚିଥିବା ବେଳେ ଅଭିଯୁକ୍ତକୁ ଅତି ଶୀଘ୍ର ଧରିବାକୁ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)