Advertisment

ଅମାନବୀୟ ! ବିଚ୍‌ ରାସ୍ତାରେ ଯୁବକଙ୍କୁ ଆଣ୍ଠେଇଦେଲେ, କୁକୁର ପରି ଭୁକିବାକୁ କହିଲେ

'ମୁଁ କୁକୁର...' କୁକୁରଙ୍କ ପରି ଭୋ ଭୋ ଭୁକିବାକୁ ଆରମ୍ଭ କରିଥିଲେ ପୀଡିତ। 'ଭାଇ, ସରି ଭାଇ..' ବୋଲି କହୁଥିଲେ ବି କେହି ଶୁଣିନଥିଲେ।

author-image
Chandan Shishu
Bhopal youth held on a leash, ordered to bark like a dog

Bhopal youth held on a leash, ordered to bark like a dog

ଜଣେ ଯୁବକର ବେକରେ ବେଲ୍ଟ ବାନ୍ଧି ଆଣ୍ଠେଇ ଦେବାସହ କୁକୁର ଭଳି ଭୁକିବାକୁ ବାଧ୍ୟ କରିଛନ୍ତି। ଯୁବକ ଜଣକ ଯେତେ କାକୁତିମିନତି ହେଲେବି, କେହିବି ଶୁଣିନଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୋପାଳରେ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଗୁରୁତର ସହ ନେଇଛି ମଧ୍ୟପ୍ରଦେଶ ସରକାର।

Advertisment

୫୦ ସେକେଣ୍ଡର ଏହି ଭିଡିଓରେ ପୀଡିତ ଯୁବକଙ୍କୁ ତିନି ଜଣ ଯୁବକ ଗ୍ରୁପ୍ ହୋଇ ପ୍ରଥମେ ଆକ୍ରମଣ କରିଥିଲେ। ପୀଡିତକୁ ରାସ୍ତା ଉପରେ ଜୋର ଜବରଦସ୍ତି ବସାଇ ଭୁଲ୍‌ ମାଗିବାକୁ କହିଥିଲେ। କେବଳ ସେତିକିନୁହେଁ, ଯୁବକର ବେକକୁ ଏକ ବେଲ୍ଟରେ ବାନ୍ଧିଦେଇଥିଲେ। ଜଣେ ଯୁବକ ସେହି ବେଲ୍ଟକୁ ଧରିଥିଲା। ଅନ୍ୟମାନେ ତାଙ୍କୁ କୁକୁର ପରି ଭୁକିବାକୁ ବାଧ୍ୟ କରିଥିଲେ।

'ମୁଁ କୁକୁର... କୁକୁରଙ୍କ ପରି ଭୋ ଭୋ ଭୁକିବାକୁ ଆରମ୍ଭ କରିଥିଲେ ପୀଡିତ। ସେ 'ଭାଇ, ସରି ଭାଇ..' ବୋଲି ସେମାନଙ୍କୁ କହୁଥିଲେ ବି କେହି ଶୁଣିନଥିଲେ। ଏହାସହ ଭିଡିଓରେ ପୀଡିତ ଜଣକ ସାହିଲର ନାଁ ନେଇ 'ସାହିଲ ମୋ ବାପା, ସାହିଲ ମୋ ବଡ଼ ଭାଇ... ତାର ମା ମୋର ମାଆ, ମୋ ମାଆ ତାର ମାଆ' ବୋଲି କହିଥିଲେ। 

Advertisment

ତେବେ ଭିଡିଓ ଭାଇରାଲ ହେବାପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଗୁରୁତର ସହ ନେଇଥିଲେ। ଘଟଣାର ତଦନ୍ତ କରି ୨୪ ଘଣ୍ଟା ଭିତରେ ରିପୋର୍ଟ ଦୋବାପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ।  

ତେବେ ପରିବାର ଲୋକଙ୍କ ଅଭିଯୋଗ ଯେ ସାହିଲ ନାମକ ଯୁବକ ଓ ତାର ଗ୍ୟାଙ୍ଗ ଡ୍ରଗ୍ସ ସେବନ କରନ୍ତି ଓ ଅନ୍ୟମାନଙ୍କୁ ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରାନ୍ତି। ପୀଡିତ ଜଣକୁ ନିଜ ଘରୁ ଚୋରି କରାଇବା ପାଇଁ ସେମାନେ ବାଧ୍ୟ କରାଇଥିଲେ। ପୋଲିସ ମାମଲା ରୁଜୁ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରିଛି।

Advertisment
Advertisment