ଆଜି ନ୍ୟାୟ ପାଇଁ ସଂଘର୍ଷ ନାମକ ଏକ ସଂଗଠନର ସଭ୍ୟ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଆସିଥିବା ବେଳେ ସେମାନଙ୍କ ସହିତ ପ୍ରତାପଙ୍କ ସମର୍ଥକଙ୍କ ଗଣ୍ଡଗୋଳ ହୋଇଛି । ଏପରିକି ପ୍ରତାପଙ୍କ ସମର୍ଥକ ଆକ୍ରମଣ କରିଥିବା ଅପରପକ୍ଷ ଅଭିଯୋଗ କରିଛନ୍ତି । ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି ।
ପ୍ରଭାତଙ୍କ ସହ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବି ଅତିରିକ୍ତ ଚାର୍ଜସିଟ୍
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି।
ଗତକାଲି ଜିଲ୍ଲା କଂଗ୍ରେସ, ଆଇଜି ଅଫିସ ଘେରାଉ କରିଥିଲା। ପୋଲିସ କାହିଁକି କିଛି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଖରେ ଥିବା ଏକ ପାର୍କର ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ବ୍ୟାଙ୍କରୁ ବାହାରି ବଡ଼ମ୍ବା ଅଭିମୁଖେ ଯାଇଥିଲେ ତପନ । ପତନି ଛକରେ ଯାଉଥିବାର ଦୃଶ୍ୟ ମଧ୍ୟ ସିସିଟିଭିରୁ ଜଣାପଡୁଛି । ପତନି ଛକ ଅତିକ୍ରମ ପରେ ମୋବାଇଲ୍ ସୁଇଚ୍ ଅଫ୍; ପତ୍ତା ମିଳୁନି ।
ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଡବଲ୍ ମର୍ଡର । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ ।
ରାଉରକେଲାରେ ନାବାଳକ ଛାତ୍ରକୁ ପଥରରେ ଛେଚି ହତ୍ୟା କରାଯାଇଛି ।
କ’ଣ ଥିଲା ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ? ଗୁମର ଖୋଲିବ ବହୁଚର୍ଚ୍ଚିତ Call Details Report ତଥା CDR ।
ମାମଲା ଚାଲୁ ରଖିବାକୁ ସାଲେପୁର JMFCଙ୍କ ନିର୍ଦ୍ଦେଶ । ମାମଲା ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚମ୍ପୁଆ ବ୍ଲକ RWSS କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସରକାରୀ ବାସଭବନରୁ ସେ କେଉଁଆଡ଼େ ଚାଲି ଯାଇଥିଲେ।
ସଂପୃକ୍ତ ମହିଳା ଜଣକ ଗତ ୩ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଏହାର କିଛିଦିନ ପରେ ଅର୍ଥାତ ୨୦ ତାରିଖରେ ମାଲଦା ନଦୀରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ମୃତଦେହ ।
କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି ।
ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ।
କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ ।
ବାରିପଦାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ହତ୍ୟା ନା ଆତ୍ମହତ୍ୟା ? ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।
ମୋବାଇଲ୍ ପାଇଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିଷ ପିଇ ଦେଇଥିବା ଜଣାପଡ଼ିଛି। ସ୍କୁଲ୍ରୁ ଆସିବା ମାତ୍ରେ ପୁଅ ମୋବାଇଲ ଧରୁଥିବାରୁ ମାଆ ରାଗିକି ଗାଳି କରିଥିଲେ।
ବିଷ ପିଇଦେଲେ ଗଣଦୁଷ୍କର୍ମ ପୀଡ଼ିତା। ସମ୍ପୃକ୍ତ ନାବାଳିକାକୁ ପଞ୍ଚଲିଙ୍ଗେଶ୍ୱର ବୁଲିବା ପାଇଁ କହି ପ୍ରେମିକ ଘରୁ ଡାକି ନେଇଥିଲେ। ହେଲେ ପଞ୍ଚଲିଙ୍ଗେଶ୍ୱର ପରିବର୍ତ୍ତେ ଯୁବକ ଜଣକ ନାବାଳିକାଙ୍କୁ ଚାନ୍ଦିପୁର ନେଇ ଯାଇଥିଲେ।
ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର। ଡାକ୍ତରୀ ପଢ଼ା ଶେଷ କରିବା ପରେ ସଚିନ ହାଉସ ସର୍ଜନ ଭାବେ ପିଆରଏମ୍ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଥିଲେ।
ମହିଳାମାନଙ୍କୁ ଦୁଷ୍କର୍ମ କରିବା ପରେ ବନ୍ଧୁକ ମୁନରେ ଡରାଇ ତାଙ୍କ ଦେହରୁ ଗହଣା ଖୋଲି ନେଇଥିଲେ । ଯାହାର ଦାମ୍ ୧୩ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି ।
ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ
୨୦୨୦ରେ ନିଜ୍ଜାରକୁ ଆତଙ୍କବାଦୀ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଖଲିସ୍ଥାନ ଟାଇଗର ଫୋର୍ସ, ଯାହାକି ଶିଖ୍ସ ଫର ଜଷ୍ଟିସର SFJ ର ଏକ ଅଂଶ ନିଜ୍ଜାର ସଂଗଠନରେ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାର ତଦାରଖ କରୁଥିଲା।
ପାରିବାରିକ କଳହକୁ ନେଇ ନିଶାଗ୍ରସ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା । ସ୍ତ୍ରୀ ସୁବୁନି ଗଲା ଆରପାରିକୁ ଆଉ ହତ୍ୟାକାରୀ ସ୍ଵାମୀ ସନା ଗଲା ଜେଲ ।
ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ । ଏଚଆର୍ ହେଡ୍ ବୈଜୟନ୍ତି କରଙ୍କ ବିରୋଧରେ ବି ଅଭିଯୋଗ ହୋଇଛି ।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯିବାରୁ ଭରା ସଭାରେ ଗଣ୍ଡଗୋଳ। ଆଉ ଏହାରି ଭିତରେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ।