/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700133934.jpg)
dentist arrested
ଡ୍ରଗ୍ସ ବେପାର କରୁଥିଲେ ଡେଣ୍ଟିଷ୍ଟ । ଯାଜପୁରରୁ ୨୫ ଗ୍ରାମ ବ୍ରାଉନସୁଗର ଜବତ ସହ ପୋଲିସ ଗିରଫ କରିଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଦାନ୍ତ ଡାକ୍ତର । ଏନେଇ ଯାଜପୁର ଏସ୍ଡିପିଓ ସୂଚନା ଦେଇଛନ୍ତି । ଗିରଫ ଡେଣ୍ଟିଷ୍ଟ ଜଣକ ହେଲେ ନିଗମାନନ୍ଦ ଖଟୁଆ । ସେ ଯାଜପୁର ଥାନା ମହାବୀର ବିହାରରେ କ୍ଲିନିକ କରିଥିଲେ ।
Advertisment
ଗତକାଲି ସନ୍ଧ୍ୟା ସମୟରେ ପ୍ରଶାସନିକ ଭବନ ନିକଟରେ ଚଢାଉ କରାଯିବା ବେଳେ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଟାଉନ ଥାନା ପୋଲିସ ଧରିଥିଲା । ସେମାନଙ୍କ ନିକଟରୁ ୨୫.୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା । ପଚରାଉଚରା ବେଳେ ନିଗମାନନ୍ଦ ସେମାନଙ୍କୁ ବ୍ରାଉନସୁଗର ଯୋଗାଉଥିବା ସୂଚନା ମିଳିଥିଲା ।
ପୋଲିସ ୩ ଜଣଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି । ସମସ୍ତ ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଦୀର୍ଘ ଦିନ ଧରି ସେମାନେ ଏହି କାରବାର କରି ଆସୁଥିଲେ । ଏମାନଙ୍କ ସହ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ସେନେଇ ତଦନ୍ତ ଚାଲିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)