Advertisment

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

୨୦୨୦ ମସିହା ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ ।

author-image
Tanmay Kumar Mahalik
Crime News

Crime News

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀର ପୋକ୍ସ କୋର୍ଟ । ୨୦୨୦ ମସିହା ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ ।

Advertisment

ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ଏବଂ ପୀଡ଼ିତା ନାବାଳିକାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ୨୦୨୦ ଜାନୁଆରୀରେ ଏହି ଘଟଣା ହୋଇଥିଲା । ନାବାଳିକା ଜଣକ ତା ସାଙ୍ଗମାନଙ୍କ ସହିତ ମିଶି ବାଲିଗୁଡ଼ା ବଜାର ଯାଇଥିବା ବେଳେ ଅଭିଯୁକ୍ତ ଅଶୋକ ତାକୁ ବିଭିନ୍ନ ବାହାନାରେ ନିଜ ଘରକୁ ନେଇ ଦୁଇ ଦିନ ରଖି ଦୁଷ୍କର୍ମ କରିଥିଲା ।

Advertisment

୨୦୨୦ ମସିହା ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ପୀଡ଼ିତା ନାବାଳିକା ଜଣକ ତା’ ସାଙ୍ଗମାନଙ୍କ ସହିତ ମିଶି ବାଲିଗୁଡ଼ା ବଜାର ଯାଇଥିବା ବେଳେ ଅଭିଯୁକ୍ତ ଅଶୋକ ତାକୁ ବିଭିନ୍ନ ବାହାନାରେ ନିଜ ଘରକୁ ନେଇଯାଇଥିଲା ଏବଂ ନିଜ ପାଖରେ ଦୁଇ ଦିନ ରଖି ଦୁଷ୍କର୍ମ କରିଥିଲା।

କୌଣସି ପ୍ରକାରେ ପୀଡ଼ିତା ନାବାଳିକାର ବାପା ମା ଏହି ଖବର ପାଇବା ପରେ, ଏ ସଂକ୍ରାନ୍ତରେ ବାଲିଗୁଡ଼ା ଥାନାରେ ମାମଲା ରୁଜୁ କରିଥିଲେ ଏବଂ ବାଲିଗୁଡ଼ା ପୋଲିସ ନାବାଳିକାକୁ ଅଭିଯୁକ୍ତର ଘରୁ ଉଦ୍ଧାର କରିଥିଲା । ଏହି ମାମଲାରେ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ମାନ୍ୟବର ପୋକ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ବୋଲି କୋର୍ଟର ସରକାରୀ ଓକିଲ ଅସୀମ ପ୍ରହରାଜ କହିଛନ୍ତି ।

20 Year Jail
Advertisment
Advertisment