/odishatv-khabar/media/post_attachments/uploadimage/library/16_9/16_9_0/s_1700117389.jpg)
Unknown person sets man on fire after calling him to return borrowed money in Kalahandi
ଉଧାର ଟଙ୍କା ଫେରସ୍ତ କରିବାକୁ ଡାକି ପେଟ୍ରୋଲ ଢାଳି ଜାଳିଦେଲା ଦୁର୍ବୃତ୍ତ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ବ୍ୟକ୍ତି ହେଲେ ଅଞ୍ଜନ ପାଢୀ । ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ହରର କଶାକେନ୍ଦୁ ଛକ ନିକଟରେ ଭଡ଼ା ଘରେ ଅଞ୍ଜନ ରୁହନ୍ତି । ଜଣେ ବ୍ୟକ୍ତିଙ୍କୁ ସେ ୨ ଲକ୍ଷ ଟଙ୍କା ଉଧାର ଦେଇଥିଲେ । ବାରମ୍ବାର ଟଙ୍କା ଫେରସ୍ତ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଞ୍ଜନ କହିବା ପରେ ମଧ୍ୟ ସେ କିଛିବି ଶୁଣୁ ନଥିଲେ । ଟଙ୍କା ନେଇଥିବା ବ୍ୟକ୍ତି ଅଞ୍ଜନଙ୍କୁ ଖରିଆର ରାସ୍ତାକୁ ଡାକି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ଗାଡ଼ି ଜଳି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ କିଛି ବ୍ୟକ୍ତି ଉଦ୍ଧାର କରି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ଘଟଣା ପରେ ଦୁର୍ବୃତ୍ତ ଫେରାର ମାରିଥିବା ବେଳେ, ଏଯାଏ ଅଭିଯୁକ୍ତର ପରିଚୟ ମିଳିପାରିନି । ସେପଟେ ଘଟଣା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇନଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)