Advertisment

ଧର୍ମେନ୍ଦ୍ରଙ୍କ PA କହି ଲୋକଙ୍କୁ ଚୁନ ଲଗାଉଥିଲା, ଏବେ ଧରାପଡ଼ି ଜେଲ୍‌ରେ..

ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ଜବତ କରିଛି ପୋଲିସ ।

author-image
Satyendu Shekher Mishra
Dharmendra Pradhan Fake PA

Dharmendra Pradhan Fake PA

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ PA ଏବଂ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ନିଜକୁ ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସଂପୃକ୍ତ ଯୁବକଙ୍କ ନାଁ ସନ୍ତୋଷ ମହୁରୀ । ଘର ବ୍ରହ୍ମପୁରରେ । 

Advertisment

ମିଳିଥିବା ସୂଚନା ଅନୁଯାୟୀ, ବେକାର ଯୁବକ ଯୁବତୀଙ୍କୁ ରେଲୱେ, ଡିଆରଡିଓ, ଆଇଓସିଏଲ ଏବଂ ପ୍ରତିରକ୍ଷା ଆଦି ବିଭାଗରେ ଚାକିରି କରାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ପ୍ରାୟ ୬୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । କଟକର ୭ ଜଣଙ୍କୁ ଏଭଳି ମିଛ ଚୁନା ଲଗାଇଥିଲା ସନ୍ତୋଷ । ଅଭିଯୋଗର ତଦନ୍ତ କରି ପୋଲିସ ସନ୍ତୋଷକୁ ଗିରଫ କରିଛି । ତା’ସହ ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ଜବତ କରିଛି ପୋଲିସ ।

କିଛି ମାସ ପୂର୍ବରୁ ସନ୍ତୋଷ କଟକର ଜଣେ ସାଧୁ ବାବାଙ୍କ ସଂସ୍ପର୍ଶରେ ଆସିଥିଲା । ଏହାପରେ ସେହି ସାଧୁବାବାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଏବଂ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ପରିଚୟ ଦେଇ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନାଁରେ ଠକେଇ କରୁଥିଲା ।

Advertisment

Fraud
Advertisment
Advertisment