Advertisment

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲା ବାପା, ଚାଲିଗଲା ଜୀବନ

ସରୋଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।

author-image
Satyendu Shekher Mishra
Father Died

Father Died

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା। କଟକ ନରାଜସ୍ଥିତ କୈବର୍ତ୍ତ ସାହି ଘାଟରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ନରାଜ ଅଞ୍ଚଳର ସରୋଜ ସାହୁ ତାଙ୍କର ୮ ବର୍ଷର ପୁଅକୁ ନେଇ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ। ପୁଅ ପାଣି ରେ ବୁଡିଯାଉଥିବା ବେଳେ ସରୋଜ ପୁଅକୁ ଉଦ୍ଧାର କରିବାକୁ ଯାଇ ଚୋରାବାଲିରେ ଫସି ଯାଇଥିଲେ। ପୁଅ କୂଳକୁ ଆସିଥିଲେ ମଧ୍ୟ ସରୋଜ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସରୋଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ନରାଜ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisment

ସେପଟେ ଠିକ୍‌ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ । ମାଟି ତଳୁ ନାବାଳିକା ଝିିଅର ମୃତଦେହ ଉଦ୍ଧାର ମାମଲା ଘନେଇବାରେ ଲାଗିଛି । ବାପା ମାଡ଼ ପରେ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିବା ପରେ ପରିବାର ଲୋକେ ଲୁଚାଇବା ଉଦ୍ଦେଶ୍ୟରେ ମାଟି ତଳେ ପୋତିଦେଇଥିବା ପୋଲିସ ଆଶଙ୍କା କରୁଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଧରି ପଚରାଉଚରା ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳିକାଟିର ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ାରେ। ଗତକାଲିଠାରୁ ସଂପୃକ୍ତ ଝିଅର ଦେଖାନମିଳିବାରୁ ସାହି ପଡ଼ିଶାରେ ନାନା ଚର୍ଚ୍ଚା ଲାଗିରହିଥିଲା। ଏହାପରେ ପୋଲିସ ବି ତତ୍ପରତା ଦେଖାଇ ଆରମ୍ଭ କରିଥିଲା ତନାଘନା। ଶେଷରେ ସନ୍ଦେହ ଘନୀଭୂତ ହେବାରୁ ନୟାଗଡ଼ ଏସଡ଼ିପିଓଙ୍କ ତତ୍ତ୍ବାବଧାନତାରେ ଦଶପଲ୍ଲା ଓ ନୁଆଗାଁ ପୋଲିସ ଫିରିଙ୍ଗିଆରେ ପହଂଚି ତନାଘନା କରିଥିଲା। ଆଉ ସେହି ଅଞ୍ଚଳରୁ ମାଟିତଳୁ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ କରାଇଥିଲା ପୋଲିସ।

Advertisment

ଏହି ଘଟଣାରେ ସଂପୃକ୍ତ ନାବାଳିକାର ବାପା ବିପ୍ର ନାୟକ ଏବଂ ୨ ସଂପର୍କୀୟଙ୍କ ଭାଇଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ପ୍ରେମ ସଂପର୍କକୁ କେନ୍ଦ୍ର କରି ଏ ଅଘଟଣ ପରେ ପୋତିଦେଇଥିବା ପୋଲିସ ଆଶଙ୍କା କରୁଛି।

Drown
Advertisment
Advertisment