• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରିନସପାଲ୍ ସାର୍‌ଙ୍କ ନମ୍ବର ସଉକ୍ । ୩୨୩୨ ନମ୍ବର ପ୍ରତି ଥିଲା ପ୍ରଫେସର ସୁଦର୍ଶନ ବେହେରାଙ୍କ ଅହେତୁକ ଦୁର୍ବଳତା । ସେଥିପାଇଁ ନିଜର ତିନିଟି ଗାଡ଼ିର ନମ୍ବର ସମାନ ଆଣିଥିଲେ । ତିନୋଟି ଯାକ ଦାମୀ କାର୍‌ର ନମ୍ବର ୩୨୩୨ । ହୋଣ୍ଡା ସିଟି, ଟୋୟଟା ଇଟିଓସ୍ ଏବଂ ସ୍କୋର୍ପିଓ ସବୁର ଶେଷ ନମ୍ବର ୩୨୩୨ । ଏସବୁକୁ ଏବେ ଜବତ କରି ତଦନ୍ତ କରୁଛି ଭିଜିଲାନ୍ସ ।

ଜଣେ ପ୍ରିନ୍ସପାଲଙ୍କର ମଧ୍ୟ ଏତେ ସମ୍ପତ୍ତି ଥାଇପାରେ । ୧୬ଟି ପ୍ଲଟ, ୩ଟି ବହୁତଳ ପ୍ରାସାଦ ଭଳି ଘର, ୫୦ ଲକ୍ଷ ଟଙ୍କାର ଜମାରାଶି । ତା’ସହିତ ୩ଟି ଦାମୀ ୪ ଚକିଆ ଗାଡ଼ି । ସବୁ ଗାଡ଼ିର ଦାମ ମିଶାଇଲେ ନିହାତି ୩୦-୪୦ ଲକ୍ଷ ଟଙ୍କା ହେବ । ଆହୁରି ପୁଣି ତଦନ୍ତ ଚାଲିଛି, କେତେ ଯେ ବାହାରିବ ତାର କିଛି ଆକଳନ କରାଯାଇନାହିଁ ।

ଏତେ ସବୁ ସଂପତ୍ତିର ମାଲିକ ହେଉଛନ୍ତି ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ୍ ଓ ହସ୍ପିଟାଲର ପ୍ରିନସପାଲ ପ୍ରଫେସର ସୁଦର୍ଶନ ବେହେରା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ଚଢଉ । ପୁରୀର ପ୍ରମୁଖ ସ୍ଥାନରେ ତାଙ୍କର ଅନେକ ପ୍ଲଟ ରହିଛି । ସାକ୍ଷୀଗୋପାଳ, ସତ୍ୟବାଦୀ, ଗୋପ, ଭାରତୀପୁର, ପିପିଲି, ଛଇତାନାରେ ରହିଛି ଏହି ସବୁ ପ୍ଲଟ । ୫୦ ଲକ୍ଷ ଟଙ୍କାର ଜମାରାଶି ସହ ଅନ୍ୟ କାଗଜପତ୍ର ମିଳିଛି । ତାଙ୍କର ସାକ୍ଷୀଗୋପାଳ, ପୁରୀ ସଦର ଓ ଗୋପସ୍ଥିତ ଘରେ ଚଢଉ ଚାଲିଛି । ତାଙ୍କ ସ୍ତ୍ରୀ ରହୁଥିବା ସମ୍ବଲପୁର ସିଆରପିଏଫ୍ କ୍ୟାମ୍ପସରେ ମଧ୍ୟ ଚଢଉ ହେଉଛି । ପୁରୀ ଗୋପରେ ଥିବା ସୁଦର୍ଶନଙ୍କ ସମ୍ପର୍କୀୟଙ୍କ ଘର ଓ ବଲାଙ୍ଗିର ଅଫିସରେ ମଧ୍ୟ ରେଡ୍ ଚାଲିଛି ।