ଖବର ପାଇ ପୋଲିସ ଯେତେବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କଲା, ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଲା ।
ବ୍ୟାଙ୍କକୁ ଯିବା ବାଟରେ ଗତ ସୋମବାର ଠାରୁ ନିଖୋଜ ଥିଲେ ତପନ ।
ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ନଥିଲା । ହଠାତ ରାଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଆଜି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଥିଲେ ।
କେଉଁଠି କମେଣ୍ଟମରାକୁ ନେଇ ହାତାହାତି ତ ଆଉ କେଉଁଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାର୍ପିଟ୍। କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କିରେ ଗୋଷ୍ଠୀ ସଂଘର୍ଷ ଘଟି ୧୬ ଜଣ ଆହତ ହୋଇଛନ୍ତି।
ଦୀର୍ଘ ୨ ବର୍ଷ ୯ ମାସର ବ୍ୟବଧାନ ପରେ ମାହାଙ୍ଗାରେ ଏଥର ଖଡ୍ଗହସ୍ତ ପ୍ରତାପଙ୍କ ସମର୍ଥକ ଓ ନ୍ୟାୟ ପାଇଁ ସଂଘର୍ଷ ପରିବାରର ସଦସ୍ୟ ।
ପ୍ରାଣକୃଷ୍ଣଙ୍କ କହିବାନୁସାରେ- ଗତକାଲି ତାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ବଢ଼ିବାରୁ ଅପରାହ୍ନ ସାଢ଼େ ୪ଟା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଆଜି ରାଉରକେଲା ଏଡିଏମ୍ ଅଫିସ ଆଗରେ ଏଭଳି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ଆଦିବାସୀ।
ସିବିଆଇ ତଦନ୍ତ ଦାବିରେ ଏକଜୁଟ୍ ହେଲେ ଶତାଧିକ ଆଦିବାସୀ ମହିଳା । ରାଉରକେଲା ଏଡିଏମ୍ ଅଫିସକୁ ଘେରାଉ ସହ ବିକ୍ଷୋଭ ।
ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ବ୍ୟକ୍ତି, DNA ଟେଷ୍ଟ ଦାବି । ସତ୍ୟ ଅନୁସନ୍ଧାନ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ ।
ମାହାଙ୍ଗାରେ ସମର୍ଥକ-ବିରୋଧୀ ସଂଘର୍ଷରେ ୨ ଆହତ । ପ୍ରତାପ ଜେନାଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି ।
ଆଜି ନ୍ୟାୟ ପାଇଁ ସଂଘର୍ଷ ନାମକ ଏକ ସଂଗଠନର ସଭ୍ୟ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଆସିଥିବା ବେଳେ ସେମାନଙ୍କ ସହିତ ପ୍ରତାପଙ୍କ ସମର୍ଥକଙ୍କ ଗଣ୍ଡଗୋଳ ହୋଇଛି । ଏପରିକି ପ୍ରତାପଙ୍କ ସମର୍ଥକ ଆକ୍ରମଣ କରିଥିବା ଅପରପକ୍ଷ ଅଭିଯୋଗ କରିଛନ୍ତି । ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି ।
ପ୍ରଭାତଙ୍କ ସହ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବି ଅତିରିକ୍ତ ଚାର୍ଜସିଟ୍
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି।
ଗତକାଲି ଜିଲ୍ଲା କଂଗ୍ରେସ, ଆଇଜି ଅଫିସ ଘେରାଉ କରିଥିଲା। ପୋଲିସ କାହିଁକି କିଛି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଖରେ ଥିବା ଏକ ପାର୍କର ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ବ୍ୟାଙ୍କରୁ ବାହାରି ବଡ଼ମ୍ବା ଅଭିମୁଖେ ଯାଇଥିଲେ ତପନ । ପତନି ଛକରେ ଯାଉଥିବାର ଦୃଶ୍ୟ ମଧ୍ୟ ସିସିଟିଭିରୁ ଜଣାପଡୁଛି । ପତନି ଛକ ଅତିକ୍ରମ ପରେ ମୋବାଇଲ୍ ସୁଇଚ୍ ଅଫ୍; ପତ୍ତା ମିଳୁନି ।
ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଡବଲ୍ ମର୍ଡର । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ ।
ରାଉରକେଲାରେ ନାବାଳକ ଛାତ୍ରକୁ ପଥରରେ ଛେଚି ହତ୍ୟା କରାଯାଇଛି ।
କ’ଣ ଥିଲା ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ? ଗୁମର ଖୋଲିବ ବହୁଚର୍ଚ୍ଚିତ Call Details Report ତଥା CDR ।
ମାମଲା ଚାଲୁ ରଖିବାକୁ ସାଲେପୁର JMFCଙ୍କ ନିର୍ଦ୍ଦେଶ । ମାମଲା ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚମ୍ପୁଆ ବ୍ଲକ RWSS କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସରକାରୀ ବାସଭବନରୁ ସେ କେଉଁଆଡ଼େ ଚାଲି ଯାଇଥିଲେ।
ସଂପୃକ୍ତ ମହିଳା ଜଣକ ଗତ ୩ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଏହାର କିଛିଦିନ ପରେ ଅର୍ଥାତ ୨୦ ତାରିଖରେ ମାଲଦା ନଦୀରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ମୃତଦେହ ।
କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି ।
ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ।
କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ ।