/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700543416.jpg)
Young man from Bihar stabbed a woman
ପ୍ରେମ ପାଇଁ ଛୁରା ମାଡ଼ । ପ୍ରେମ ଯେତେବେଳେ ତିକ୍ତତାର ନିଆଁରେ ହୁଏ ଦଗ୍ଧ, ପ୍ରେମରୁ ଯେତେବେଳେ ଫୁଟେ ଆକ୍ରୋଶର ଲାର୍ଭା, ସେତେବେଳେ ଛୁରୀ ମାଡ଼ କରିବାକୁ ପଛାଏ ନାହିଁ ମନର ମଣିଷ । ପ୍ରେମିକା ପାଲଟେ ଘୃଣାର ବହ୍ନି । ଯାହାର ଆଖିରୁ ଲୁହ ଝରିଲେ, ପ୍ରେମିକର ଛାତିରୁ ଲହୁ ଝରିବା କଥା, ସେହି ପ୍ରେମିକ; ପ୍ରେମ ସମ୍ପର୍କରେ ତିକ୍ତତା କାରଣରୁ ଛୁରା ମାଡ଼ କରିଛି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ । ଡ୍ୟାନ୍ସ୍ ଗ୍ରୁପ୍ ଯୁବତୀଙ୍କୁ ଛୁରା ମାଡ଼ କରି ବିହାରର ଯୁବକ ଫେରାର୍ ।
ଗୁରୁତର ଯୁବତୀ ଜଣକ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ଅନୁଯାୟୀ, ପୁରୀରୁ ୫ ଜଣ ଯୁବତୀ ଉମରକୋଟ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିଲେ । ତେବେ ସେମାନେ ସେଠାରେ ରହୁଥିବା ଏକ ଭଡ଼ା ଘରର ପାଚେରି ଡେଇଁ ବିହାରର ରୋହିତ ସିଂ ନାମକ ଜଣେ ଯୁବକ, ସମ୍ପୃକ୍ତ ଡ୍ୟାନ୍ସ ଗ୍ରୁପର ଜଣେ ଯୁବତୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ, ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଉମରକୋଟ ଥାନାରେ ଅଭିଯୋଗ ହେବା ପରେ, ପୋଲିସ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ଯାଇ ତଦନ୍ତ ଆରମ୍ଭ କରିଛି । ପ୍ରେମ ସମ୍ପର୍କରେ ତିକ୍ତତା କାରଣରୁ ଏଭଳି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)