Advertisment

ଛାତ୍ରୀ ମୃତ୍ୟୁ ମାମଲା: ୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ NHRC ନୋଟିସ୍

ଶୁଭଲକ୍ଷ୍ମୀ ସାହୁ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRC ନୋଟିସ୍....୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ....

author-image
Prangyan Parimita
ଅଦ୍ୟତନ ହୋଇଛି
Subhalaxmi death case

Subhalaxmi death case

ଭୁବନେଶ୍ୱରର ଏକ ହୋଟେଲରେ ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRCଙ୍କ ନୋଟିସ୍ । ୮ ସପ୍ତାହ ଭିତରେ ମାମଲାର ଉପଯୁକ୍ତ ତଦନ୍ତ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଏହି ମାମଲାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କ ନିକଟରେ ଦାବି କରିଥିଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ।

Advertisment

ସୂଚନା ଅନୁସାରେ, ଭୁବନେଶ୍ୱରରେ ପଢ଼ୁଥିବା ଭଦ୍ରକ ଜିଲ୍ଲାର ଯୁକ୍ତ ୨ ଛାତ୍ରୀ ଶୁଭଲଷ୍ମୀ ସାହୁଙ୍କର ମୃତଦେହ ଗତ ଅଗଷ୍ଟ ମାସରେ ଲକ୍ଷ୍ମୀସାଗର ଅଞ୍ଚଳର ଏକ ହୋଟେଲରୁ ଉଦ୍ଧାର ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଥିଲେ ମୃତ ଛାତ୍ରୀଙ୍କ ପରିବାର।

ପୋଷ୍ଟମର୍ଟମରୁ ତାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ତେବେ NHRC ଏହି ମାମଲାର ତଦନ୍ତ କରି ୮ ସପ୍ତାହ ଭିତରେ ଅଭିଯୋଗକାରୀ, ପୀଡ଼ିତାଙ୍କ ପରିବାର ଓ କମିଶନଙ୍କୁ ରିପୋର୍ଟ ଦେବାପାଇଁ ନିର୍ଦେଶ ଦେଇଛନ୍ତି ।

Advertisment
Police Commissioner NHRC Student Death
Advertisment
Advertisment