/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700556017.jpg)
Tractor overturns
ଟ୍ରାକ୍ଟର ଓଲଟି ୨ ମୃତ । ବ୍ରହ୍ମପୁରରେ ଘଟିଛି ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇ ଯାଇଛି । ଆନ୍ଧ୍ର ଓଡ଼ିଶା ସୀମାନ୍ତ ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ଓଲଟିଲା ଟ୍ରାକ୍ଟର । ତେବେ ଟ୍ରାକ୍ଟରଟିରେ ଦଶରୁ ବାର ଜଣ ଲଦାଲଦି ହୋଇ ଏକ ରାଜନୈତିକ କାର୍ଯ୍ୟକ୍ରମକୁ ଯାଉଥିଲେ ।
ଚିକିଟି ବ୍ଲକରେ ହେଉଥିବା ରାଜନୈତିକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଟ୍ରାକ୍ଟରଟି ଓଲଟି ପଡ଼ିଥିବା ସୂଚନା । ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି । ମୃତକ ଦ୍ୱୟ ହେଲେ ଜଗନ୍ନାଥ ଦେ ଓ ଡେରା ଶବର ।
ପ୍ରାଥମିକ ଚିକିତ୍ସା ପାଇଁ ଗୁରୁତରଙ୍କୁ ଶାନ୍ତିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଶାନ୍ତିଲି, ଆନ୍ଧ୍ର ପ୍ରଦେଶରେ ଥିବାରୁ ଏନେଇ ଆନ୍ଧ୍ରା ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି । ଏତେ ପରିମାଣରେ ଲୋକେ କିପରି ଟ୍ରାକ୍ଟରରେ ଆସୁଥିଲେ, କେଉଁ ରାଜନୈତିକ ସଭାରେ ଯୋଗ ଦେବାକୁ ଯାଉଥିଲେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଟ୍ରାକ୍ଟରେ ଲୋକଙ୍କୁ ନେବା ଆଣିବା ମନା ଥିବା ପରେ ମଧ୍ୟ କିପରି ଏତେ ସଂଖ୍ୟକ ଲୋକ ଆସିଲେ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି . କେଉଁ ରାଜନୈତିକ ଦଳର କାର୍ଯ୍ୟକ୍ରମକୁ ଯିବା ବେଳେ ଏପରି ଦୁର୍ଘଟଣା ଘଟିଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)