Advertisment

ଯାଜପୁରରେ ଧଳାଜହର ବେପାରରେ ଦାନ୍ତ ଡାକ୍ତର ଗିରଫ

ଜଣେ ଯୁବ ଡାକ୍ତର ବ୍ରାଉନ ସୁଗାର କାରବାରରେ ଗିରଫ ହେବା ଘଟଣା ସାରା ଯାଜପୁରବାସୀଙ୍କୁ ଚକିତ କରିଛି। ତେଣେ ଗିରଫ ଡେଣ୍ଟିଷ୍ଟଙ୍କ କ୍ଲିନିକ୍ ପଂଜୀକୃତ ହୋଇନଥିବା ଜଣାପଡ଼ିବା ପରେ ତାକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି ଯାଜପୁର ସିଡିଏମଓ।

author-image
Santosh Kumar Sahoo

ଡେଣ୍ଟିଷ୍ଟ କରୁଥିଲେ ଡ୍ରଗସ୍ ବେପାର। ପେଡଲର ସାଜି ଖୁଚୁରା ବେପାରୀଙ୍କୁ ବିକୁଥିଲେ ଧଳା ଜହର। ଦାନ୍ତ ଡାକ୍ତର ନିଗମାନନ୍ଦ ଖଟୁଆଙ୍କୁ ବାନ୍ଧି ଜେଲ୍ ପଠାଇଛି ଯାଜପୁର ପୋଲିସ୍। ଏସଡିପିଓଙ୍କ ସୂଚନା ଅନୁସାରେ- ଗତକାଲି ସନ୍ଧ୍ୟାବେଳେ ସ୍ଥାନୀୟ ପ୍ରଶାସନିକ ଭବନ ପାଖରେ ଦୁଇଜଣ ବ୍ରାଉନ ସୁଗାର ବେପାରୀ ଗ୍ରାହକଙ୍କ ଅପେକ୍ଷାରେ ଥିବା ଖବର ପାଇ ସେମାନଙ୍କ ଉପରେ ମାଡ଼ି ବସିଥିଲା ଟାଉନ ଥାନା ପୋଲିସ୍। ରଙ୍ଗେହାତ୍ ୨୫.୨ ଗ୍ରାମ୍ ଓଜନର ଧଳାଜହର ସିଜ୍ କରି ତନାଘନା ଚଳାଇଥିଲା। ତେବେ ସେମାନେ କେଉଁଠୁ ଆଣୁଥିଲେ ବ୍ରାଉନସୁଗାର ? ଖୋଳତାଡ଼ବେଳେ ମହାବୀର ନଗରରେ ଡେଣ୍ଟାଲ୍ କ୍ଲିନିକ୍ କରିଥିବା ନିଗମାନନ୍ଦ ଖଟୁଆ ନାମକ ଏ ଦାନ୍ତ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା ପୋଲିସ୍। ସେଠୁ ସିଧା ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ପାଖେ ପହଞ୍ଚି ତାଙ୍କୁ ବାନ୍ଧିଥିଲା। ତଥ୍ୟ ପ୍ରମାଣ ମିଳିବା ପରେ ସମସ୍ତ ୩ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଜଣେ ଯୁବ ଡାକ୍ତର ବ୍ରାଉନ ସୁଗାର କାରବାରରେ ଗିରଫ ହେବା ଘଟଣା ସାରା ଯାଜପୁରବାସୀଙ୍କୁ ଚକିତ କରିଛି। ତେଣେ ଗିରଫ ଡେଣ୍ଟିଷ୍ଟଙ୍କ କ୍ଲିନିକ୍ ପଂଜୀକୃତ ହୋଇନଥିବା ଜଣାପଡ଼ିବା ପରେ ତାକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି ଯାଜପୁର ସିଡିଏମଓ।

Advertisment
Drugs Doctors Jajpur Odisha
Advertisment
Advertisment