/odishatv-khabar/media/post_attachments/uploadimage/library/16_9/16_9_0/s_1700278745.jpg)
Man dead body found with kidney and eyes missing
ମୃତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ଏଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ଆସି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଆସିଛି । ମୃତକ ଜଣକ ହେଲେ କେଳୁଚରଣ ରାଉତରାୟ । ତାଙ୍କ ଘର ୟୁନିଟ୍-୧ ଅଞ୍ଚଳରେ । କେଳୁଚରଣଙ୍କ ଭାଇଙ୍କ ଅଭିଯୋଗ, ଗତ ଶୁକ୍ରବାର ଠାରୁ କେଳୁଚରଣ ନିଖୋଜ ଥିଲେ ।
Advertisment
ଗତକାଲି ତାଙ୍କର ମୃତଦେହ ଓଲଟପୁର ନିକଟରୁ ମିଳିଛି । ଏକ ବିଲରୁ କେଳୁଚରଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଶରୀରରୁ ଆଖି ଏବଂ କିଡନୀ କାଢ଼ି ନିଆଯାଇଥିବା କେଳୁଚରଣଙ୍କ ଭାଇ ଅଭିଯୋଗ କରିଛନ୍ତି । ଏନେଇ ସେ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି ।
ଶେଷଥର ପାଇଁ ବାନ୍ତି ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଯିବାବେଳେ କେଳୁଚରଣଙ୍କୁ କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଥିବା ତାଙ୍କ ଭାଇ କହିଛନ୍ତି । କିନ୍ତୁ ହସ୍ପିଟାଲ ରେଜିଷ୍ଟରରେ କେଳୁଚରଣଙ୍କ ନାଁ ନଥିବା ତାଙ୍କ ଭାଇ କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)