• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲୋଜି। ଆଉ ଏହା ସହ ବଢ଼ୁଛି ସାଇବର ଅପରାଧ। ଆଉ ଆପଣ ଆପଣଙ୍କ ଅଜାଣତରେ ଏହାର ଶିକାର ହୋଇ ସର୍ବସ୍ବାନ୍ତ ବି ହୁଅନ୍ତି । ଆପଣ ଜାଣନ୍ତି ଆପଣ ସାଇବର ଅପରାଧୀଙ୍କ ଟାର୍ଗେଟ ରେ ଅଛନ୍ତି , ଆଉ କେତେବେଳେ ବି ଆପଣ ଲୋଭରୁ ଠକାମୀ ର ଶିକାର ହୋଇ ସର୍ବସ୍ବାନ୍ତ ହୋଇପାରନ୍ତି । ଡରନ୍ତୁନି, ସମୟ ଥାଉ ଥାଉ ସଚେତନ ହେଲେ ଆପଣ ଏଥିରୁ ବର୍ତ୍ତି ପାରିବେ । 

ଆଜି କାଲି ଟେଲିଗ୍ରାମ ପାର୍ଟ ଟାଇମ୍ ଜବ୍ ଫ୍ରଡ୍ ସୀମା ଟପିଲାଣି। ଆଜି ଏ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିବା । ଏହି ଫ୍ରଡ ଆରମ୍ଭ ହୁଏ what's app ଚାଟ୍‌ରୁ। ପ୍ରଥମେ ଏକ ଅଜଣା ନମ୍ବରରୁ ଆପଣଙ୍କୁ ମେସେଜ୍ ଆସିବ, ନିଜକୁ ଏକ ସଂସ୍ଥାର ଏଚଆର ମ୍ୟାନେଜର ବୋଲି ପରିଚୟ ଦେଇ ଆପଣଙ୍କୁ ପାର୍ଟ ଟାଇମ୍ ଜବ୍ ପାଇଁ ଅଫର୍ କରିବେ । ଆପଣଙ୍କ ନା - ବୟସ - କଣ କରନ୍ତି ଆଦି ପଚାରିବେ ତା ପରେ ଆପଣଙ୍କୁ ଦିନକୁ ୫ ହଜାର ରୁ ୧୦ ହଜାର ଯାଏଁ  ରୋଜୋଗାର କରିବାର ଲୋଭ ଦେଖାଇବେ ।

ଏହା ପରେ ସଂପୃକ୍ତ ବ୍ୟକ୍ତି ଏକ ଲିଙ୍କ୍ ପଠାଇବେ ତାହା ୟୁଟ୍ୟୁବ୍ ଲିଙ୍କ୍ ହୋଇପାରେ, ଗୁଗଲ୍ ମ୍ୟାପରେ କୌଣସି ହୋଟେଲ୍ ଲିଙ୍କ୍ ରେ ରିଭ୍ୟୁ ବି ହୋଇପାରେ । ୟୁଟ୍ୟୁବ୍ ଲିଙ୍କ୍ କ୍ଲିକ୍ କରି  ଲାଇକ୍ ଓ ସବସ୍କ୍ରାଇବ କଲେ ୨୦୦ରୁ ୩୦୦ ଟଙ୍କା ଦେବେ ବୋଲି କହିବେ...ଆପଣ ଯଦି ସେମାନଙ୍କ କହିବା ମୁତାବକ ସେମିତି କରନ୍ତି ତେବେ ସେମାନେ ଏକ ଟେଲିଗ୍ରାମ ଲିଙ୍କ୍ ଦେବେ ଏବଂ କହିବେ ଏବେ ଆପଣଙ୍କୁ ଅନ୍ୟଜଣେ ବ୍ୟକ୍ତି ଜବ୍ ବିଷୟରେ ଅଧିକ ଜଣାଇବା । ଏହା ସହ ଆପଣଙ୍କୁ କମିସନ ବାବଦକୁ ପେମେଣ୍ଟ ପଠାଇବେ।

ଏଇଠୁ ଆରମ୍ଭ ହୁଏ ଖେଳ, ଆପଣ ଟେଲିଗ୍ରାମରେ ନିଜର ସମସ୍ତ ତଥ୍ୟ ପ୍ରଦାନ କରୁ କରୁ ସେମାନେ ଆପଣଙ୍କ ଆକାଉଣ୍ଟ୍ କୁ କହିଥିବା ଟଙ୍କା ପଠାଇ ଦିଅନ୍ତି ଏବଂ ଅନ୍ୟ ଏକ  ଟେଲିଗ୍ରାମ ଗ୍ରୁପରେ ଯୋଡ଼ି ଦିଅନ୍ତି । ଯେଉଁଠି ପୂର୍ବରୁ ଅନେକ ୟୁଜର ରହିଥାନ୍ତି । ସେଠି ଆପଣଙ୍କୁ ଟାସ୍କ ମିଳେ ଠିକ୍ ପୂର୍ବପରି ଆପଣଙ୍କ ପାଇଁ କିନ୍ତୁ ଏଥର ୨୦୦ ନୁହେଁ ବରଂ ପ୍ରତି ଟାସ୍କ ପ୍ରତି ୫୦ ଟଙ୍କା ରହିବ । ଯଦି କୌଣସି ଟାସ୍କ ସ୍ଖିପ କରିବେ ତେବେ ଆପଣଙ୍କ କମିଶନ ୨୦ ଟଙ୍କା କୁ ହ୍ରାସ ପାଇବ ।

ଦିନକୁ ୨୪ ଟି ଟାସ୍କ ସେମାନେ ଆପଣଙ୍କୁ କରିବାକୁ କହିବେ ଯେଉଁଥିରେ ଆପଣକୁ ଅତି କମରେ ୮ଟି ପ୍ରିପେଡ ଟାସ୍କ ରହିଥାଏ । ଅର୍ଥାତ୍ ଆପଣ ନିଜ ଆଡୁ ଟଙ୍କା ନିବେଶ କରିବେ ୧୫ ମିନିଟ ପରେ ଆପଣ ମୂଳ ଧନ ସହ ୩୦୦ ଟଙ୍କା କମିଶନ ପାଇବେ । ବାସ୍ ଖେଳ ଏଇଠୁ ବିଗିଡି ଯାଏ। ଥରେ  ପ୍ରିପେଡ୍ ଟାକ୍ସ କରି ଆପଣ ଯଦି ମୂଳଧନ ସହ କମିଶନ ପାଇଗଲେ ତେବେ ଆପଣଙ୍କୁ ଆଉ ଏକ  ଭିଆଇପି ଗ୍ରୁପ୍ ରେ ଜଏନ କରାଇବେ। ସେଠି ମାତ୍ର କିଛି ଜଣ ସଦସ୍ୟ ଟାସ୍କ କରନ୍ତି। ଏବେ ପ୍ରଥମେ ହଜାରେ ଟଙ୍କା ଇନଭେଷ୍ଟ କରିବାକୁ କହିବେ ତା ପରେ ୩ ହଜାର ଯଦି ଆପଣ ରିଟର୍ଣ୍ଣ ପାଇ ଗଲେ ତେବେ ଆପଣ ଚକ୍ରବ୍ୟୁହରେ ଫସିଗଲେ। ତାପରେ ସେମାନେ ଆପଣଙ୍କୁ ଏମିତି ଗୋଲକ ଧନ୍ଦାରେ ପକାଇବା ଯେ ଆପଣ ଏଥିରୁ ମୁକୁଳି ପାରିବେନି ।

ଯେହେତୁ ଥରେ ମୂଳଧନ ସହ ଆପଣ କମିଶନ ପାଇଥିବେ ତେଣୁ ଆପଣ ହଁ ହଜାରେ ୨ ହଜାର ଭାବି ନିବେଶ କରିଦେବେ କିନ୍ତୁ ୨ୟ ଟାସ୍କ ବେଳକୁ ନିବେଶ ଅର୍ଥ ଅଧିକ କରିଦିଅନ୍ତି ଯଦି ଆପଣଙ୍କ ସନ୍ଦେହ ହୁଏ ଏବଂ ଟାସ୍କ ପୁରା ନ କରନ୍ତି ତେବେ ସେମାନଙ୍କ ଦ୍ଵାରା ପୂର୍ବରୁ  ଦିଆଯାଇଥିବା ସର୍ତ୍ତାବଳୀ ଅନୁସାରେ ଆପଣ ନିଜ ନିବେଶ ଅର୍ଥ ଆଉ ଫେରି ପାଇବେ ନାହିଁ। ଆଉ ଆପଣ ଠକାମୀର ଶିକାର ହୋଇଥିବାର ଜାଣି ମଧ୍ୟ କିଛି କରି ପାରିବେନି।

କାହିଁକି ନା ବ୍ୟାଙ୍କ୍ ନିୟମ ଅନୁସାରେ ଆପଣ ନିଜେ ସେ ଟଙ୍କା ପଠାଇଥିବେ। ଏଣୁ ଭଳି ସାଇବର ଅପରାଧରୁ ବର୍ତ୍ତିବାକୁ ହେଲେ ଆପଣ ଅଜଣା ନମ୍ୱର୍‌ରୁ ଯଦି ପାର୍ଟ ଟାଇମ୍ ଜବ୍ କରି ଅଧିକ ଦି ପଇସା ରୋଜଗାରର ଲୋଭ ଦେଖାଯାଏ ତେବେ ଏହାକୁ ଅଣଦେଖା କରନ୍ତୁ ଏବଂ ସଂପୃକ୍ତ ନମ୍ୱର୍‌କୁ ବ୍ଲକ୍ କରନ୍ତୁ ।