ଢେଙ୍କାନାଳ ଜିଲ୍ଲାର ବିଦ୍ୟାର୍ଥୀ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କଲେଜ କର୍ତ୍ତୃପକ୍ଷ ଝିଅକୁ ମାଡ ମାରିଥିବା ନେଇ ଝିଅର ବାପା ଅଭିଯୋଗ କରିଛନ୍ତି। ମୃତ ଛାତ୍ରୀଙ୍କ ଘର ରାସୋଳ ଅଞ୍ଚଳରେ ବୋଲି ଜଣା ପଡିଛି।
ପାରାଦୀପ ପୋର୍ଟରେ ଦୁର୍ନୀତିର ଗନ୍ଧ। ସାମ୍ନାକୁ ଆସିଛି ବଡ ଧରଣର ଠକେଇ ଘଟଣା। ୬୫ କୋଟି ଟଙ୍କାର ଉନ୍ନୟନ କାମରେ ବଡ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି। ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ସାଢେ ୩ କୋଟି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି।
ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଥାନା ଭିତରେ ଜଣଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ପୋଲିସ ପ୍ରଥମେ ପଶିଥିବା ବେଳେ ପରେ ହାଜତ ମଧ୍ୟରେ ମାଡ ମାରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।
ଭୁବନେଶ୍ବରର ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ ତାଙ୍କ ଅତି ଅଲିଅଳ ପୁଅକୁ। ହେଲେ ପୁଅ ଏବେ କ୍ୟାପିଟାଲ ହସପିଟାଲର ପୋଷ୍ଟମର୍ଟମ ସେଣ୍ଟରରେ ।
ପୁଣି ଥରେ ରାଜଧାନୀର ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ହତ୍ୟା ଅଭିଯୋଗ। ବଳକା ଟଙ୍କା ପୈଠ ନକରିବାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାରଲୋକେ।
ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।
କମିଶନରେଟ୍ ପୋଲିସ ଏହା ଉପରେ ସ୍ପେଶାଲ ଡ୍ରାଇଭ୍ କରିବ । ଗାଡ଼ିରେ ରହିବନି ରଙ୍ଗୀନ କାଚ, କଳା ଜରିଯୁକ୍ତ କାଚ, ସାଇରନ୍ ଓ ବିକଟାଳ ଶବ୍ଦ ସୃଷ୍ଟିକାରୀ ହର୍ଣ୍ଣ । ଲୋକମାନେ ନିଜେ ନିଜ ଗାଡିରୁ ଏ ସବୁ ସ୍ୱେଚ୍ଛାକୃତ ଭାବେ ହଟାଇ ଦେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।
ଡାକ୍ତରଖାନାରେ ବିରଳ ଚିକିତ୍ସା । ଜଣେ ୭ ବର୍ଷୀୟ ପିଲାର କ୍ଷତରେ ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ଲଗାଇଦେଲେ ନର୍ସ ।
କୋଇଲା ଚୋରି ପରେ ଡିପୋକୁ ନିଆଯାଉଥିଲା ଓ ପରେ ଡିପୋରୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ସ୍ଥାନୀୟ ଲୋକମାନେ ଏହି ଚୋରି ବିଷୟରେ ଜାଣୁଥିଲେ ବି ଚୋରି କରୁଥିବା ମାଫିଆମାନେ ପ୍ରଭାବଶାଳୀ ହୋଇଥିବାରୁ ଲୋକମାନେ ଚୁପ୍ ରହୁଥିଲେ । ୧୪ ଜଣ ଧରାପଡିବା ପରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।
ପ୍ରଶାନ୍ତ ୩ ମାସ ହେବ ଝାରପଡ଼ା ମହାଦେବ ନଗରରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ବଳକା ଟଙ୍କା ପୈଠ ନ କରିବାରୁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ମହାପ୍ରଭୁଙ୍କ ସୁନା,ଚାନ୍ଦି ମୁକୁଟ ଓ ଦାନ ବାକ୍ସ ଚୋରି କରି ନେଇଯାଇଥିଲେ।
ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ସ୍କୁଲର ତିନି ଜଣ ଶିକ୍ଷକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙକ ମାଆ ତିନି ଜଣ ଶିକ୍ଷକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି।
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 7ଟି ସ୍ଥାନରେ ରେଡରୁ କେବଳ ବିପୁଳ କ୍ୟାସ୍ ନୁହେଁ, ଆଲିସାନ୍ ବଙ୍ଗଳା ସହ ବଡ଼ ସହରରେ ବହୁ ଦାମୀ ପ୍ଲଟ୍ ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଆକଳନ ସରି ନଥିବାରୁ ସଂପତ୍ତିର ଏ ତାଲିକା ଆହୁରି ଲମ୍ବିବାର ବି ସମ୍ଭାବନା ରହିଛି।
ନିକଟରେ ଥିବା ଗାଁ ଉଚ୍ଛବପାଲି ଆଉ ବାସ ଉପଯୋଗୀ ହୋଇ ରହିନାହିଁ । ବ୍ଳାଷ୍ଟିଂ ପାଇଁ ଘରେ ଫାଟ ! ସ୍କୁଲରେ ଫାଟ ! ଭୟଭୀତ ଗାଁ ଲୋକେ । କିନ୍ତୁ ରାଜସ୍ବ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଳାପାଳ କହୁଛନ୍ତି, ଖଣି ଅଧିକାରୀଙ୍କୁ କହିକି ତଦନ୍ତ କରାଇବେ । ହେଲେ ଖଣି ଅଧିକାରୀ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଦେଇଛନ୍ତି ।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମୋନାଲିସା କଚେରୀ ବଜାର ପରିବାର ମାର୍କେଟକୁ ପରିବା କିଣିବାକୁ ଆସିଥିଲେ। ମାର୍କେଟ ମଧ୍ୟ ଗହଳିଥିଲା। ଏହି ସମୟରେ ଦୁଇ ଜଣ ଲୁଟେରା ବାଇକ୍ରେ ଆସିଥିଲେ। ମୋନାଲିସାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଥିଲେ।
ବାହାଘର ପାଇଁ ଯୋଜନା ଚାଲିଥିଲା। ପୁଅ ଝିଅ ମାଟ୍ରିମୋନିରୁ ପରିଚିତ ହୋଇଥିଲେ। ମିଠା ମିଠା କଥା କହି ଝିଅ ମନରେ ବିଶ୍ୱାସ ଜନ୍ମେଇଥିଲା ଠକ ବର। ଝିଅଠାରୁ ଟଙ୍କା ପଇସା ମଧ୍ୟ ନେଇଥିଲା। ହେଲେ ବାହାଘର କଥା ପଡିଲେ ଏପଟ ସେପଟ କଥା କହି ଗଡେଇ ଚାଲିଥିଲା। ପରେ ଜଣା ପଡିଲା ସେ ଗୋଟେ ଠକ ଚାରସୋବିସ୍
ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ। ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କା ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।
ଆମ ସାଙ୍ଗକୁ ଏଇଠି ମାରିଥିଲୁ। ଘରୁ ଡାକିଆଣି ସବୁଦିନ ପାଇଁ ଶେଷ କରିଦେଲୁ। ଆଉ ମୁହଁରେ ଏସିଡ ଫୋପାଡ଼ି ଜଙ୍ଗଲରେ ଫୋପାଡି ଦେଲୁ। ମୁହଁରେ କପଡ଼ା ଭିଡ଼ି ପୋଲିସକୁ ହତ୍ୟାକାଣ୍ଡର କାହାଣୀ ଶୁଣାଉଛନ୍ତି ଅଭିଯୁକ୍ତ ।
ସିବିଆଇ ଖୋଲିଲା ସିଲ୍ । ଏବେ ଖୋଲିବ ପୋଲ୍ । ସାମ୍ନାକୁ ଆସିବ ଗୋଟିଏ ଗୋଟିଏ ଲାଞ୍ଚ କାରନମା । ସମ୍ବଲପୁର ବିଶ୍ବବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗର ବରିଷ୍ଠ ପ୍ରଫେସର ବୁଲୁ ମହାରଣାଙ୍କ ଜ୍ୟୋତି ବିହାରରେ ଥିବା ସରକାରୀ କ୍ବାଟର ଖୋଲିଛି ସିବିଆଇ ।
ବିବାହ ପାଇଁ କୌଣସି ପାତ୍ର କିମ୍ବା ପାତ୍ରୀ ଖୋଜୁଛନ୍ତି କି ମାଟ୍ରିମୋନି ସାଇଟରେ ? ମନ ପସନ୍ଦର କ୍ୟାଣ୍ଡିଡେଟ୍ ପାଇବା କ୍ଷଣି ବିବାହ ନାଁରେ ଯୋଡ଼ିଚାଲିଛନ୍ତି କି ସଂପର୍କ ? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ। ନିଜ ପାଇଁ ମାଟ୍ରିମୋନି ସାଇଟରେ ବିଜ୍ଞାପନ ଦେଇ ଭୁବନେଶ୍ବରରେ ଏକାଧିକ ଯୁବତୀଙ୍କୁ କେମିତି ଚୁନା ଲଗାଇଛି ଜଣେ ଅଭ୍ୟାସଗତ ଠକ, ସାରା ରାଜଧାନୀରେ ଏବେ ହଟଚମଟ।
ଚେହେରା ଭୋଲେଭାଲା...କାଣ୍ଡ କିନ୍ତୁ ଭୟଙ୍କର...କିଏ ଜାଣିଥିଲା ଉପରକୁ ସରଳ ଦେଖାଯାଉଥିବା ଯୁବକ ଯେ ଖେଳିବେ ସାଂଘାତିକ ଖେଳ...ମାଟ୍ରିମୋନି ସାଇଟରେ ବିଜ୍ଞାପନ ଦେଇ ଚୁନା ଲଗାଇବ ମାଳ ମାଳ ଯୁବତୀଙ୍କୁ ବୋଲି...ଆଜି ବାବୁଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି, ପଦାରେ ପଡ଼ିଛି ସବୁ ଜଘନ୍ୟ କାଣ୍ଡର ଗୁମର।
ତିନିଟା ଛୁଆର ବାପା। ତଥାପି ମାଟ୍ରିମୋନିରେ ଆକାଉଣ୍ଟ୍ ଖୋଲି ବାହା ହେବା ପାଇଁ ଝିଅ ଖୋଜୁଛି। ଆଉ ଯିଏ ରାଜି ହେଉଛି ସିଏ ଫସୁଛି। ଏମିତି ଅଭିଯୋଗ ହୋଇଛି ଚନ୍ଦ୍ରଶେଖରପୁର ଥାନାରେ। ପରିସ୍ଥିତି ଦେଖି ଇମୋସନାଲ୍ ବ୍ଲାକମେଲ୍ କରି ପଇସା ନେଉଛି। ଆଉ ବାହା ହେବା କଥା କହିଲେ ଦିନ ଘୁଞ୍ଚାଉଛି। ଆସନ୍ତୁ ଜାଣିବା ପୂରା ତଥ୍ୟ
ଅବକାରୀ ବିଭାଗ କର୍ମଚାରୀମାନେ ମଦ ମାଫିଆଙ୍କ ସ୍କର୍ପିଓକୁ ପିଛା କରିଥିଲେ। ପ୍ରାୟ ଦଶ କିଲୋମିଟର ଧରି ଗୋଡାଇଥିଲେ। ଗୋଡାଗୋଡ଼ି ପରେ ମଦ ଭର୍ତ୍ତି ସ୍କର୍ପିଓକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ।
ବେଙ୍ଗାଲୁରୁରେ ଜନୈକ ଚୋରର ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଚୋରି କରିଥିଲା ଆଉ ସେ ପଇସାରେ ପ୍ରେମିକା ପାଇଁ ତିଆରି କରିଥିଲା ଆଲିଶାନ ବଙ୍ଗଳା।