• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଫେବ୍ରୁଆରୀ ୧୦ରୁ କଡ଼ାକଡ଼ି ଭାବେ ଗାଡ଼ି ଯାଞ୍ଚ କରିବ କମିଶନରେଟ୍ ପୋଲିସ୍ । ତା’ ପୂର୍ବରୁ ଏହି କାମ କରିବାକୁ ପରାମର୍ଶ ଦେଲେ ଭୁବନେଶ୍ୱର- କଟକ କମିଶନରେଟ୍ ପୋଲିସ୍ କମିଶନର୍ । ଜନସାଧାରଣଙ୍କୁ ନିବେଦନ କଲେ ପୋଲିସ କମିଶନର୍ ଏସ. ଦେବଦତ୍ତ ସିଂ । 

ଗାଡ଼ିରେ ଅନେକ ବ୍ୟବହାର କରୁଛନ୍ତି ରଙ୍ଗୀନ କାଚ ଓ କଳା ଜରିଯୁକ୍ତ କାଚ । ଏପରିକି ବିକଟାଳ ଶବ୍ଦ କରୁଥିବା ଓ ମ୍ୟୁଜିକାଲ୍ ହର୍ଣ୍ଣ ମଧ୍ୟ କେହି କେହି ବ୍ୟବହାର କରୁଛନ୍ତି । ଏଗୁଡିକର ବ୍ୟବହାର ଆଇନତଃ ଅପରାଧ । ଏହା ଉପରେ କଟକଣା ରହିଛି । କମିଶନରେଟ୍ ପୋଲିସ ପକ୍ଷରୁ ଏ ସଂପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଏହା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେଉଛି । ରାସ୍ତାରେ ଦୁର୍ଘଟଣା ବି ଘଟୁଛି । ଗାଡ଼ିରେ କିଛି ଲୁଚାଇ ନିଆ ଯାଉଥିବାର ସନ୍ଦେହ ସୃଷ୍ଟି ହେଉଛି । ତେଣୁ ନିୟମତଃ କାରର ଫ୍ରଣ୍ଟ ଓ ରିଅର୍ ୱିଣ୍ଡୋ ୭୦% ଦୃଶ୍ୟମାନ ହେବା ଉଚିତ । ଅର୍ଥାତ ୭୦ ପ୍ରତିଶତ ଆଲୋକ ପାସ୍ କରୁଥିବା ଜରୁରୀ । ସେହିପରି କାରର ସାଇଡ୍ ୱିଣ୍ଡୋ ୫୦% ସ୍ୱଚ୍ଛ ରହିବ ।

ଅଧିକ ପଢ଼ନ୍ତୁ : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

କମିଶନରେଟ୍ ପୋଲିସ ଏହା ଉପରେ ସ୍ପେଶାଲ ଡ୍ରାଇଭ୍ କରିବ । ଗାଡ଼ିରେ ରହିବନି ରଙ୍ଗୀନ କାଚ, କଳା ଜରିଯୁକ୍ତ କାଚ, ସାଇରନ୍ ଓ ବିକଟାଳ ଶବ୍ଦ ସୃଷ୍ଟିକାରୀ ହର୍ଣ୍ଣ ।  ଲୋକମାନେ ନିଜେ ନିଜ ଗାଡିରୁ ଏ ସବୁ ସ୍ୱେଚ୍ଛାକୃତ ଭାବେ ହଟାଇ ଦେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

Police Appealପୋଲିସ ବିଜ୍ଞପ୍ତି
ଫେବ୍ରୁଆରୀ ୧୦ରୁ କଡାକଡି ଗାଡ଼ି ଯାଞ୍ଚ କରିବ ପୋଲିସ୍ । ଏହି ଜିନିଷ ଗାଡ଼ିରେ ରହିଲେ ଦେବାକୁ ପଡିବ ଫାଇନ୍ । ପୋଲିସ୍ ଏସବୁ ଗାଡିରୁ ହଟାଇବା ସହ ଫାଇନ୍ ମଧ୍ୟ ପକାଇବ । ଭୁବନେଶ୍ୱର ଓ କଟକରେ ଏହା ଲାଗୁ ହେବ । ତେଣୁ ସମସ୍ତେ ସତର୍କ ହୋଇଯିବା ଉଚିତ ।

ଅଧିକ ପଢ଼ନ୍ତୁ : ମହଙ୍ଗା ପଡ଼ିଲା ମାଟ୍ରିମୋନି ସାଇଟରୁ ବର ଖୋଜା; ଧରାପଡ଼ିଲା ବିବାହ ନାଁରେ ଯୁବତୀଙ୍କୁ ଚୁନ ଲଗାଉଥିବା ଭଣ୍ଡ ରସିକ...

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now