ଦୀର୍ଘ ବର୍ଷ ଧରି ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାସିଆ ଖଣି ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଓଟିଭି ଖବର ପ୍ରସାରଣ କରିଥିଲା ।
ଖଣି ଖନନ ପାଇଁ ମିଳିଥିବା ଅନୁମତି ଠାରୁ ଅଧିକ ଲୁହାପଥରକୁ ଖନନ କରାଯାଇଥିବା ଅଭିଯୋଗ ହେବା ପରେ, ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ହୋଇଥିଲା ।
ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସରକାରୀ ନୀତି ନିୟମର ଧଜିଆ ଉଡ଼ାଇ ମାଫିଆମାନେ ବୋହି ନେଉଛନ୍ତି ଟ୍ରକ୍ ଟ୍ରକ୍ ପଥର। ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି।
ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍ କରି ମାଲେ ମାଲ ହେଉଛନ୍ତି..କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି..ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ
ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ NGTର ଛାଟ। ମଦନପୁର ମୌଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ ମସିହାରେ ଅଭିଯୋଗ ହୋଇଥିଲା।
ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି