Advertisment

Vigilance Raid: ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଟଙ୍କାର ପାହାଡ଼; ଦେଢ଼ କୋଟି ଜବତ

ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ। ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କା ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
Vigilance Raid

Vigilance Raid

ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଟଙ୍କାର ପାହାଡ଼। ଘରୁ ମିଳିଲା ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ୍। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଜବତ ହୋଇଛି ପ୍ରାୟ ଦେଢ କୋଟି ଟଙ୍କାର କ୍ୟାସ୍। ମାଲକାନଗିରି ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ପୁଳାପୁଳା ଟଙ୍କା ଦେଖି  ଭିଜିଲାନ୍ସ ବି ତଟକା ହୋଇଯାଇଛି।

Advertisment

ଆଜି ସକାଳୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶାନ୍ତନୁଙ୍କ ଜୟପୁର ଘର ସମେତ ୭ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଶାନ୍ତନୁଙ୍କ କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ୱର ହାଡସିଂ ବୋର୍ଡ କଲୋନୀରେ ଥିବା ଘର ଓ ଭୀମଟାଙ୍ଗୀରେ ଥିବା ଘର,କୋରାପୁଟ ଜିଲ୍ଲା ଜୟପୁରରେ ଥିବା ଘର ସମେତ ମାଲକାନଗିରିରେ ଚଢ଼ାଉ କରାଯାଇଛି।

ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ। ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କା ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।

Advertisment

ଶାନ୍ତନୁ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ସରକାରୀ ବାବୁଙ୍କ ଘରୁ ବିଡ଼ା ବଡ଼ା ନୋଟ୍ ଜବତ କରିଛି ଭିଜିଲାନ୍ସ। ଏତେ ଟଙ୍କା କେଉଁଠି ଆଣିଲେ ସରକାରୀ ବାବୁ ସେନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଧିକ ପଢ଼ନ୍ତୁକ୍ଷୀର ବିନା ବି ହୋଇପାରିବ ସୁସ୍ଥ ଘିଅ; ଜାଣନ୍ତୁ ତିଆରି କରିବାର ପଦ୍ଧତି।

Malkangiri Vigilance Vigilance Raid
Advertisment
Advertisment