Advertisment

Female IIC Victim of Loot : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମୋନାଲିସା କଚେରୀ ବଜାର ପରିବାର ମାର୍କେଟକୁ ପରିବା କିଣିବାକୁ ଆସିଥିଲେ। ମାର୍କେଟ ମଧ୍ୟ ଗହଳିଥିଲା। ଏହି ସମୟରେ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସିଥିଲେ। ମୋନାଲିସାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ମୋ ସୁନା ଚେନ ନେଇ ଗଲେ... ମୋ ସୁନା ଚେନ ନେଇଗଲେ..। ମହିଳା ଆଇଆଇସିଙ୍କ ଚିତ୍କାର ଶୁଣି ହଠାତ୍ ସ୍ତବ୍ଧ ହୋଇଯାଇଥିଲେ ମାର୍କେଟରେ ଉପସ୍ଥିତ ଥିବା ଲୋକେ।  କ’ଣ ହେଲା, କାହିଁକି ପାଟି କରୁଛନ୍ତି ଆଇଆଇସି ହଠାତ୍ କେହି ଜାଣିପାରିନଥିଲେ। ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

Advertisment

ମହିଳା ଆଇଆଇସିଙ୍କୁ ବେକରୁ ଲୁଟେରା ସୁନା ଚେନ ଝାମ୍ପି ନେଇଥିବା ଜଣାପଡ଼ିଥିଲା। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା କଚେରୀ ବଜାର ପରିବାର ମାର୍କେଟରେ। ଲୁଟର ଶୀକାର ମହିଳା ମହିଳା ଆଇଆଇସି ହେଲେ ମୋନାଲିସା କର।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମୋନାଲିସା କଚେରୀ ବଜାର ମାର୍କେଟକୁ ପରିବା କିଣିବାକୁ ଆସିଥିଲେ। ମାର୍କେଟ ମଧ୍ୟ ଗହଳିଥିଲା। ଏହି ସମୟରେ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସିଥିଲେ। ମୋନାଲିସାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ନେଇଗଲେ ନେଇଗଲେ ବୋଲି ପୁଲିସ ଅଧିକାରିଣୀ ଜଣଙ୍କ ଜୋରରେ ପାଟି କରିଥିଲେ।

Advertisment

ଲୋକେମାନେ ପୁଲିସ ଅଧିକାରିଣୀଙ୍କ ପାଟି ଶୁଣି ରୁଣ୍ଡ ହୋଇଯାଇଥିଲେ। ପରେ ଜଣେ ଲୁଟେରାକୁ କାବୁ କରିବାରେ ସଫଳ ହୋଇଥିଲେ। ହେଲେ ଅନ୍ୟ ଜଣେ ବାଇକ ନେଇ ଚମ୍ପଟ ମାରିଥିଲା। ପୁଲିସ ଲୁଟେରାକୁ ଗିରଫ କରି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଟଙ୍କାର ପାହାଡ଼; ଦେଢ଼ କୋଟି ଜବତ

Loot Bhadrak
Advertisment
Advertisment