Advertisment

Death in Rehab Centre: ୭ ହଜାର ଟଙ୍କା ପାଇଁ ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଜୀବନ

ପୁଣି ଥରେ ରାଜଧାନୀର ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ହତ୍ୟା ଅଭିଯୋଗ। ବଳକା ଟଙ୍କା ପୈଠ ନକରିବାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାରଲୋକେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
death

death

ପୁଣି ଥରେ ରାଜଧାନୀ ଭୁବନେଶ୍ବରର ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ହତ୍ୟା ଅଭିଯୋଗ। ବଳକା ଟଙ୍କା ପୈଠ ନକରିବାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାରଲୋକେ। ଲକ୍ଷ୍ମୀସାଗର ଥାନା ଝାରପଡା ଅଂଚଳରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ ତଦନ୍ତ କରୁଛି କମିଶନରେଟ ପୋଲିସ

Advertisment

ଅଧିକ ପଢ଼ନ୍ତୁ : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

ପ୍ରଶାନ୍ତ ନାୟକଙ୍କ ଘର ନୟାଗଡ ଓ ବୟସ ୨୪। ପେସାରେ ଜଣେ କଳାକାର। ନିଶା କବଳରୁ ମୁକ୍ତି ପାଇଁ ୪ ମାସ ତଳେ ପରିବାର ଲୋକେ ଝାରପଡା ମହାଦେବନଗରରେ ଥିବା ସ୍ୱତେଜ ଫାଉଣ୍ଡେସନରେ ପ୍ରଶାନ୍ତଙ୍କୁ ଭର୍ତ୍ତି କରିଥିଲେ। ଭଲ ହୋଇ ଆଉ ୮ ଦିନ ପରେ ସେ ଘରକୁ ଫେରିଥାନ୍ତେ । ହେଲେ ଆଜି ତାଙ୍କ ମୃତ ଶରୀର ଲୋଟିଛି କ୍ୟାପିଟାଲ ହସ୍ପିଟାଲରେ। ପୁଅର ମୃତ୍ୟୁ ନେଇ ପରିବାର ଲୋକେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ମାତ୍ର ୭ ହଜାର ବକେୟା ଟଙ୍କା ପାଇଁ ପ୍ରଶାନ୍ତଙ୍କୁ କାଳେ ପିଟିପିଟି ହତ୍ୟା କରିଛନ୍ତି ଅନୁଷ୍ଠାନର କର୍ମକର୍ତ୍ତା। ସବୁଠୁ ବଡ଼ କଥା ହେଉଛି, ପ୍ରଶାନ୍ତଙ୍କୁ ମେଡିକାଲ୍ ଧରି ଆସିଥିଲେ ନିଶା ନିବାରଣ କେନ୍ଦ୍ରର କତ୍ତୃପକ୍ଷ। ଆଉ ପରିବାର ଲୋକେ ଆସିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ସେମାନେ ଜାଣିବାକୁ ପାଇଥିଲେ। ଏନେଇ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାରଲୋକେ। ଏହାରି ଭିତରେ ସାମ୍ନାକୁ ଆସିଛି ପ୍ରଶାନ୍ତଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଭିଜୁଆଲ।

ତେଣେ ପରିବାରଲୋକଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ। ସଂପୃକ୍ତ ନିଶା ନିବାରଣ କେନ୍ଦ୍ରରେ ସେଭଳି କୌଣସି କାର୍ଯ୍ୟ ହୋଇନଥିବା କହିଛନ୍ତି କର୍ମଚାରୀ। ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନଜିଓ ଏବଂ ସ୍ବେଛାସେବୀ ଅନୁଷ୍ଠାନ ଛତୁ ଫୁଟିଲା ଭଳି ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି। ହେଲେ ଏସବୁର ତଦାରଖ କରୁଛି କିଏ? ଅନଭିଜ୍ଞ କର୍ମଚାରୀ ଓ ସୁରକ୍ଷାରେ ଅଭାବ, ସିସିଟିଭି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି। ଗଲା କେଇମାସ ଭିତରେ ରାଜଧାନୀର ବିଭିନ୍ନ ନିଶା ନିବାରଣ କେନ୍ଦ୍ରରୁ ଆସିଛି ମାଳମାଳ ଅଭିଯୋଗର ଫର୍ଦ୍ଦ। ସତରେ , ଗାଇଡଲାଇନ ମାନି କାମ କରୁଛନ୍ତି ତ କର୍ମଚାରୀ? ସେପଟେ ପୋଲିସ ଏକ ମାମଲା ରୁଜୁ କରିବା ସହ ସଂସ୍ଥା ମାଲିକଙ୍କୁ ପଚରାଉଚରା କରିଛି।

Advertisment

ଅଧିକ ପଢ଼ନ୍ତୁ : ମହଙ୍ଗା ପଡ଼ିଲା ମାଟ୍ରିମୋନି ସାଇଟରୁ ବର ଖୋଜା; ଧରାପଡ଼ିଲା ବିବାହ ନାଁରେ ଯୁବତୀଙ୍କୁ ଚୁନ ଲଗାଉଥିବା ଭଣ୍ଡ ରସିକ...

Murder Bhubaneswar
Advertisment
Advertisment