Advertisment

Mysterious Death: ୭ ହଜାର ଟଙ୍କା ପାଇଁ ମୋ ପୁଅକୁ ମାରିଦେଲେ; ଛାଟିପିଟି ହୋଇ କାନ୍ଦୁଛି ମା’

ପ୍ରଶାନ୍ତ ୩ ମାସ ହେବ ଝାରପଡ଼ା ମହାଦେବ ନଗରରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ବଳକା ଟଙ୍କା ପୈଠ ନ କରିବାରୁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ପୁଣି ଥରେ ରାଜଧାନୀର ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସଛି ହତ୍ୟା ଅଭିଯୋଗ। ବଳକା ଟଙ୍କା ପୈଠ ନ କରିବାରୁ ଜଣେ ଯୁବକଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ସ୍ଥିତ ଝାରପଡ଼ା ମହାଦେବ ନଗରରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ସାଂଘାତିକ ଅଭିଯୋଗ। ମୃତ ବ୍ୟକ୍ତି ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲାର ପ୍ରଶାନ୍ତ ନାୟକ।

Advertisment

ପ୍ରଶାନ୍ତ ୩ ମାସ ହେବ ଝାରପଡ଼ା ମହାଦେବ ନଗରରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ବଳକା ଟଙ୍କା ପୈଠ ନ କରିବାରୁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସବୁଠୁ ବଡ଼ କଥା ହେଲା ଯେ, ପ୍ରଶାନ୍ତଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଧରି ଆସିଥିଲେ ନିଶା ନିବାରଣ କେନ୍ଦ୍ରର କର୍ତ୍ତୃପକ୍ଷ। ପରିବାର ଆସିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଛି। ତେଣୁ ଏହାକୁ ନେଇ ଅଧିକ ସନ୍ଦେହ ସୃଷ୍ଟି ହୋଇଛି।

Advertisment

ମୃତ ପ୍ରଶାନ୍ତଙ୍କ ମା’ କହିଛନ୍ତି, ୩ ମାସ ହେବ ପୁଅକୁ ଆଣି ନିଶାନିବାରଣ କେନ୍ଦ୍ରରେ ଛାଡ଼ିଥିଲି। କିଛି ଦିନ ହେବ ମୋ ପୁଅର ଦେହ ଖରାପ ଥିଲା। ମୋପୁଅକୁ ଛାଡ଼ି ଦେବାକୁ ମୁଁ କହିଥିଲି। ୨ ଲକ୍ଷ ଟଙ୍କା ଦିଆସରିଥିଲା, ଆଉ ୭ ହଜାର ଟଙ୍କା ବାକି ଥିଲା। ୭ ହଜାର ଟଙ୍କା ଦେଲେ ସେମାନେ ଛାଡ଼ିବେ ବୋଲି କହିଥିଲେ। ୭ ହଜାର ଟଙ୍କା ଦେଇ ପାରି ନପାରିବାରୁ ସେମାନେ ମୋ ପୁଅକୁ ମାରିଦେଲେ।

ନିଶାନିବାରଣ କେନ୍ଦ୍ରର ଅଧିକାରୀ କହିଛନ୍ତି, ଗତକାଲି ପ୍ରଶାନ୍ତର ବ୍ଲଡ୍‌ ପ୍ରେସର ବଢ଼ିଥିଲା। ତାକୁ ମେଡିସିନ୍ ଦିଆଯାଇଥିଲା। ମେଡିସିନ୍ ଦେବାର କିଛି ସମୟ ପରେ ବ୍ଲଡ୍‌ ପ୍ରେସର ଠିକ୍‌ ଲେବୁଲକୁ ଆସିଥିଲା। ଆଜି ସକାଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ଆମେ ତୁରନ୍ତ ଡାକ୍ତରଖାନା ଆଣିଥିଲୁ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ ବି ୟୁନିଟ୍ ୬ରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ସମାନ ଅଭିଯୋଗ ଆସିଥିଲା।

ଆହୁରି ପଢ଼ନ୍ତୁ: ନିଶା ଛଡ଼ାଇବାକୁ ଯାଉଛନ୍ତି ନିଶା ନିବାରଣ କେନ୍ଦ୍ର, ହେଲେ ଛାଡ଼ିଯାଉଛି ପ୍ରାଣ !

Murder Bhubaneswar
Advertisment
Advertisment