• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ
Mahakumbh Fire: ମହାକୁମ୍ଭ ମେଳାରେ ପୁଣି ଲାଗିଲା ନିଆଁ, ଜଳିଗଲା ୧୫ ପେଣ୍ଡାଲ

ଏହି ଅଗ୍ନିକାଣ୍ଡ ଘଟଣାରେ ୧୫ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

Road Mishap In Bhubaneswar
Road Mishap In Bhubaneswar: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

ଦ୍ରୁତ ବେଗରେ ଗାଡି ଚଳାଇବା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଚାଲିଯାଉଛି ବହୁମୂଲ୍ୟ ଜୀବନ । ଭୁବନେଶ୍ୱରରେ ଆଜି ଠିକ୍ ଏମିତି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

F-35 Fighter Jet Crash News
F-35 Fighter Jet Crash News:ସକାଳୁ ସକାଳୁ ବଡ଼ ବିମାନ ଦୁର୍ଘଟଣା; ଚାଲିଗଲା ୧୯ ଜୀବନ

ଆମେରିକୀୟ ଯାତ୍ରୀବାହୀ ବିମାନ ସହ ଆମେରିକୀୟ ସେନା ହେଲିକପ୍ଟର ଧକ୍କାହେବାରୁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀ ବିମାନ ଅବତରଣ ବେଳେ ଏମିତି ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇଟି ବିମାନ ଧକ୍କାହେବା ଫଳରେ ଆକାଶରେ ଭୟଙ୍କର ଆଲୋକ ଦେଖିବାକୁ ମିଳିଥିଲା ।

mahakumbh
Reason of Stampade at Mahakumbh: ମହାକୁମ୍ଭରେ ଦଳାଚକଟା, ଜାଣନ୍ତୁ ୫ ମୁଖ୍ୟ କାରଣ

ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ଥିବା କୁହାଯାଇଛି। ତେବେ କାହିଁକି ଏଭଳି ଦଳାଚକଟା ହେଲା ଏହାର ୫ଟି ମୁଖ୍ୟ କାରଣ ସମ୍ପର୍କରେ ଜାଣନ୍ତୁ...

F-35 crashed
F-35 Crashed: ଟ୍ରେନିଂ ସମୟରେ ଧ୍ବଂସ ପାଇଲା F-35 ଯୁଦ୍ଧବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଆମେରିକାର ଏକ ଏଫ-୩୫ ଯୁଦ୍ଧବିମାନ ଟ୍ରେନିଂ ସମୟରେ ଧ୍ବଂସ ପାଇଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଙ୍ଗଲ ସିଟର ଏହି ଯୁଦ୍ଧ ବିମାନଟି ଟ୍ରେନିଂ ସମୟରେ ଆଲାସ୍କାରେ ଖସି ପଡିଥିଲା। ଇନଫ୍ଲାଇଟ ତ୍ରୁଟି କାରଣରୁ ପାଇଲଟଙ୍କୁ କ୍ରାସ୍‌ର ଠିକ ପୂର୍ବରୁ ଇମର୍ଜେନ୍ସି ଏକ୍ସିଟ ନେବାକୁ ପଡିଥିଲା। ୩୫୪ ଫ୍ଲାଇଟ ୱିଙ୍ଗର କମାଣ୍ଡର କଲୋନେଲ ପଲ ଟାଉନସେଣ୍ଡ ଏହି ସୂଚନା ଦେଇଛନ୍ତି।

Stampade
Maha Kumbh Mela 2025: କୁମ୍ଭମେଳାରେ ଅଘଟଣ, ଦଳାଚକଟାରେ ଏକାଧିକ ମୃତ୍ୟୁ ଆଶଙ୍କା

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହା କୁମ୍ଭମେଳା ୨୦୨୫ରେ ଘଟି ଯାଇଛି ବଡ ଅଘଟଣ। ଅମୃତ ସ୍ନାନ ସମୟରେ ଦଳାଚକଟା କାରଣରୁ ଅନ୍ୟୁନ ୧୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଥିଲା ମଙ୍ଗଳବାର ବିଳମ୍ବିତ ରାତିରେ ଅଧିକ ଭିଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା। ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା।

Baghpat
Laddoo Utsav Mishap: ଲଡୁ ଉତ୍ସବରେ ଭୁଶୁଡ଼ି ପଡ଼ିଲା ମଞ୍ଚ, ଦଳାଚକଟାରେ ୭ ମୃତ, ୫୦ ଆହତ

ଉତ୍ତର ପ୍ରଦେଶର ବାଘପତରେ ଜୈନ ଧର୍ମାବଲମ୍ବୀଙ୍କ ଏକ କାର୍ଯ୍ୟକ୍ରମରେ ଘଟିଯାଇଛି ବଡ ଦୁର୍ଘଟଣା। ବାଉଁଶରେ ତିଆରି କରାଯାଇଥିବା ମଞ୍ଚ ଭୁଷୁଡି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Paradip
Hit And Run: ହିଟ୍‌ ଆଣ୍ଡ୍‌ ରନ୍‌: ୧୦ ଦୋକାନ ଉପରେ ମାଡ଼ିଗଲା ବୋଲେରୋ

ବୋଲେରୋ ମାଡ଼ି ଯାଉଥିବା ଦେଖି ଦୋକାନୀମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଯାଇଥିଲେ। ତେବେ ୨ରୁ ଅଧିକ ଦୋକାନୀ ଆହତ ହୋଇଥିଲେ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି।

Van Accident Kills Class 10 Student
Van Accident: ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମା’; କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା...

ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ ।

Palalhada Bus Accident
Palalhada Bus Accident: ପାଲଲହଡା ବସ୍ ଦୁର୍ଘଟଣା: କାଳ ସାଜିଲା କି ବେପରୱା ଡ୍ରାଇଭିଂ ? ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

କେମିତି ଓ କେଉଁ ପରିସ୍ଥିତିରେ ଓଲଟିଲା OSRTC ବସ୍। ଆରଟିଓ ଏବଂ ପୋଲିସ ମିଳିତ ତଦନ୍ତ କରୁଛିନ୍ତି। ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି। 

Cuttack School Tragedy
Cuttack School Tragedy: ବାଙ୍କୀରେ ଭ୍ୟାନ୍ ଓଲଟି ଛାତ୍ରଙ୍କ ମୃତ୍ୟୁ ଘଟଣା; ସସପେଣ୍ଡ୍ ହେଲେ ପ୍ରଧାନ ଶିକ୍ଷକ

ସସପେଣ୍ଡ ହେଲେ ମାଳବିହାରପୁର ହାଇସ୍କୁଲ୍ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ । 

OSRTC Bus Overturns In Angul
OSRTC Bus Overturns In Angul: ଓଲଟିଲା OSRTC ବସ୍‌; ଗାଡ଼ି ତଳେ ଚାପି ହୋଇ ରହିଛନ୍ତି ଯାତ୍ରୀ, ଏକାଧିକ ଆହତ...

OSRTC ବସ୍‌ ଓଲଟି ଏକାଧିକ ଆହତ ହୋଇଛନ୍ତି । ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । 

Truck Accident In Boudh
Truck Accident In Boudh: ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ରକ୍; ୪ ଘଣ୍ଟା ଫସିରହିଲେ ଡ୍ରାଇଭର୍-ହେଲପର୍

ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍। ବୌଦ୍ଧ ମନମୁଣ୍ଡା ଥାନା ମଶିଣାପଡା ବ୍ରିଜ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଥିଲା ।

Road  Accident
Road Accident: ଓଲଟିଲା ପିକଅପ୍ ଭ୍ୟାନ୍; ଜଣେ ଛାତ୍ର ମୃତ, ୨୦ରୁ ଅଧିକ ପିଲା ଆହତ

ଆଜି ସକାଳେ ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ କରି ସାରି ସରଣ୍ଡା ପ୍ୟାରେଡ୍‌ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥାନ୍ତେ।

Death
Selfie In Running Train : ଝିଅର ଆସିବା ବାଟକୁ ଅନାଇ ବସିଥିଲା ମା’; ପହଞ୍ଚିଲା ମୃତଦେହ

ଟ୍ରେନରେ ଖୁସି ମଜା ଚାଲିଥିଲା। ଏହି ସମୟରେ ଟାଙ୍ଗରିଆପାଳ - ଶଗଡ଼ ପଟା ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରେ ସାଙ୍ଗମାନଙ୍କ ସହ ସେଲଫି ନେଉଥିଲେ ନମ୍ରତା। ହେଲେ ତାଙ୍କ ଖୁସି ବେଶୀ ସମୟ ରହି ନଥିଲା।

Accident
Student Dies After Falling Puri-Barbil Express: ସେଲ୍‌ଫି ନେଲା ବେଳେ ଟ୍ରେନ୍‌ରୁ ଖସି ପଡ଼ିଲେ ଛାତ୍ରୀ

ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା। ଭଲ ପାଠ ପଢ଼ୁଥିଲେ। ସେଥିପାଇଁ ତାଙ୍କ ନାଁ ଭୁବନେଶ୍ଵରରେ ଏକ ଘରୋଇ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କଲେଜରେ ଲେଖାଇଥିଲେ ପରିବାର ଲୋକ।

Accident
Road Accident: ଗଛରେ ପିଟି ହୋଇ ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି; କାର୍‌ରେ ଥିଲେ...

ନିଜ ଝିଅକୁ କଟକରେ ଛାଡ଼ି ପତ୍ନୀ ଓ ଶାଶୁଙ୍କୁ ଧରି ଭଞ୍ଜନଗର କ୍ୱାର୍ଟର୍ସକୁ ଫେରୁଥିଲେ। ଆଜି ଭୋର ସମୟରେ ଶାଳୁଆପଲି ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ପରେ ଗାଡ଼ିଟି ୪ ପାଲଟା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଗୁଜବ ପଛରେ ଚା’ ବିକାଳି !
Jalgaon Train Accident: ମହାରାଷ୍ଟ୍ର ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଖୁଲାସା, ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲା ଚା' ବିକାଳି !

ଟ୍ରେନ୍‌ରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରସାରିତ ହେବା ପରେ ଶତାଧିକ ଯାତ୍ରୀ ଭୟରେ ପୁଷ୍ପକ ଏକ୍ସପ୍ରେସରେ ଚେନ ପୁଲ୍ କରି ଡେଇଁ ପଡ଼ିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସଂପୃକ୍ତ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ।

Road Accident
Road Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Fire
Fire Breaks Out: ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଦୋକାନରେ ନିଆଁ କିପରି ଲାଗିଲା, ତାହାର କାରଣ ଜଣାପଡ଼ିନାହିଁ। କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ନା, ସର୍ଟ ସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଗଲା, ତାହା ଜଣାପଡ଼ି ନାହିଁ।

Jalgaon Train Accident
Jalgaon Train Accident: ଟ୍ରେନ୍‌ରେ ନିଆଁ ଗୁଜବ; ଡେଇଁ ପଡ଼ିଲେ ଯାତ୍ରୀ, ଆଉ ତା’ପରେ...

୮ରୁ ଅଧିକ ଜୀବନ ନେଲା ଟ୍ରେନରେ ନିଆଁ ଗୁଜବ । ସୂଚନା ଅନୁସାରେ, ପଚୋରା ଷ୍ଟେସନ ନିକଟରେ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ପରେ, କିଛି ଯାତ୍ରୀ ଚେନ୍ ପୁଲ୍ କରି ଟ୍ରେନରୁ ଆତଙ୍କିତ ଅବସ୍ଥାରେ ବାହାରକୁ ଡେଇଁ ପଡ଼ିଥିଲେ।

Passengers of Pushpak Express were hit by Karnataka Express train
Train Accident: ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା; ଯାତ୍ରୀଙ୍କୁ ଧକ୍କା ଦେଲା ଏକ୍ସପ୍ରେସ୍‌ ଟ୍ରେନ୍‌...

 ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରୀଙ୍କୁ ଧକ୍କା ଦେଲା ଆଉ ଏକ ଏକ୍ସପ୍ରେସ୍‌ । ପୁଷ୍କକ ଏକ୍ସପ୍ରେସର ୮ ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ୍‌ । 

Accident
Accident: ସ୍କୁଟିକୁ ପିଟିଲା ଟ୍ରକ୍‌, ଦୁଇ ନାବାଳିକାଙ୍କ ମୃତ୍ୟୁ

କୁଳିପୋଷ ଅଞ୍ଚଳର ସୁଧୀର ଠାକୁର ସ୍କୁଟିରେ ଯାଉଥିଲେ। ଆଉ ତାଙ୍କ ପଛରେ ଜାନକୀ ଠାକୁର ଓ କରିସ୍ମା ଠାକୁର ମୂର୍ତ୍ତି ବସିଥିଲେ। ତେବେ ରାଜାମୁଣ୍ଡା ବାଇପାସ୍‌ରେ ସ୍କୁଟିକୁ ପିଟି ଦେଇଥିଲା ଟ୍ରକ୍‌।

Fire Breaks Out At The Maha Kumbh Mela 2025
Fire Breaks Out At The Maha Kumbh Mela 2025: ପ୍ରୟାଗରାଜ ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ...

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ। ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।

Manu Bhaker grandmother and uncle died
Big Blow To Manu Bhaker: ଦୁଇ ଦିନ ପୂର୍ବରୁ ଖେଳରତ୍ନ ପୁରସ୍କାର ପାଇଥିଲେ ମନୁ ଭାକର, ହଠାତ୍ ମାଡି ଆସିଲା ଦୁଃଖର ପାହାଡ଼

ସକାଳୁ ସକାଳୁ ମନୁ ଭାକରଙ୍କୁ ଦୋହଲାଇ ଦେଇଛି ଦୁଃଖଦ ଖବର । କାରଣ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାରର ଦୁଇ ଜଣ ବରିଷ୍ଠ ସଦସ୍ୟ ।