/odishatv-khabar/media/post_attachments/uploadimage/library/16_9/16_9_0/Death__1737796800.jpg)
Death
କାଳ ହେଲା ସେଲଫି। ଜୀବନ ନେଇଗଲା ଅଜବ ନିଶା। ଚଳନ୍ତା ଟ୍ରେନରେ ସେଲଫି ନେବା ବେଳେ ଟିକିଏ ଅସାବଧାନତାରୁ ଘଟିଗଲା ବଡ଼ ଦୁର୍ଘଟଣା। ଟ୍ରେନରୁ ଖସି ଚାଲିଗଲା ଜୀବନ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଟାଙ୍ଗରିଆପାଳ - ଶଗଡ଼ ପଟା ଷ୍ଟେସନ ମଝିରେ। ମୃତ ଛାତ୍ରୀ ଜଣଙ୍କ ହେଲେ ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା।
ନମ୍ରତା ଭୁବନେଶ୍ୱରର ଏକ ଘରୋଇ ମ୍ୟାନେଜମେଣ୍ଟ ଏବଂ ଟେକ୍ନୋଲୋଜି ଶିକ୍ଷାନୁଷ୍ଠାନର ଛାତ୍ରୀ। ଛୁଟିଥିବାରୁ ସାଙ୍ଗମାନଙ୍କ ସହ ପୁରୀ-ବଡ଼ବିଲ ଇଣ୍ଟରସିଟି ଟ୍ରେନରେ କେନ୍ଦୁଝର ଯାଉଥିଲେ।
ଟ୍ରେନରେ ଖୁସି ମଜା ଚାଲିଥିଲା। ଏହି ସମୟରେ ଟାଙ୍ଗରିଆପାଳ - ଶଗଡ଼ ପଟା ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରେ ସାଙ୍ଗମାନଙ୍କ ସହ ସେଲଫି ନେଉଥିଲେ ନମ୍ରତା। ହେଲେ ତାଙ୍କ ଖୁସି ବେଶୀ ସମୟ ରହି ନଥିଲା। ଅସାବଧାନତା କାରଣରୁ ସେ ଟ୍ରେନରୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ଯାଇଥିଲା।
ହରିଚନ୍ଦନପୁର ପୋଲିସ ଏବଂ ଆରପିଏଫ୍ ପକ୍ଷରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ଜନ୍ମମାଟି ଡଳଙ୍ଗରେ ଛାତ୍ରୀଙ୍କ ମୃତଦେହ ପହଞ୍ଚିଥିଲା। ଝିଅର ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଝିଅର ମୃତଦେହ ପାଖରେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ବାପାମା’। ଝିଅ ତୁ ଫେରିଆ ବୋଲି ମା’ କାନ୍ଦିକାନ୍ଦି କହି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)