Advertisment

Fire Breaks Out At The Maha Kumbh Mela 2025: ପ୍ରୟାଗରାଜ ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ...

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ। ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Fire Breaks Out At The Maha Kumbh Mela 2025

Fire Breaks Out At The Maha Kumbh Mela 2025

ପ୍ରୟାଗରାଜ କୁମ୍ଭମେଳାରେଅଗ୍ନିକାଣ୍ଡ। ସେକ୍ଟର ୨୦ ଅଞ୍ଚଳରେ ଲାଗିଲା ନିଆଁ । ଶାସ୍ତ୍ରୀ ବ୍ରିଜ ନିକଟରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ସୂଚନା ପାଇଁ ତୁରନ୍ତ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି। ଖାଇବା ପ୍ରସ୍ତୁତି ସମୟରେ ଗ୍ୟାସ ସିଲିଣ୍ଡର ଫାଟିଯାଇଥିବା କୁହାଯାଉଛି। ପାଖାପାଖି ୧୫ଟି କ୍ୟାମ୍ପ ଜଳିଯାଇଛି ବୋଲି ସୂଚନା ମିଳୁଛି। ଅଗ୍ନିକାଣ୍ଡ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି।

Advertisment

ନିଆଁର ପ୍ରକୋପ ଅଧିକ ଥିବାରୁ ପୋଲିସ ଅଧିକାରୀମାନେ ଆଖାପାଖ ଅଞ୍ଚଳକୁ ଖାଲି କରାଉଛନ୍ତି । ଶାସ୍ତ୍ରୀ ବ୍ରିଜ୍ ଏବଂ ରେଲୱେ ବ୍ରିଜ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ନିଆଁ ଲାଗିଛି । ଏହି ପୂରା ଅଞ୍ଚଳ ମହାକୁମ୍ଭ ମେଳା ଅଞ୍ଚଳରେ ଆସୁଛି । ଏକାଧିକ ସିଲିଣ୍ଡର ବ୍ଲାଷ୍ଟ୍ ହେତୁ ନିଆଁ ଭୟଙ୍କର ଭାବରେ ନିଆଁ ଲାଗିଯାଇଥିଲା ।

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

ଅଗ୍ନିକାଣ୍ଡକୁ ନେଇ ଶ୍ରଦ୍ଧାଳୁମାନେ ଭୟଭୀତ ହୋଇପଡ଼ିଛନ୍ତି । ଲୋକମାନଙ୍କୁ ସେଠାରୁ ସୁରକ୍ଷିତ ଜାଗାକୁ ନିଆଯାଉଛି । ତେବେ ସେକ୍ଟର-୫ରେ ଲାଗିଥିବା ନିଆଁ ଧୀରେ ଧୀରେ ସେକ୍ଟର-୧୯ ଓ ୨୦କୁ ମଧ୍ୟ ବ୍ୟାପିଯାଇଛି । ଜୋରରେ ପବନ ହେତୁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

Advertisment

ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଗୁଜବ ଉପରେ ଧ୍ୟାନ ନ ଦେବାକୁ ଲୋକଙ୍କୁ ନିବେଦନ କରିଛି । ତେବେ ନିଆଁ କିପରି ଲାଗିଲା ଏବଂ କିପରି ଏତେ ଭୟଙ୍କର ରୂପ ନେଲା, ସେ ନେଇ ପ୍ରଶାସନ କୌଣସି କଥା କହିନାହିଁ ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

 

Fire Maha Kumbh Mela
Advertisment
Advertisment