ଟଳିଗଲା ବଡ଼ ଅଘଟଣ । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ନିଆଁ ଆଉ ଧୂଆଁରୁ ବର୍ତ୍ତିଗଲା ଅନେକଙ୍କ ଜୀବନ ।
ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହସ୍ପିଟାଲରେ ଅଗ୍ନି ନିରାପତ୍ତା ସମ୍ପର୍କରେ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କଟକର ଏକ ଘରୋଇ ନର୍ସିଂହୋମ୍ରେ ଲାଗିଲା ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍ର ୩ୟ ମହଲାରେ ନିଆଁ ଲାଗିଛି ।
ବିଚ୍ ରାସ୍ତା ଉପରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ । ଗତକାଲି ରାତିରେ ପାରାଦୀପ ଦୋଛକିରେ ହୋମଗାର୍ଡ ରାଜନ୍ ପ୍ରଧାନ ଡ୍ୟୁଟି କରୁଥିବା ବେଳେ କୌଣସି ଟ୍ରକ୍ ଧକ୍କା ଦେଇଥିଲା ।
କିଛିମାସ ତଳେ ଅପନ୍ନା ଓ ଶ୍ୟାମପଦଙ୍କର ବିବାହ ହୋଇଥିଲା। ତେବେ ଅପନ୍ନା ଓ ଡ୍ରାଇଭରଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏଯାଏ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି।
୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସୁଥିବା ଅବସ୍ଥାରେ ଓମ୍ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ।
ବାହାଘର ଯାଉଥିଲା ବେଳେ ବସ୍ ଦୁର୍ଘଟଣାରେ ବରର ବାପାଙ୍କର ଜୀବନ ଯାଇଛି। ଏଭଳି ଦୁଃଖଦ ଏବଂ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ।
ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ କ୍ଷୀର ଟ୍ୟାଙ୍କରକୁ ପିଟିଲା ଡବଲ ଡେକୋର ବସ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାହାଘର ଭୋଜି ଖାଇ ଫେରିବା ବେଳେ ସ୍କର୍ପିଓକୁ ଧକ୍କାଦେଲା ହାଇୱା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର ।
ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି।
ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଧ୍ବଂସାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଏକାଧିକ ଲୋକ ଲୋକ ମାଟି ତଳେ ଫସିରହିଛନ୍ତି ।
କିଏ ଜାଣିଥିଲା ରୋଗ ଦାଉରୁ ବଳିଯିବ ଦୁର୍ଘଟଣା । ଆଉ ଏମିତି ଏକାଥରେ ହାତ ଧରାଧରି ହୋଇ ଚାଲିଯିବେ ଦମ୍ପତି । କ୍ୟାନସର ସିନା ମନୋବଳ ଭାଙ୍ଗିଦେଇଥିଲା । ହେଲେ ଏହି କରୁଣ ଦୁର୍ଘଟଣା ନେଇଗଲା ଉଭୟଙ୍କ ଜୀବନ ।
ଏପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବପ୍ରକାଶ ମଧୁକର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲା । ତଦନ୍ତ ବେଳେ ୬ ଜଣଙ୍କୁ ଗିରଫ କଲା ପୋଲିସ ।
ଘରୋଇ କଲେଜ ବସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ରାଧାରମଣପଡ଼ା ଗାଁ ନିକଟରେ।
ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉତ୍ତରପ୍ରଦେଶ ହଥରାସର ଏଇ ସ୍ଥାନରେ କାଲି ହୋଇଥିଲା ମର୍ମନ୍ତୁଦ ଦଳାଚକଟା। ଆଉ ଶତାଧିକ ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ।
ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଦୋଷୀ କିଏ । କେମିତି ଓ କେଉଁ ପରିସ୍ଥିତିରେ ସତସଙ୍ଗରେ ଦଳାଚକଟା ହେଲା ?
ହାଥରସରେ ଦଳାଚକଟାରେ ୧୨୧ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦଳାଚକଟାର କାରଣ ସାମ୍ନାକୁ ଆସିଛି । ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତରପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି ।
ମୃତ୍ୟୁବରଣ କରିଥିବା ଏହି ୮୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଉଛି । ସେପଟେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍ଏସ୍ପି ରାଜେଶ କୁମାର ସିଂ କହିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସତସଙ୍ଗ ସରିବା ପରେ ଲୋକେ ଘରକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଏହି ସମୟରେ ଦୌଡାଦୌଡି ଆରମ୍ଭ ହୋଇଥିଲା । ଏଥିରେ ୨୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।
ଧରାପଡ଼ିଲା ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଟ୍ରକ୍ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଟ୍ରକ୍ ଓ ଡ୍ରାଇଭରକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ । ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।
ପିଲାମାନେ ଭୂସି ବନ୍ଧ ନିକଟରେ ବହୁଥିବା ପାହାଡି ଝରଣାରେ ଗାଧୋଉଥିଲେ। ହଠାତ ବର୍ଷା ଯୋଗୁ ଫ୍ଲାସ ଫ୍ଲଡ୍ ଆସିବାରୁ ଏମାନେ ଭାସିଯାଇଥିଲେ । ଭାସି ଯାଇଥିବା ମହିଳା ଓ ପିଲାମାନେ ପୁଣେ ସୟଦ ନଗରର ବାସିନ୍ଦା।
ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।