Advertisment

Van Accident: ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମା’; କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା...

ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ ।

author-image
Sujit kumar Swain
Van Accident Kills Class 10 Student

Van Accident Kills Class 10 Student

ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ମୁହଁରୁ ଶବ୍ଦଟିଏ ବାହାରୁ ନାହିଁ। ଦୁହିଁଙ୍କ ଉପରେ ଭାଙ୍ଗି ପଡିଛି ଦୁଃଖର ପାହଡ଼। ଆଉ ଜୀବନରେ ଛାଇ ଯାଇଛି ଘନ ଅନ୍ଧକାର। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ। ଆଉ କିଏ କରିବ ଅଳି ଅଛଟ... ଆଜି ସବୁ କିଛି ଶେଷ ହୋଇଗଲା.... 

Advertisment

ବାଙ୍କୀ ପିକଅପ୍ ଭ୍ୟାନ ଦୁର୍ଘଟଣାରେ ମୃତ ଦଶମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ବେହେରାଙ୍କ ବାପା-ମାଆ। ପୁଅକୁ ସକାଳୁ ଗାଧୋଇ ପାଧୋଇ ଜାତୀୟ ପତକା ଧରାଇ ସ୍କୁଲ ପଠାଇଥିଲେ ସାଧାରଣତନ୍ତ୍ର ଦିବସ ପାଳିବାକୁ। ହେଲେ କିଏ ଜାଣିଥିଲା ସେ ଆଉ ଘରକୁ ଫେରିବନି। କିଏ ଜାଣିଥିଲା ଯେଉଁ ସ୍କୁଲ ଭରଷାରେ ସେ ତାଙ୍କ ପିଲାଙ୍କୁ ପଠାଉଛନ୍ତି ସେହି ସ୍କୁଲ ପାଇଁ ତାଙ୍କ ପୁଅର ଜୀବନ ଚାଲିଯିବ ।

ଅଧିକ ପଢ଼ନ୍ତୁ: ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ରକ୍; ୪ ଘଣ୍ଟା ଫସିରହିଲେ ଡ୍ରାଇଭର୍-ହେଲପର୍

Advertisment

କଟକ ଜିଲ୍ଲା ବାଙ୍କୀର ମାଳବିହାରିପୁର ହାଇସ୍କୁଲରୁ ସରଣ୍ଡା ପଡିଆରେ ହେଉଥିବା ପ୍ୟାରେଡରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ହୋଇଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୫ ଜଣ ଛାତ୍ରଛାତ୍ରୀ ଆହାତ ହେବା ସହ ସୌମ୍ୟ ରଞ୍ଜନଙ୍କର ମୃତ୍ୟୁ ହୋଇଥିଲା। ଏକ ପିକଅପ୍ ଭ୍ୟାନରେ ଗାଈ ଗୋରୁଙ୍କ ପରି ୨୫ରୁ ଉର୍ଦ୍ଧ୍ୱ ପିଲାଙ୍କୁ ଲଦା ଯାଇଥିଲା। ଆଉ ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିଲା ବୋଲି ଅଭିଯୋଗ କରିଛନ୍ତି ଆହତ ଛାତ୍ରଛାତ୍ରୀ ।

ଏପଟେ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ସ୍କୁଲ ପକ୍ଷରୁ ଏନେଇ ସେମାନଙ୍କୁ ମଧ୍ୟ କୌଣସି ପ୍ରକାର ସୂଚନା ଦିଆଯାଇ ନଥିଲା। ଏ ଦୁର୍ଘଟଣା ପାଇଁ ସମ୍ପର୍ଣ୍ଣ ଭାବେ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଦୁର୍ଘଟଣାରେ ଗୁରୁତର ଛାତ୍ରୀଛାତ୍ରୀଙ୍କୁ SCBକୁ ରେଫର କରାଯାଇଥିଲା। ବର୍ତ୍ତମାନ ୧୨ ଜଣ ଛାତ୍ରଛାତ୍ରୀ ସେଠାରେ ଚିକିତ୍ସିତ ହେଉଛନ୍ତି। ଆଉ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଦୁର୍ଘଟଣାରେ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩  ଲକ୍ଷ ଓ ଗଣଶିକ୍ଷା ବିଭାଗ ତରଫରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଦୁର୍ଘଟଣା ପାଇଁ ମାଳବିହାରୀପୁର ହାଇସ୍କୁଲ୍ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁଙ୍କୁ ସସପେଣ୍ଡ କରିଛି ବିଭାଗ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ । 

ଏଠି ପ୍ରଶ୍ନ ଉଠୁଛି ପିଲାଙ୍କୁ ଏପରି ବିପଦଜନକ ଭାବେ ପିକଅପରେ ପଠାଇବାକୁ କିଏ ଦେଇଥିଲା ଅନୁମତି ? ଶିକ୍ଷା ବିଭାଗ ଏନେଇ କ’ଣ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବାକୁ ବାକି ରହିଲା।

ଅଧିକ ପଢ଼ନ୍ତୁ:  ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

Cuttack Student Special Story
Advertisment
Advertisment