/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737282536.jpg)
Manu Bhaker grandmother and uncle died
ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ ଆମେ ଅତ୍ୟନ୍ତ ଖୁସି ହୋଇଯାନ୍ତି । ଅନେକ ସମୟରେ ସୁଖ ପରେ ଦୁଃଖ ଆସିବା ପରି ଘଟଣା ଘଟିଥାଏ ଏବଂ ଏହାପରେ ଆମ ଖୁସି ଫିକା ପଡିଯାଇଥାଏ ।
ଖୁସିରେ ବିଭୋର ହେବାର ଦୁଇ ଦିନ ନପୂରୁଣୁ ତାଙ୍କ ପରିବାରକୁ ମାଡି ଆସିଛି ଦୁଃଖର କଳା ବାଦଲ । ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ ସୁଟର ମନୁ ଭାକରଙ୍କ ପରିବାର ସହ ଘଟିଛି କିଛି ଏମିତି ଘଟଣା । ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ଜିତିଥିଲେ ।
ମନୁ ଭାକର ହେଉଛନ୍ତି ପ୍ରଥମ ମହିଳା ସୁଟର ଯିଏକି ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଥିଲେ । ଦୁଇ ଦିନ ତଳେ ଅର୍ଥାତ ଜାନୁଆରୀ ୧୭ ତାରିଖରେ କେନ୍ଦ୍ର ସରକାର ମନୁ ଭାକରଙ୍କୁ ସମ୍ମାନ ଜନକ ଖେଳରତ୍ନ ପୁରସ୍କାର ପ୍ରଦାନ କରିଥିଲେ । ଏହି ପୁରସ୍କାର ପାଇବା ପରେ ମନୁ ଭାକର ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ଖୁସି ମାତ୍ର ଦୁଇ ଦିନ ପରେ ଯେପରି ମଉଳି ଯାଇଛି ।
ଅଧିକ ପଢ଼ନ୍ତୁ: ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଶୁଭମନ ଗିଲ୍ ଉପଅଧିନାୟକ
ରବିବାର ସକାଳୁ ସକାଳୁ ମନୁ ଭାକରଙ୍କୁ ଦୋହଲାଇ ଦେଇଛି ଦୁଃଖଦ ଖବର । କାରଣ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ପରିବାରର ଦୁଇ ଜଣ ବରିଷ୍ଠ ସଦସ୍ୟ । ସକାଳ ୯ଟା ସମୟରେ ମନୁଙ୍କ ଆଈ ଏବଂ ମାମୁ ସ୍କୁଟିରେ ଯାଉଥିବା ସମୟରେ ତାଙ୍କୁ ଏକ କାର ଧକା ଦେବା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ପ୍ରାଣ ବାୟୁ ଉଡି଼ ଯାଇଥିଲା ।
ମହେନ୍ଦ୍ରଗିରି ଚରଖୀ ଦାଦରୀ ବାଇପାସ ନିକଟରେ ଘଟିଛି ଏଭଳି ଦୁଃଖଦ ଘଟଣା । ତେବେ ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇଯାଇଛି । ଅଲିମ୍ପିଆନ ମନୁଙ୍କ ମାମୁ ଏବଂ ଆଈଙ୍କ ମୃତଦେହକୁ ପୋଲିସ ମେଡିକାଲକୁ ନେଇଛି । ସେଠାରେ ପୋଷ୍ଟମର୍ଟମ କରାଯିବ । ଦୁର୍ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)