• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କଟକ ଜିଲ୍ଲା ବାଙ୍କୀରେ ପିକଅପ୍ ଓଲଟି ଛାତ୍ରଙ୍କ ମୃତ୍ୟୁ ଘଟଣା । ସସପେଣ୍ଡ ହେଲେ ମାଳବିହାରପୁର ହାଇସ୍କୁଲ୍ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ । କଟକ ଏସସିବିରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିବା ସହ ଚିକିତ୍ସା ନେଇ ଆଲୋଚନା କରିଛନ୍ତି । 

ସେ କହିଛନ୍ତି, ଜିଲ୍ଲାପାଳଙ୍କ ସ୍ତରରେ ଘଟଣାର ତଦନ୍ତ ହେବ । ମୃତ ଛାତ୍ରଙ୍କ ପରିବାରକୁ ମୋଟ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଓ ଗଣଶିକ୍ଷା ବିଭାଗ ତରଫରୁ ୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଅନ୍ୟପଟେ ଆହତଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ: ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ରକ୍; ୪ ଘଣ୍ଟା ଫସିରହିଲେ ଡ୍ରାଇଭର୍-ହେଲପର୍

ସକାଳେ ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ ଘଟିଥିଲା। ବାଙ୍କୀ ଥାନା ମାଳବିହାରପୁର ହାଇସ୍କୁଲ୍‌ରୁ ସରଣ୍ଡା ପରେଡ୍  ଗ୍ରାଉଣ୍ଡକୁ ପିଲାଙ୍କୁ ନେଇ ଯାଉଥିବା ପିକଅପ୍ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଦଶମ ଶ୍ରେଣୀର ସୌମ୍ୟ ରଞ୍ଜନ ବେହେରାଙ୍କ ମୃତ୍ୟୁ ହୋଇଛି ।  ଏବେ ୧୨ ଜଣ ଛାତ୍ରଛାତ୍ରୀ କଟକ ଏସିସିବିରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି ।

ଅପରପକ୍ଷେ ଛାତ୍ରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଏପଟେ OSRTC ବସ୍‌ ଓଲଟି ଏକାଧିକ ଆହତ ହୋଇଛନ୍ତି । ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍‌ ତଳେ ଚାପି ହୋଇ ରହିଛନ୍ତି ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାରିପଦାରୁ ଅନୁଗୁଳ ଆସୁଥିବା ବେଳେ ବସ୍‌ ଓଲଟିଥିବା ସୂଚନା।

ଅଧିକ ପଢ଼ନ୍ତୁ:  ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

OTV is now on Whatsapp

Join and get latest news update delivered to you via whatsapp

Join Now