Advertisment

Student Dies After Falling Puri-Barbil Express: ସେଲ୍‌ଫି ନେଲା ବେଳେ ଟ୍ରେନ୍‌ରୁ ଖସି ପଡ଼ିଲେ ଛାତ୍ରୀ

ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା। ଭଲ ପାଠ ପଢ଼ୁଥିଲେ। ସେଥିପାଇଁ ତାଙ୍କ ନାଁ ଭୁବନେଶ୍ଵରରେ ଏକ ଘରୋଇ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କଲେଜରେ ଲେଖାଇଥିଲେ ପରିବାର ଲୋକ।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

କେତେ ଖୁସିରେ ଘରକୁ ଫେରୁଥିଲେ? ଭାବିଥିଲେ ଅନେକ ଅକୁହା କଥା ମାଆଙ୍କୁ କହିଥାନ୍ତେ! ସେଥିପାଇଁ ରାଜଧାନୀ ଚକାଚକ୍‌ ଦୁନିଆରୁ କ୍ଷଣକ ପାଇଁ ବ୍ରେକ୍‌ ନେଇ ଧୂଳି ଧୂଷରିଆ ଗାଁକୁ ଫେରିବାକୁ ବ୍ୟଗ୍ର ଥିଲେ ନମ୍ରତା ବେହେରା। ହେଲେ ଦୁର୍ଭାଗ୍ୟ, ସେଲ୍‌ଫି ନେଲା ବେଳେ ମୋବାଇଲ୍‌ କ୍ୟାମେରା ଲେନ୍ସରେ କଏଦ ହେବା ପୂର୍ବରୁ ଅସାବଧାନତା ଯୋଗୁ ଟ୍ରେନ୍‌ର ବେଗଠାରୁ ଆହୁରି ଅଧିକ ବେଗରେ ଚାଲିଗଲା ତାଙ୍କ ଜୀବନ। ଆଉ କ୍ଷଣକ ଭିତରେ ଖଣ୍ଡ ବିଖଣ୍ଡିତ ହୋଇଗଲା ତାଙ୍କ ଶରୀର। ଆଜି ଅପରାହ୍ନରେ ଏପରି ମର୍ମନ୍ତୁତ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

Advertisment

ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା। ଭଲ ପାଠ ପଢ଼ୁଥିଲେ। ସେଥିପାଇଁ ତାଙ୍କ ନାଁ ଭୁବନେଶ୍ଵରରେ ଏକ ଘରୋଇ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କଲେଜରେ ଲେଖାଇଥିଲେ ପରିବାର ଲୋକ। ଭୁବନେଶ୍ୱରରେ ରହି ସେ ପାଠ ପଢ଼ୁଥିଲେ। ହେଲେ କଲେଜ ଛୁଟି ହେବାରୁ ଆଜି ସେ ସାଙ୍ଗମାନଙ୍କ ସହିତ ପୁରୀ-ବଡ଼ବିଲ ଇଣ୍ଟରସିଟି ଟ୍ରେନ୍‌ରେ ଘରକୁ ଫେରୁଥିଲେ। ସେଥିପାଇଁ ବେଶ୍‌ ଉତ୍ସାହିତ ଥିଲେ। ବହୁଦିନ ପରେ ଘରକୁ ଫେରୁଥିବାରୁ ମନ ତାଙ୍କର ଚଳଚଞ୍ଚଳ ଥିଲା। କେମିତି ଘରେ ପହଞ୍ଚିବେ, ସେଥିପାଇଁ ବ୍ୟତିବ୍ରସ୍ତ ହୋଇପଡ଼ୁଥିଲେ। ହେଲେ ନମ୍ରତାଙ୍କ ବ୍ୟଗ୍ରତାକୁ ବୁଝି ପାରୁନଥିଲା ଲୌହ ଦାନବ। ସିଏ ତା’ ସମୟ ଅନୁସାରେ ଆଗକୁ ବଢ଼ୁଥିଲା।

ଅଧିକ ପଢ଼ନ୍ତୁ: ଗୋଷ୍ଠୀ କନ୍ଦଳକୁ ଖଣ୍ଡନ କଲେ ଦେବାଶିଷ ସାମନ୍ତରାୟ, ଯୁବପିଢି ହିଁ ଦଳକୁ ଆଗେଇ ନେବେ

Advertisment

ଟାଙ୍ଗରିଆପାଳ-ଶଗଡ଼ପଟା ଷ୍ଟେସନ ମଝିରେ ଟ୍ରେନ୍‌ର ବେଗ ଟିକେ ଧିମା ହୋଇଯାଇଥିଲା। ଏହା ସୁଯୋଗ ନେଇ ନମ୍ରତା ତାଙ୍କର ସାଥୀମାନଙ୍କ ସହିତ ଟ୍ରେନ୍‌ ଗେଟ୍‌ ପାଖରେ ଛିଡ଼ା ହୋଇ ସେଲ୍‌ଫି ଉଠାଉ ଥିଲେ। ତେବେ ଅସାବଧାନତା ଯୋଗୁ ହାତ ଖସି ଯାଇଥିଲା। ଭାରସାମ୍ୟ ହରାଇ ସେ ତଳେ ପଡ଼ି ଯାଇଥିଲେ। ସାଥୀମାନେ ଚେନ୍‌ପୋଲ୍‌ କରିଲା ବେଳକୁ ଅଫେରା ପଥରେ ପଥିକ ହୋଇ ସାରିଥିଲେ ନମ୍ରତା। ରେଳ ଟ୍ରାକ୍‌ରେ ପଡ଼ିଥିଲା ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ରେଲୱେ ପୋଲିସ ଓ ହରିଚନ୍ଦନପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଅଧିକ ପଢ଼ନ୍ତୁ: ଆଜିଠୁ ଆବାସ ସର୍ଭେ; ଚୟନ ହେବେ ନୂତନ ହିତାଧିକାରୀ

ସୂଚନାରୁ ପ୍ରକାଶ, ଆଜି ଦୁନିଆରେ ସେଲ୍‌ଫି ନେବା ଏକ ନିଶାରେ ପରିଣତ ହୋଇଗଲାଣି। ସେଲ୍‌ଫି ନେଲା ବେଳେ ସେମାନେ କେବେହେଲେ ନିଜର ସୁରକ୍ଷା ପ୍ରତି ସାମାନ୍ୟତମ ଧ୍ୟାନ ଦେଉନାହାନ୍ତି। ଯେଉଁଥିପାଇଁ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଆଉ ଅନାୟସରେ ଜୀବନ ଯାଉଛି। ଜୀବନ ଗଲା ପରେ ମଧ୍ୟ ଯୁବପିଢି ଏହି ମରାତ୍ମକ ବ୍ୟାଧିରୁ ବାହାରି ପାରୁନାହିଁ।

Kendujhar Student Accident
Advertisment
Advertisment