Advertisment

OSRTC Bus Overturns In Angul: ଓଲଟିଲା OSRTC ବସ୍‌; ଗାଡ଼ି ତଳେ ଚାପି ହୋଇ ରହିଛନ୍ତି ଯାତ୍ରୀ, ଏକାଧିକ ଆହତ...

OSRTC ବସ୍‌ ଓଲଟି ଏକାଧିକ ଆହତ ହୋଇଛନ୍ତି । ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା ।

author-image
Sujit kumar Swain
ଅଦ୍ୟତନ ହୋଇଛି
OSRTC Bus Overturns In Angul

OSRTC Bus Overturns In Angul

ବଡ଼ ଖବର। ଦୁଃଖଦ ଘଟଣା। ଓଲଟିଲା OSRTC ବସ୍‌ । ଏକାଧିକ ଆହତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି  । ସମଲ ଥାନା ଗହମ ସେବାଶ୍ରମ ପାଖରେ ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ପାଲଲହଡ଼ାରୁ ତାଳଚେର ଆସୁଥିବା ବେଳେ ବସ୍‌ଟି ଓଲଟି ପଡ଼ିଥିବା ସୂଚନା । ବସ୍‌ ଭିତରୁ ଉଦ୍ଧାର ଯାତ୍ରୀଙ୍କୁ ତାଳଚେର ମେଡିକାଲ୍‌ରେ ଭର୍ତ୍ତି କରଯାଇଛି। ବସ୍‌ର ସବୁ ସିଟ୍‌ରେ ଯାତ୍ରୀ ଥିଲେ, ଏମିତିକି ଆଉ କିଛି ଛିଡ଼ା ହୋଇଥିଲେ ବୋଲି ସୂଚନା ରହିଛି ।

Advertisment

ଅନ୍ୟପଟେ ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍। ବୌଦ୍ଧ ମନମୁଣ୍ଡା ଥାନା ମଶିଣାପଡା ବ୍ରିଜ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଥିଲା । ଟ୍ରକ୍ ଡ୍ରାଇଭର ଓ ହେଲପର୍ ପ୍ରାୟ ୪ ଘଣ୍ଟା ଧରି ଟ୍ରକ ଭିତରେ ଫସିରହିଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ର ଡୋର୍ କାଟି ଉଭୟଙ୍କୁ ଉଦ୍ଧାର କିରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଡ୍ରାଇଭରଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ:  ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

ଏପଟେ ପରେଡରେ ଅଂଶ ଗ୍ରହଣ କରିବାକୁ ଯାଉଥିଲେ ସ୍କୁଲ ପିଲା। ଅଧବାଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କି ଥାନା ଅଶୁଂପା ନିକଟରେ ଏହି ଦୁର୍ଘଟଣାରେ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସୌମ୍ୟ ରଞ୍ଜନ ବେହେରା। ସେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ। ମୃତାହତ ପିଲାମାନେ କଟକର ବାଙ୍କି ଥାନା ମାଳବିହାରପୁର ହାଇସ୍କୁଲ ସ୍କୁଲର ବୋଲି ଜଣାଯାଇଛି।

Advertisment

ଅପରପକ୍ଷେ ଆଜି ସକାଳେ ମାଳବିହାରପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ କରି ସାରି ସରଣ୍ଡା ପ୍ୟାରେଡ୍‌ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥାନ୍ତେ। ନିଜ ସ୍କୁଲଠାରୁ ୩ରୁ୪ କିମି ଦୂରରେ ସରଣ୍ଡା ପ୍ୟାରେଡ୍‌ ଗ୍ରାଉଣ୍ଡ। ଏଥିପାଇଁ ପିଲାମାନେ ଏକ ପିକଅପ୍ ଭ୍ୟାନରେ ଯାଉଥିଲେ।  ବାଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେସୁସ୍ଥ ଥିବା ଜଣାଯାଇଛି। 

ଅଧିକ ପଢ଼ନ୍ତୁ: ନିରଞ୍ଜନଙ୍କ ଘରେ କଳାକନା ବୁଲାଇଲେ ଚୋର

Bus Accident Accident OSRTC Bus
Advertisment
Advertisment