ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା ।
ବୈଦ୍ଧରେ ବଡ଼ ଅଘଟଣ । ଗଛରେ ପିଟି ହୋଇ ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ । ବୌଦ୍ଧ ଥାନା ବୁରପଟା ଛକ ନିକଟରେ ସଡ଼କ ଦୁର୍ଘଟଣା ।
ଜେଲ୍ରେ ୯ବର୍ଷ ସଜା କାଟିଲେ। ଶେଷରେ ବନ୍ଦୀ ଜୀବନରୁ ମୁକ୍ତି ମଳିଲା। ଘର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ କିଏ ଜାଣିଥିଲା ଘରକୁ ଯିବା ପୂର୍ବରୁ ତାଙ୍କ ବାଟ ଜଗିଥିଲା ଯମ ।
କଟକ ବିଜୁ ପଟ୍ଟନାୟକ ଛକରେ ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ।
ଟ୍ରକ୍ ଡ୍ରାଇଭର ରାସ୍ତାରେ ଥିବା ଏକ ଖାଲରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ଗାଡ଼ିଟି କେନାଲ ଭିତରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। କିନ୍ତୁ ସେ କଣ ଜାଣିଥିଲେ ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାର ତାଙ୍କ ଜୀବନ ନେଇଯିବ।
ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ।
ବଡ଼ ଝିଅର ବୟସ ୧୨ବର୍ଷ ହୋଇଥିବା ବେଳେ ମଝିଆ ଝିଅ ଶୁଭରେଖା ମଲ୍ଲିକର ବୟସ ୧୧ ଓ ସାନଝିଅ ସୁରଭିର ବୟସ ୩ବର୍ଷ ବୋଲି ଜଣାପଡିଛି। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି।
ଗଣେଶ ଭସାଣ ବେଳେ ଅଘଟଣ । ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଘଟିଛି ଅଭାବନୀୟ ଘଟଣା।
ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରାତିସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
କଟକରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବା ବେଳେ ଅଘଟଣ । ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ କାମ ଚାଲିଥିଲା ।
୪ଟି ପରିବାରର ୮ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ । କେବଳ ବିପନ୍ନମାନେ ପିନ୍ଧିଥିବା ବସ୍ତ୍ରକୁ ଛାଡିଦେଲେ ସବୁ ଜଳିଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ୨୬ ହଜାର ୩୧୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।
ବାଲକୋନି ଭୁଶୁଡି ପଡିବାରୁ ପ୍ରାୟ ଶହେ ଲୋକ ଆହତ ହୋଇଛନ୍ତି । ଗତକାଲି ରାତିରେ ମହାବୀର ପ୍ରୋସେସନ ଦେଖିବାକୁ ଏମାନେ ସମସ୍ତେ ବାଲକୋନିରେ ଏକାଠି ହୋଇଥିଲେ ।
ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ୩ ସଦସ୍ୟ ନିଖୋଜ ।
ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ । ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ।
ଛୋଟ ଭୁଲ୍ ପାଇଁ ଚାଲିଗଲା ଜୀବନ । ନିଶାସକ୍ତ ଯାତ୍ରୀଙ୍କ ପାଇଁ ଜୀବନ ହରାଇଲେ ମହିଳା । ଏମିତି କାଣ୍ତ କଲେ ଯେ, ୯ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବସ୍ ।
ତ୍ରୁଟିପୂର୍ଣ୍ଣ ହେଲିକପ୍ଟରକୁ ଆଜି ସକାଳ ପ୍ରାୟ ୭ଟା ସମୟରେ MI 17 ହେଲିକପ୍ଟର ଯୋଗେ ଗୌଚାର ଏୟାରଷ୍ଟ୍ରିପକୁ ମରାମତି ପାଇଁ ନିଆଯାଉଥିଲା। ତେବେ ବାୟୁସେନା ହେଲିକପ୍ଟର ଭାରସାମ୍ୟ ହରାଇ ବସିଥିଲା।
ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଅଧିକ ଘର। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୦ ମିନିଟରେ ଆଳିଶ ଗାଁରେ ନିଆଁ ଲାଗିଥିଲା।
ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ସମ୍ୱଲପୁର ଯମନକିରା ଥାନା ପୁକୁଡ଼ା ଗାଁରେ ଘଟିଛି ଏଭଳି ଅଘଟଣ।
ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।
ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ।
ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।
ମେଡିସିନ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ।