Advertisment

Uttar Pradesh Accident: ପରିବାର ଉଜାଡ଼ି ଦେଲା ଦୁର୍ଘଟଣା; ନବ ବିବାହିତ ଦମ୍ପତିଙ୍କ ସମେତ ଚାଲିଗଲା ୭ ଜୀବନ

କାର୍‌ଟି ଅନ୍ୟ ଏକ ଗାଡିକୁ ଓଭରଟେକ୍‌ କରିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଦିଗ ବଦଳାଇ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Creta was overtaking another vehicle, rammed auto

Creta was overtaking another vehicle, rammed auto

ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋ ସହ ଧକ୍କା ହେଲା ହୁଣ୍ଡାଇ କ୍ରେଟା। ଏଥିରେ ମୋଟ୍ ୭ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ନବ ଦମ୍ପତିଙ୍କ ସମେତ ୬ଜଣ ଥିବା ବେଳେ ଅଟୋ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ବିଜନୋରର ଏହି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

Advertisment

ବିଜନୋର ଏସପି ଅଭିଷେକଙ୍କ ସୂଚନା ଅନୁଯାୟୀ, ଆଜି ସକାଳୁ ଉତ୍ତରପ୍ରଦେଶର ଧାମପୁର ନିକଟ ୭୪ ନମ୍ୱର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଅଟୋରେ ଡ୍ରାଇଭରଙ୍କୁ ମିଶାଇ ମୋଟ୍ ୭ଜଣ ଯାତ୍ରା କରୁଥିଲେ। ଗତକାଲି ରାତିରେ ସେମାନେ ଝାଡଖଣ୍ଡରେ ଥିବା ଜଣେ ସଂପର୍କୀଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଭୋର୍‌ରୁ ଟ୍ରେନ୍‌ରେ ଫେରିବା ପରେ ମୁରାରାବାଦ ରେଲୱେ ଷ୍ଟେସନ୍‌ରୁ ଏକ ଅଟୋ ଭଡ଼ା କରି ଘରକୁ ଫେରୁଥିଲେ।

ଏହି ସମୟରେ ଏକ ହୁଣ୍ଡାଇ କ୍ରେଟା ଜାତୀୟ ରାଜପଥରେ ଯାଉଥିଲା। ଏହା ଅନ୍ୟ ଏକ ଗାଡିକୁ ଓଭରଟେକ୍‌ କରିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଦିଗ ବଦଳାଇ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଛି। ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଅଟୋ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ ୨ଜଣ ମହିଳା ଓ ଜଣେ ନାବାଳିକା ଥିବା ସୂଚନା ମିଳିଛି। ମୃତକମାନେ ହେଲେ ୬୫ ବର୍ଷୀୟ ଖୁରସିଦ, ତାଙ୍କ ପୁଅ ବିଶାଲ, ବୋହୂ ଖୁସୀ, ମମତାଜ, ରୁବି ଏବଂ ୧୦ବର୍ଷୀୟା ଝିଅ ବୁଶ୍ରା । ସମସ୍ତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଏସପି ସୂଚନା ଦେଇଛନ୍ତି। ତେବେ ଏହି ଦୁର୍ଘଟଣାରେ କାର୍‌ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ କାର୍‌କୁ ଜବତ କରିଛି।

ଏହା ସହ ପଢ଼ନ୍ତୁ: Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ

ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

Uttar Pradesh Car Accident
Advertisment
Advertisment