Advertisment

Drowning Death: ପାଣିରେ ବୁଡ଼ି ମୃତ୍ୟୁରେ ନୋ ବ୍ରେକ୍; କାଲି ଦିନକରେ ଯାଇଛି ୬ ଶିଶୁଙ୍କ ଜୀବନ

କେତେବେଳେ ଦୁର୍ଘଟଣାଜନିତ ତ ଆଉ କେତେବେଳେ ଆତ୍ମହତ୍ୟା ଜନିତ। NCRBର ତଥ୍ୟ କହୁଛି ଦେଶରେ ପ୍ରତିବର୍ଷ ଯେତିକି ଅସ୍ବାଭାବିକ ମୃତ୍ୟୁ ଘଟୁଛି ତା ଭିତରୁ କେବଳ ୮.୯ ପ୍ରତିଶତ ହେଉଛି ପାଣିରେ ବୁଡ଼ି ମୃତ୍ୟୁ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

ନିଇତି ବୁଡ଼ି ମରୁଛନ୍ତି ୪ ଜଣ

ରାଜ୍ୟରେ ବଢି ଚାଲିଛି ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟା। କେତେବେଳେ ଦୁର୍ଘଟଣାଜନିତ ତ ଆଉ କେତେବେଳେ ଆତ୍ମହତ୍ୟା ଜନିତ। NCRBର ତଥ୍ୟ କହୁଛି ଦେଶରେ ପ୍ରତିବର୍ଷ ଯେତିକି ଅସ୍ବାଭାବିକ ମୃତ୍ୟୁ ଘଟୁଛି ତା ଭିତରୁ କେବଳ ୮.୯ ପ୍ରତିଶତ ହେଉଛି ପାଣିରେ ବୁଡ଼ି ମୃତ୍ୟୁ। ସେହିପରି ଓଡ଼ିଶାରେ ପ୍ରତିଦିନ ହାରାହାରି ୪ ଜଣ ପାଣିରେ ବୁଡି ପ୍ରାଣ ହରାଉଛନ୍ତି, ଯାହାକୁ ନେଇ ବଢିଛି ଚିନ୍ତା ।

Advertisment

କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ଅଘଟଣ । ପାଣିରେ ବୁଡି ଚାଲିଗଲା ୬ ଜୀବନ । କାନ୍ଦ ବୋବାଳି । କାଲି ଆଉ ଆଜି ଭିତରେ ଆକାଶ ପାତାଳ ଫରକ। ଡଙ୍ଗା ଭସାଇବା ପାଇଁ କାଲି ସକାଳେ ଘରେ ଅଝଟ କରୁଥିବା ବାଲେଶ୍ବର ସାଉଣ୍ଡିଆ ଗାଁର ୩ ବର୍ଷର ଆଶୁତୋଷର ଆଜି ଆଉ ଜମା ସୋର-ଶବ୍ଦ ନାହିଁ। ଘର ପାଖରେ ଥିବା ପୋଖରୀ ଛଡାଇ ନେଇଛି କଅଁଳ ଶିଶୁକୁ । ଡଙ୍ଗା ଭସାଇବାକୁ ଯାଇ ପାଣିରେ ବୁଡି ଯାଇଛି ଆଶୁତୋଷ। 

ଏହା ସହ ପଢ଼ନ୍ତୁ: Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ

Advertisment

ସେପଟେ ମାଲକାନଗିରି ଚମ୍ପାନଗରରେ ପୋଖରୀ କୂଳରେ ସେମିତି ପଡିରହିଛି ଚପଲ, ଭାସୁଛି ଡଙ୍ଗା। ହେଲେ ଆଉ ଫେରିବନି ୧୨ ବର୍ଷୀୟ ସାବିତ୍ରୀ। ଡଙ୍ଗାରୁ ଟଙ୍କା ସଂଗ୍ରହ କରିବାକୁ ଯାଇ ଅସାବଧାନତା ପାଇଁ ଚାଲିଯାଇଛି ତାର ଜୀବନ। 

ଅସାବଧାନତା ହେଉ ଅବା ଦୁର୍ଘଟଣା କି ଆତ୍ମହତ୍ୟା, ପ୍ରତିବର୍ଷ ପାଣିରେ ବୁଡି ଶତାଧିକ ଲୋକଙ୍କ ଯାଉଛି ଜୀବନ। NCRB ତଥ୍ୟ କହୁଛି, ଦେଶରେ ପ୍ରତିବର୍ଷ ପାଣିରେ ବୁଡି ପ୍ରାୟ 38 ହଜାର ଲୋକ ପ୍ରାଣ ହରାଉଛନ୍ତି। କେବଳ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ଭଳି ବିଭିନ୍ନ ଜଳାଶୟରେ ବୁଡି 28 ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। 

ସେହିପରି ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ରିପୋର୍ଟ କହୁଛି 2022ରେ 1476, 2021ରେ 1805 ଏବଂ 2020ରେ 1840 ଜଣ ଅକାଳରେ ପ୍ରାଣ ହରାଇଛନ୍ତି। ପ୍ରତିଦିନ ହାରାହାରି 4 ଜଣ ଲୋକ ପାଣିରେ ବୁଡି ମୃତ୍ୟୁ ବରଣ କରୁଛନ୍ତି। ରାଜ୍ୟରେ 2016ରୁ 2022 ଭିତରେ ଏଭଳି ପାଖାପାଖି 10 ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାରେ ବଜ୍ରପାତଜନିତ ମୃତ୍ୟୁ ସବୁଠାରୁ ଅଧିକ ଥିବା ବେଳେ ତାପଛକୁ ରହିଛି ପାଣିରେ ବୁଡି ମୃତ୍ୟୁ।

ଦିନକୁ ଦିନ ପାଣିରେ ବୁଡି ମୃତ୍ୟୁସଂଖ୍ୟା  ବଢିଚାଲିଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଲୋକଙ୍କୁ ଏଦିଗରେ ସଚେତନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ।

ଅଧିକ ପଢନ୍ତୁ: Ambulance Blast: ମଝି ରାସ୍ତାରେ ଫାଟିଲା ଆମ୍ୱୁଲାନ୍ସ ଅକ୍ସିଜେନ୍ ସିଲିଣ୍ଡର; ବର୍ତ୍ତିଗଲେ ଗର୍ଭବତୀ

Odisha Children
Advertisment
Advertisment