Advertisment

Noida Road Accident: କୁହୁଡ଼ି ସାଜିଲା କାଳ: ବିଭିନ୍ନ ସ୍ଥାନରେ ସିରିଜ୍‌ ଦୁର୍ଘଟଣା;  ୨ ମୃତ, ୩୬ ଆହତ...

ବିଭିନ୍ନ ସ୍ଥାନରେ ଘଟିଲା ସିରିଜ୍‌ ଦୁର୍ଘଟଣା । ଯାହାଫଳରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । ଦୁର୍ଘଟଣାରେ ୩୬ରୁ ଅଧିକ ଲୋକ ଆହତ ବି ହୋଇଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Noida Road Accident

Noida Road Accident

ବଡ଼ ଦୁର୍ଘଟଣା । ଭୟଙ୍କର ଦୃଶ୍ୟ । କୁହୁଡ଼ି ସାଜିଲା କାଳ । ଗାଡ଼ି ଉପରେ ଗାଡ଼ି ମାଡ଼ିଗଲା । ଦୃଶ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ ଚକିତ । ବିଭିନ୍ନ ସ୍ଥାନରେ ଘଟିଲା ସିରିଜ୍‌ ଦୁର୍ଘଟଣା । ଯାହାଫଳରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । ଦୁର୍ଘଟଣାରେ ୩୬ରୁ ଅଧିକ ଲୋକ ଆହତ ବି ହୋଇଛନ୍ତି । ନୋଏଡ଼ା ସମେତ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ କୁହୁଡ଼ି କାରଣରୁ ଏଭଳି ଘଟଣା ଘଟିଛି  ।

Advertisment

ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ନିକଟରେ ଏକ ଟ୍ରକ୍ ପାର୍କିଂ କରି ଛିଡା ହୋଇଥିଲା । ଏହି ସମୟରେ ପାନିପତରୁ ମଥୁରା ଯାଉଥିବା ଏକ ବସ୍ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ପ୍ରବଳ କୁହୁଡ଼ି କାରଣରୁ ରାସ୍ତାଘାଟ କିଛି ଦେଖା ଯାଉନଥିବାରୁ ବସ୍ ଡ୍ରାଇଭର ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲେ। ଫଳରେ ବସରେ ଥିବା ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

Advertisment

ଏହା ସହ ପଢ଼ନ୍ତୁ: Drowning Death: ପାଣିରେ ବୁଡ଼ି ମୃତ୍ୟୁରେ ନୋ ବ୍ରେକ୍; କାଲି ଦିନକରେ ଯାଇଛି ୬ ଶିଶୁଙ୍କ ଜୀବନ

ଅନ୍ୟପଟେ, ଆଗ୍ରା ନିକଟ ଫିରୋଜାବାଦରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ନାସିରପୁର ନିକଟରେ କାର୍-ଟ୍ରକ୍ ଧକ୍କା ହୋଇଛି। ଏକ SUV କାର୍ ଟ୍ରକକୁ ଧକ୍କା ଦେବା ଫଳରେ ଅନ୍ୟ ଗାଡ଼ିମଧ୍ୟରେ ପରସ୍ପର ଧକ୍କା ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବୁଲନ୍ଦସହରରେ ମଧ୍ୟ ବାଇକକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜାତୀୟ ରାଜପଥ-୩୪ରେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ କୁହୁଡି କାରଣରୁ ଟ୍ରକ୍ ଡ୍ରାଇଭର ବାଇକକୁ ଦେଖି ନ ପାରିବାରୁ ଏହି ଦୁଃଖଦ ଘଟଣା ଘଟିଛି। 

ଏହା ସହ ପଢ଼ନ୍ତୁ: Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ

Accident Smog Noida Deaths For Road Accidents In India
Advertisment
Advertisment