Advertisment

Maharashtra Bus Accident: ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍; ୧୦ ଯାତ୍ରୀ ମୃତ

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଚାଲିଗଲା ୧୦ ଯାତ୍ରୀଙ୍କ ଜୀବନ।

author-image
Sonali Ojha
ଅଦ୍ୟତନ ହୋଇଛି
accident

accident

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଚାଲିଗଲା ୧୦ ଯାତ୍ରୀଙ୍କ ଜୀବନ। ଆଜି ଗୋଣ୍ଡିଆ ଜିଲ୍ଲାର କୋହରାମା ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ରାଜ୍ୟ ସଡକ ପରିବହନ ନିଗମ (MSRTC) ବସ୍ ଓଲଟି ପଡ଼ିବାରୁ ୧୦ ଜଣଙ୍କ ଜୀବନ ଯାଇଛି। ଅନେକ ଯାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Advertisment

ଆଜି ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି। ରାଜ୍ୟ ସଡକ ପରିବହନ ନିଗମ ବସ୍‌ଟି ଯାତ୍ରୀଙ୍କୁ ନେଇ ନାଗପୁରରୁ ଗୋଣ୍ଡିଆ ଯାଉଥିଲା। ବସରେ ୩୫ଜଣ ଯାତ୍ରୀ ଥିଲେ। ହଠାତ୍ ରାସ୍ତା ମଝିକୁ ଏକ ବାଇକ୍ ଚାଳକ ପଶିଆସିଥିଲେ। ବାଇକ ସହ ଦୁର୍ଘଟଣା ଏଡାଇବାକୁ ଯାଇ ବସଟି ଦିଗ ବଦଳାଇବାକୁ ଚେଷ୍ଟା କରିଥିଲା। ମାତ୍ର ବସର ବେଗ ଅଧିକ ଥିବାରୁ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଫଳରେ ୧୦ ଜଣ ଯାତ୍ରୀଙ୍କ ଜୀବନ ଚାଲିଗଲା। ଜଣଙ୍କୁ ବଂଚାଇବାକୁ ଯାଇ ୧୦ ଜଣଙ୍କ ଜୀବନ ଯିବା ପରେ ସଂପୃକ୍ତ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ଅଧିକ ପଢନ୍ତୁ: Accident in Agra Expressway: ଡିଭାଇଡର ଡେଇଁ ଟ୍ରକ୍‌କୁ ପିଟିଲା ସ୍କର୍ପିଓ; ଚାଲିଗଲା ୫ ଡାକ୍ତରଙ୍କ ଜୀବନ

Advertisment

ତୁରନ୍ତ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଜରୁରୀକାଳୀନ ସେବାକୁ ସୂଚନା ଦିଆଯାଇଥିଲା। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କ୍ରେନ୍ ସାହାଯ୍ୟରେ ଓଲଟି ପଡିଥିବା ବସ୍ ହଟାଇବାକୁ ଚେଷ୍ଟା ଚାଲିଛି। ତେବେ ମୃତକଙ୍କ ସଂପୂର୍ଣ୍ଣ ପରିଚୟ ଏଯାଏ ଜଣାପଡିନି।

ଅଧିକ ପଢନ୍ତୁ: Plane Rolls Back: ବ୍ରେକ୍ ଲଗାଇବାକୁ ଭୁଲିଗଲେ ପାଇଲଟ୍; ପାର୍କିଂ ୱେକୁ ଗଡ଼ିଗଲା ଡବଲ-ଡେକର କମର୍ସିଆଲ୍ ଫ୍ଲାଇଟ୍

Bus Accident Maharashtra
Advertisment
Advertisment