କଟକ ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ ବଡ଼ ଅଘଟଣ । ଯାତ୍ରା ପାର୍ଟିର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ପଡ଼ିବାରୁ ଏଥିରେ ଚାପି ହୋଇ ୩୦ରୁ ଅଧିକ ଦର୍ଶକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଶିଶୁ ଓ ମହିଳା ବି ଅଛନ୍ତି । ଆହତ ଓ ଗୁରୁତର ମାନଙ୍କୁ ସାଲେପୁର ସମେତ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦ରୁ ଅଧିକ ଆହତ ଭର୍ତ୍ତି ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ମୁତାବକ ରାଇସୁଙ୍ଗାଡ଼ା ଶନି ପଡିଆରେ ଏହି ଅଘଟଣ ଘଟିଛି । ସେହିପରି ରାଜଧାନୀର ୟୁନିଟ-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଏହି ଅଗ୍ନିକାଣ୍ଡରେ ୫ଟି ଦୋକାନ ଘର ଜଳି ଯାଇଛି । ତେବେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଖବର ମିଳିବା ମାତ୍ରେ ୨ଟି ଅଗ୍ନିଶମ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେହିପରି ଗତ କିଛି ଦିନ ତଳେ ତାମିଲନାଡ଼ୁର ଏକ ହସ୍ପିଟାଲ୍ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ । ତାମିଲନାଡ଼ୁର ଏକ ଘରୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି ।
Also Read
ଅଧିକ ପଢନ୍ତୁ: କ୍ୟାନସର ସହ ଯୁଝୁଥିଲା କୁନି ପୁଅ; ହସ୍ପିଟାଲ୍ରେ ଆଙ୍ଗୁଳି କାମୁଡି ଖାଇଲା ମୂଷା, ଚାଲିଗଲା ଜୀବନ !
କିଛି ଆହତ ହୋଇଥିବା ବେଳେ ୨୯ ଜଣଙ୍କୁ ଉଦ୍ଧାର କରି ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡିଣ୍ଡିଗୁଲର ଏକ ଅର୍ଥୋପେଡିକ୍ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି । ତ୍ରିଚି ରୋଡରେ ଥିବା ସିଟି ହସ୍ପିଟାଲରେ ହଠାତ୍ ନିଆଁ ଲାଗିଥିଲା । ତଳ ମହଲା ରିସେପ୍ସନ ଏରିଆରେ ସର୍ଟ ସର୍କିଟରୁ ନିଆଁ ଉପର ମହଲାକୁ ବ୍ୟାପିଥିଲା । ଚାହୁଁ ଚାହୁଁ ନିଆଁ ସହ ଧୂଆଁମୟ ହୋଇଥିଲା ପୂରା ହସ୍ପିଟାଲ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ।
ଦୀର୍ଘ ଦୁଇଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ ପ୍ରାୟ ୫୦ ଆମ୍ବୁଲାନ୍ସ । ସିଟି ହସ୍ପିଟାଲରେ ଅଧିକାଂଶ ଅର୍ଥୋପେଡିକ୍ ରୋଗୀ ଥିଲେ । ୨୯ ଜଣଙ୍କୁ ଉଦ୍ଧାର କରି ଡିଣ୍ଡିଗୁଲ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।