ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। ସେ ନିଆଁର ଆଁ ଭିତରୁ ୭ ଜଣ ପିଲାଙ୍କୁ ଉଦ୍ଧାର କରି ବଞ୍ଚାଇଛନ୍ତି । କିନ୍ତୁ ନିଜର ଦୁଇ ଯମଜ ଶିଶୁ କନ୍ୟାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କର ଏହି ବୀରତ୍ୱର କଥା ଯେତିକି ପ୍ରଶଂସାଯୋଗ୍ୟ ସେତିକି ହୃଦୟ ବିଦାରକ ମଧ୍ୟ।
ଘରୋଇ ନର୍ସିଂହୋମ୍ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ କାହିଁକି ବ୍ୟବହାର ହୋଇପାରିଲା ନାହିଁ ? ରୋଗୀଙ୍କ ଜୀବନ ବିପଦରେ ପକାଇବାକୁ ଦାୟୀ କିଏ ?
ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।
ଚିକିତ୍ସା କରାଇବା ପାଇଁ ହସ୍ପିଟାଲ ଆସିଥିବା ଲୋକଙ୍କ ଜୀବନ ନେଇଗଲା ନିଆଁ ।