Problem Of Money: ଅନଲାଇନ୍ ପେମେଣ୍ଟ କରିଦେବେ ବୋଲି ଭାବିଥିବେ କିନ୍ତୁ ଫୋନ ପେ କିମ୍ବା ଗୁଗୁଲ ପେ ରେ ପେମେଣ୍ଟ କରିବା ବେଳକୁ ୟୁପିଆଇ ଟ୍ରାନ୍ଜାକସନ ବା ପେମେଣ୍ଟ ହେଉନଥିବ । ନା ଟଙ୍କା ଦେଇ ପାରୁଥିବେ ନା କିଛି କହି ପାରୁଥିବେ । ସେତେବେଳେ ଆପଣ ଏକ ଅଜବ ସ୍ଥିତିରେ ପଡି ପାରନ୍ତି । ସାରା ଦେଶରେ ଅନଲାଇନ୍ ଟଙ୍କା ନେଣଦେଣ ବା ୟୁପିଆଇ ଟ୍ରାନଜାକସନ ସମସ୍ୟା ବଢୁଥିବାରୁ ୟୁଜର୍ସଙ୍କ ଏହାକୁ ନେଇ ଟେନସନ ବଢିବା ସ୍ବାଭାବିକ ।
ଲୋକମାନେ ସୋସିଆଲ ମିଡିଆରେ ସେମାନଙ୍କର ଘିବ୍ଲି ଷ୍ଟାଇଲ୍ ଫଟୋ ସେୟାର କରୁଛନ୍ତି। ଆପଣ ମଧ୍ୟ ଏକ ଘିବ୍ଲି ଷ୍ଟାଇଲ୍ ଫଟୋ ତିଆରି କରିଥିବେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଟ୍ରେଣ୍ଡ୍ ଅନୁସରଣ କରିବାରେ ଭାରତୀୟମାନେ ଆଗରେ ଅଛନ୍ତି।
ଘିବଲି ଷ୍ଟାଇଲ୍ ଫଟୋ ପରେ ପୁଣି ଚର୍ଚ୍ଚାରେ AIର ଆଉ ଏକ କାରନାମା । ଆଖି ପିଛୁଳାକେ ତିଆରି କରିଦେଉଛି ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ । ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ପ୍ଲାଟଫର୍ମ ଚାଟ୍ ଜିପିଟି ବ୍ୟବହାର କରି, ଗୋଟିଏ ପ୍ରମ୍ପଟରେ ନକଲି ଆଧାର କାର୍ଡ ଓ ପାନ୍ କାର୍ଡ ଆଦି ଜେନେରେଟ୍ କରିହେଉଛି ।
ଗ୍ରୀଷ୍ମ ଋତୁରେ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ଗୁଡିକ ଅତ୍ୟଧିକ ଗରମ ହେବା ଏକ ସାଧାରଣ ସମସ୍ୟା। ଅଧିକ ଗରମ ହେବା ଦ୍ୱାରା ଏସବୁ କ୍ଷତିର ଶିକାର ହୁଏ। ଯଦି ଏହା ଆପଣଙ୍କର ଲାପଟପ୍ ସହିତ ହେଉଛି, ତେବେ କିଛି ଟିପ୍ସ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ ଏବଂ ଆପଣ କ୍ଷତିରୁ ରକ୍ଷା ପାଇପାରିବେ।
ଏହାରି ଭିତରେ Ghibli ଟ୍ରେଣ୍ଡକୁ ନେଇ ଏକ ଅଭିଯୋଗ ଆସିଛି। Ghibli ଷ୍ଟାଇଲର ନୈତିକତା ଏବଂ କପି ରାଇଟ ଇସ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା କଳାକାରଙ୍କ ଭବିଷ୍ୟତ ଏବଂ ଜୀବିକା ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି।
ଯଦି ଆପଣ ମଧ୍ୟ Ghibli ଷ୍ଟାଇଲ୍ରେ ଆପଣଙ୍କର ଫଟୋ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, କିନ୍ତୁ ChatGPT ରେ ଏହା ସମ୍ଭବ ହେଉ ନାହିଁ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ୫ଟି ସର୍ବୋତ୍ତମ ଗିବଲି ଇମେଜ୍ ଜେନେରେଟର ଅଛି, ଯାହା ଦ୍ୱାରା ଆପଣ କୌଣସି ସବ୍କ୍ରିପସନ୍ ବିନା ଚମତ୍କାର Ghibli ଷ୍ଟାଇଲ୍ ପ୍ରତିଛବି ତିଆରି କରିପାରିବେ।
ଏଠି ପ୍ରଶ୍ନ, କେଉଁଠୁ ଆସିଲା ଏହି Ghibli ଷ୍ଟାଇଲ ? କିଏ ଏବଂ କେମିତି ଆରମ୍ଭ କଲା ଏହାକୁ ? ଏହି ବ୍ୟକ୍ତି ଜଣକ ଏମିତି ଏକ ଜିନିଷ ଆଣିଲେ ଯାହା ସବୁ ପ୍ଲାଟଫର୍ମରେ ସୋସିଆଲ ମିଡିଆ ଟ୍ରେଣ୍ଡ ପାଲଟି ଯାଇଛି । ଆଉ ଟ୍ରେଣ୍ଡ ପାଲଟିବା ପରେ ପରେ କପି ରାଇଟ ଉଲ୍ଲଘଂନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ବ୍ୟବହାରକୁ ନେଇ ତର୍କ ଆରମ୍ଭ ହୋଇଯାଇଛି ।
କାମ କରୁନି SBIର ଡିଜିଟାଲ ସେବା। ଫୋନ୍-ପେ, ଗୁଗଲ୍-ପେ ଅଚଳ ପରେ ହନ୍ତସନ୍ତ ଉପଭୋକ୍ତା।
ରୋବଲକ୍ସ ବିଶ୍ୱର ସବୁଠାରୁ ବଡ଼ ଗେମିଂ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ । ଯେଉଁଥିରେ ଦୈନିକ ୮୦ ପ୍ରତିଶତ ସକ୍ରିୟ ୟୁଜର ଅନଲାଇନ ଗେମ ଖେଳନ୍ତି । ଏଥିରେ ୪୦ ପ୍ରତିଶତ ୟୁଜରଙ୍କ ବୟସ ୧୩ ବର୍ଷରୁ କମ । ଏହି ପ୍ଲାଟଫର୍ମରେ ଅନୁଚିତ କଣ୍ଟେଣ୍ଟ, ଗାଳିଗୁଲଜ ହେଉଥିବା ପରି ଅନେକ ଅଭିଯୋଗ ହେଉଛି । ଆଉ ନିଜର ଅଜାଣତରେ କୁନି କୁନି ପିଲାମାନେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ଆରମ୍ଭ କରୁଛନ୍ତି । ଦିନକୁ ଦିନ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଉଛି ।
କୃତ୍ରିମ ବୁଦ୍ଧିମତାର ଉପଯୋଗ ଦ୍ୱାରା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ନୂତନ କାର୍ଯ୍ୟ କ୍ଷେତ୍ର ସୃଷ୍ଟି ହେବା ସହିତ ପ୍ରଚଳିତ ଜୀବନଜୀବିକାର ସ୍ୱରୂପ ମଧ୍ୟ ବଦଳିଛି । ଏହା ମାନବ ସଭ୍ୟତା ପାଇଁ ବରଦାନ ବି ହୋଇପାରେ କିମ୍ବା ଘାତକ ବି ହୋଇପାରେ ବୋଲି ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି । ପୁଣି ଏହି କୃତ୍ରିମ ବୁଦ୍ଧିମତ୍ତାକୁ ଆଧାରକରି ତିଆରି ହେଉଥିବା ଚାଟବଟ୍, ଚାଟ ଜିପିଟି ଏତେ ତ୍ୱରିତ ବେଗରେ କାମ କରୁଛି ଯେ ଏହା ଲୋକଙ୍କର ଜୀବିକା ପାଇଁ ସଙ୍କଟ ସୃଷ୍ଟି କଲାଣି।
ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। ଲୋକଙ୍କୁ ଲୁଟିବା ପାଇଁ ଏହା ଏକ ମନଗଢ଼ା ଶବ୍ଦ। ସୂଚନାର ଅଭାବ, ଅନଲାଇନ୍ କଥାବାର୍ତ୍ତା ଉପରେ ବିଶ୍ୱାସ କରି ଲୋକମାନେ ଠକାମିର ଶିକାର ହୁଅନ୍ତି। ସରଳ ଭାଷାରେ କହିବାକୁ ଗଲେ, ଡିଜିଟାଲ୍ ଆରେଷ୍ଟ ଏପରି ଏକ ଠକେଇ ଯେଉଁଥିରେ ଠକମାନେ ପୋଲିସ କିମ୍ବା ଅନ୍ୟାନ୍ୟ ସରକାରୀ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରନ୍ତି। ସେମାନେ ସେମାନଙ୍କର ପୀଡିତଙ୍କୁ ଫସାଇବା ପାଇଁ ମନସ୍ତାତ୍ତ୍ୱିକ କୌଶଳ, ମିଥ୍ୟା କାହାଣୀ ଏବଂ କୌଶଳ ବ୍ୟବହାର କରନ୍ତି ।
BSNL ଆଣିଲା ଧମାକେଦାର ଅଫର୍। ଏବେ ମାତ୍ର ଗୋଟିଏ ରିଜାର୍ଜରେ ଚାଲିବ ତିନି ତିନୋଟି ଫୋନ୍। ମିଳିବ ଅନଲିମିଟେଡେ୍ ଇଣ୍ଟରନେଟ୍ ଓ ଭଏସକଲ୍ ।
ଏବେ ମାତ୍ର ଗୋଟିଏ ରିଜାର୍ଜରେ ଚାଲିବ ତିନି ତିନୋଟି ଫୋନ୍। ମିଳିବ ଅନଲିମିଟେଡେ୍ ଇଣ୍ଟରନେଟ୍ ଓ ଭଏସକଲ୍ ।
ୱାଟରପ୍ରୁଫ୍ ଏବଂ ୱାଟର ରେଜିଷ୍ଟାଣ୍ଟ୍, ଏହି ଦୁଇଟି ଶବ୍ଦ ପାଣିରୁ ରକ୍ଷା କରିବା ପାଇଁ ଏକ ଉତ୍ପାଦର କ୍ଷମତାକୁ ବୁଝାଏ। ଲୋକମାନେ କିନ୍ତୁ ଏହି ଦୁଇ ଶବ୍ଦକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି। ତେବେ ୱାଟରପ୍ରୁଫ୍ ଏବଂ ୱାଟର ରେଜିଷ୍ଟାଣ୍ଟ୍ ମଧ୍ୟରେ ପାର୍ଥକ୍ୟ କ’ଣ, କେଉଁଟି ଭଲ ଏବଂ କେଉଁ ଦ୍ରବ୍ୟକୁ ବାଛିବା ଉଚିତ ଆସନ୍ତୁ ଜାଣିବା।
ଗ୍ରୋକ୍ AIକୁ ଇଣ୍ଟିଲିଜେନ୍ସ ସହିତ ପ୍ରଶ୍ନର ଉତ୍ତର ଦେବାପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଆକ୍ରମଣାତ୍ମକ ଆଚରଣ ମଧ୍ୟ ସାମିଲ ରହିଛି । ତେଣୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି, ଆପଣ ଥଟ୍ଟାମଜା ଇତ୍ୟାଦିକୁ ପସନ୍ଦ କରୁନଥିଲେ, ଏହାକୁ ବ୍ୟବହାର କରନ୍ତୁ ନାହିଁ ।
କଣ୍ଟେଣ୍ଟ୍ କ୍ରିଏଟରମାନେ ରିଲ୍ସ ତିଆରି କରି ଲକ୍ଷ ଲକ୍ଷ ଫଲୋର୍ସ ପାଆନ୍ତି । ଯଦି ଆପଣ ରିଲ୍ସ ମାଧ୍ୟମରେ ଫଲୋର୍ସ ସଂଖ୍ୟା ବଢାଇବାକୁ ଚାହାଁନ୍ତି, ତେବେ ଏପରି ୫ଟି ଭୁଲ୍ ବିଷୟରେ ବିଷୟରେ ଜାଣନ୍ତୁ ଯାହାକୁ ଆପଣ କେବେ ବି କରିବେ ନାହିଁ ।
ଆମେରିକାର ଫ୍ଲୋରିଡ଼ା ତଟରେ ନିର୍ଦ୍ଧାରିତ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍ । ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ସଫଳତାର ସହ ମହାକାଶ ଛାଡ଼ି ପୃଥିବୀରେ ପହଞ୍ଚିଛନ୍ତି ୪ ମହାକାଶଚାରୀ ।
ହ୍ୱାଟ୍ସଆପ୍ ଏକାସାଙ୍ଗରେ ଏକାଧିକ ଡିଭାଇସ୍ରେ ବ୍ୟବହୃତ ହୋଇପାରିବ, କିନ୍ତୁ ଯଦି ଏହି ଫିଚରକୁ ଯତ୍ନର ସହ ବ୍ୟବହାର ନ କରାଯାଏ, ତେବେ ଏହାର ଆକ୍ସେସ୍ ଅନ୍ୟ କାହା ପାଖକୁ ଯାଇପାରେ ଏବଂ ଆପଣଙ୍କ ଚାଟ୍, ବାର୍ତ୍ତା, ଡକ୍ୟୁମେଣ୍ଟ୍ ସହିତ ଅନେକ ସୂଚନା ଲିକ୍ ହୋଇପାରେ।
ଭାରତର ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ ପାଇଁ ଜେପିଏଲ ଓ ସ୍ପେସଏକ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ ସୁବିଧା ସହଜରେ ମିଳିପାରିବ।
ବିଶ୍ୱର ବିଶିଷ୍ଟ ଧନୀ ବ୍ୟକ୍ତି ତଥା ଆମେରିକାର ସରକାରୀ କାର୍ଯ୍ୟଦକ୍ଷତା ବିଭାଗ (DOGE) ମୁଖ୍ୟ ଏଲନ୍ ମସ୍କ କହିଛନ୍ତି, ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ( ପୂର୍ବର ଟ୍ୱିଟର )କୁ ହୋଇଥିବା ବଡ ଧରଣର ସାଇବର ଆଟାକ୍ ୟୁକ୍ରେନ ଦେଶରୁ ହିଁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମ ସାରା ବିଶ୍ୱରେ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।
ବେଳେବେଳେ ନମ୍ବର ସେଭ୍ ନ କରି କାହାକୁ କଲ୍ କରିବାର ଆବଶ୍ୟକ ପଡେ। ବର୍ତ୍ତମାନ ଆପଣ ନମ୍ବର ସେଭ୍ ନ କରି ମଧ୍ୟ ହ୍ୱାଟ୍ସଆପ୍ କଲ୍ କରିପାରିବେ। ତେବେ ଏହାକୁ କେମିତି କରିବେ ଆସନ୍ତୁ ଜାଣିବା।
ଏହି ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ ମାଟିରେ ମାତ୍ର ୧୦ ମିନିଟ ମଧ୍ୟରେ ମିଶି ଯାଇଥାଏ । ସେତିକି ନୁହେଁ, ବିଘଟନ ପ୍ରକ୍ରିୟା ସମୟରେ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୋଇଥାଏ । ପ୍ଲାଷ୍ଟିକ ଯେତିକି ଯେତିକି ମାଟିରେ ମିଶୁଥାଏ ଏହା ଜୈବିକ ପଦାର୍ଥରେ ବଦଳି ଯାଇଥାଏ । ଏହା ମାଟିକୁ ଆବଶ୍ୟକ ପୋଷକ ତତ୍ତ୍ୱରେ ସମୃଦ୍ଧ କରିଥାଏ । ମାଟିର କାର୍ବନ ସାମଗ୍ରୀକୁ ପୁନଃସ୍ଥାପିତ କରିଥାଏ ।
ଟେକ୍ନୋଲୋଜିର କମାଲ୍ । ଘର ସିଫ୍ଟିଙ୍ଗ ନୁହେଁ ବିଲ୍ଡିଂ ସିଫ୍ଟିଙ୍ଗ । ପ୍ରଶସ୍ତୀକରଣ ପାଇଁ ଭାଙ୍ଗିବାକୁ ଥିବା ଗୋଟେ କି ଦୁଇଟି ନୁହେଁ ବରଂ ତିନିଟି କୋଠାକୁ ଏବେ ଚଲାଇ ଚଲାଇ ଦୂରକୁ ନିଆଯାଇଛି । ଲୋକେ ନିଜର ସ୍ୱପ୍ନର ଘରକୁ ବଞ୍ଚାଇ ପାରିଛନ୍ତି ।
ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ମାନୁସକୁ ଡିଜାଇନ୍ କରାଯାଇଛି । ଥରେ କୌଣସି ଉପଭୋକ୍ତା ମାନୁସ ଉପରେ କାର୍ଯ୍ୟ ନ୍ୟସ୍ତ କଲେ, କ୍ଲାଉଡରେ ଏହାର ପ୍ରୋସେସିଂ ଜାରି ରଖେ । ୟୁଜର ଡିଭାଇସକୁ ଡିସକନେକ୍ଟ କଲେ ସୁଦ୍ଧା କାମ କରୁଥାଏ ମାନୁସ । ଅନ୍ୟ ଏଆଇ ପ୍ଲାଟଫର୍ମ ଗୁଡ଼ିକ ପରି ମାନୁସରେ ମଧ୍ୟ ସମୟ ସହିତ ୟୁଜର୍ସଙ୍କ କଥାବାର୍ତ୍ତାରୁ ଶିଖିବାର ସୁବିଧା ଅଛି ।
ଆଗାମୀ ଦିନରେ ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍ । ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ଆଇଟି କ୍ଷେତ୍ରରେ ଅଧିକ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାକୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର ।