Advertisment

Technology: ନମ୍ବର ସେଭ୍‌ ନ ଥିଲେ ବି ହୋଇପାରିବ ହ୍ୱାଟ୍ସଆପ୍ କଲ୍; ଜାଣନ୍ତୁ କେମିତି…

ବେଳେବେଳେ ନମ୍ବର ସେଭ୍ ନ କରି କାହାକୁ କଲ୍‌ କରିବାର ଆବଶ୍ୟକ ପଡେ। ବର୍ତ୍ତମାନ ଆପଣ ନମ୍ବର ସେଭ୍ ନ କରି ମଧ୍ୟ ହ୍ୱାଟ୍ସଆପ୍ କଲ୍‌ କରିପାରିବେ। ତେବେ ଏହାକୁ କେମିତି କରିବେ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Make calls in whatsapp without saving contact number

Make calls in whatsapp without saving contact number

ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି। ଏହି ଆପ୍‌ରେ କାହାକୁ ମେସେଜ୍ ଦେବା, ଫଟୋ ପଠେଇବା, କଲ୍ ଓ ଭିଡିଓ କଲ୍ କରିବା ସହଜ ହୋଇଥାଏ। ଏସବୁ ସେହି ସବୁ ନମ୍ବରକୁ ସହଜ ହୁଏ ଯେଉଁ ନମ୍ବର ମୋବାଇଲ୍‌ରେ ସେଭ୍ ଥାଏ।

Advertisment

ବେଳେବେଳେ କିନ୍ତୁ ନମ୍ବର ସେଭ୍ ନ କରି କାହାକୁ କଲ୍‌ କରିବାର ଆବଶ୍ୟକ ପଡେ। ବର୍ତ୍ତମାନ ଆପଣ ନମ୍ବର ସେଭ୍ ନ କରି ମଧ୍ୟ ହ୍ୱାଟ୍ସଆପ୍ କଲ୍‌ କରିପାରିବେ।

ହ୍ୱାଟ୍ସଆପ୍‌ର ଏହି ନୂତନ ଫିଚର୍ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ତେବେ ନମ୍ବର ସେଭ୍ ନକରି ହ୍ୱାଟ୍ସଆପ୍‌ରେ ଆପଣ କିପରି କଲ୍ କରିବେ ଏଠାରେ ଜାଣନ୍ତୁ।

Advertisment

ସିଧାସଳଖ କଲ୍‌:

ବର୍ତ୍ତମାନ ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍ ପରେ ନମ୍ବର ସେଭ୍ ନ କରି କଲ୍ ମଧ୍ୟ କରାଯାଇପାରିବ। ଏଥିପାଇଁ କେବଳ ହ୍ୱାଟ୍ସଆପ୍ ଖୋଲନ୍ତୁ, କଲିଂ ବିଭାଗକୁ ଯାଆନ୍ତୁ ଏବଂ ‘+’ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ। ଏଠାରେ ‘Call a number’ ଅପ୍‌ସନ୍ ଚୟନ କରନ୍ତୁ ଏବଂ ନମ୍ବର ଏଣ୍ଟ୍ରୀ କରନ୍ତୁ। ଯଦି ନମ୍ବର ହ୍ୱାଟ୍ସଆପ୍‌ରେ ଥାଏ, ତେବେ ଆପଣ ସିଧାସଳଖ କଲ୍ କରିପାରିବେ।

ଅଧିକ ପଢ଼ନ୍ତୁ: WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

ବ୍ରାଉଜର ସାହାଯ୍ୟରେ କଲ୍‌:

ଯଦି ଏହି ଫିଚର ଆପଣଙ୍କ ଆପରେ ନାହିଁ, ତେବେ ଆପଣ ନମ୍ବର ସେଭ୍ ନ କରି ବ୍ରାଉଜର ସାହାଯ୍ୟରେ ମଧ୍ୟ କଲ୍‌ କରିପାରିବେ। ଏଥିପାଇଁ କ୍ରୋମ୍ କିମ୍ବା ସଫାରି ବ୍ରାଉଜର୍ ଖୋଲନ୍ତୁ ଏବଂ ଆଡ୍ରେସ୍ ବାର୍‌ରେ

Https://wa.me/91XXXXXXXXXX ଟାଇପ୍ କରନ୍ତୁ (୯୧ ପରେ ମୋବାଇଲ୍ ନମ୍ବର ଏଣ୍ଟ୍ରୀ କରନ୍ତୁ)। ଏହା ପରେ Go ଦବାନ୍ତୁ ଏବଂ ହ୍ୱାଟ୍ସଆପ୍ ଖୋଲନ୍ତୁ। ବର୍ତ୍ତମାନ କଲ୍ କିମ୍ବା ମେସେଜ୍ କରାଯାଇପାରିବ।

କାହା ପାଇଁ ଲାଭଦାୟକ:

ଏହି ଫିଚର ସେହି ଲୋକମାନଙ୍କ ପାଇଁ ବିଶେଷ ଉପଯୋଗୀ, ଯେଉଁମାନଙ୍କୁ ବାରମ୍ବାର ନୂଆ ନମ୍ବରରୁ ଚାଟ୍ କିମ୍ବା କଲ୍ କରିବାକୁ ପଡେ। ଯେପରିକି ଡେଲିଭରୀ ଏଜେଣ୍ଟ, ହୋଟେଲ ଏବଂ କଷ୍ଟମର ସପୋର୍ଟ ଏବଂ ପ୍ରଫେସନାଲ ଯେଉଁମାନେ ବାରମ୍ବାର ନୂଆ ଲୋକଙ୍କ ସହିତ ଯୋଗାଯୋଗ କରନ୍ତି।

ୟୁଜର୍ସଙ୍କ କାମକୁ ସହଜ:

ହ୍ୱାଟ୍ସଆପ୍ କ୍ରମାଗତ ଭାବରେ ନୂଆ ନୂଆ ଫିଚର ଯୋଡି ୟୁଜର୍ସଙ୍କ କାମକୁ ସହଜ କରିଥାଏ। ନମ୍ବର ସେଭ ନ କରି କଲ୍‌ କରିବାର ଏହି ସୁବିଧା ଖୁବ ଦ୍ରୁତ, ସୁବିଧାଜନକ ଏବଂ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହେଉଛି।

ଅଧିକ ପଢ଼ନ୍ତୁ: ଏହିସବୁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା

WhatsApp WhatsApp Call
Advertisment
Advertisment