Advertisment

Ghibli Art: ପର୍ସନାଲ ଫଟୋକୁ Ghibli ଷ୍ଟାଇଲ କରାଉଛନ୍ତି କି ?, ହୋଇଯାଆନ୍ତୁ ସତର୍କ ନହେଲେ...

ଏହାରି ଭିତରେ Ghibli ଟ୍ରେଣ୍ଡକୁ ନେଇ ଏକ ଅଭିଯୋଗ ଆସିଛି। Ghibli ଷ୍ଟାଇଲର ନୈତିକତା ଏବଂ କପି ରାଇଟ ଇସ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା କଳାକାରଙ୍କ ଭବିଷ୍ୟତ ଏବଂ ଜୀବିକା ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Ghibli  Art

Ghibli Art

ଏବେ ସୋସିଆଲ ମିଡ଼ିଆରେ ଚାଲିଛିGhibli ଟ୍ରେଣ୍ଡ। ନିଜ ଫଟୋକୁ Ghibli ଷ୍ଟାଇଲ କରିବାକୁ ପିଲାଠୁ ନେଇ ବୁଢା ସଭିଏଁ ହେଉଛନ୍ତି ମତୁଆଲା। ନିଜ ଫଟୋକୁ ଚାଟବଟରେ ଅପଲୋଡ କରି ‘Ghibliରେ ପରିଣତ କରିଦିଅ’ କମାଣ୍ଡ ଦେଲେ ଏହା ଅତି ସହଜରେ Ghibli ଛବି ତିଆରି କରି ଦେଉଛି।

Advertisment

ତେବେ ଏହାରି ଭିତରେ ଘିବଲି ଟ୍ରେଣ୍ଡକୁ ନେଇ ଏକ ଅଭିଯୋଗ ଆସିଛି। Ghibli ଷ୍ଟାଇଲର ନୈତିକତା ଏବଂ କପି ରାଇଟ ଇସ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା କଳାକାରଙ୍କ ଭବିଷ୍ୟତ ଏବଂ ଜୀବିକା ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: Ghibli ଇମେଜ ପାଇଁ ପ୍ରାଇଭେଟ ଫଟୋ ଦେଇ ଭୁଲ୍ କରୁନେ ତ ? ଫଟୋର ଦୁରୂପଯୋଗ କରିବନି ତ AI ?

Advertisment

ସେହିପରି ଏଠି ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ୟୁଜର ପ୍ରାଇଭେସି। ଚାଟଜିପିଟି ଏବଂ ଗ୍ରକ ପରି ପ୍ଲାଟଫର୍ମରେ ଟ୍ରେଣ୍ଡରେ ପଡ଼ି ସମସ୍ତେ ନିଜର ବ୍ୟକ୍ତିଗତ ଫଟୋ ଦେବାରେ ଲାଗି ପଡିଛନ୍ତି। ଯେଉଁଫଟୋକୁ ସେମାନେ ସୋସିଆଲ ମିଡିଆରେ ଛାଡ଼ିବାକୁ ଡରୁଥିଲେ, ସେ ଫଟୋର Ghibli ଆର୍ଟ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି। ହେଲେ କେହି ବି ନିଜ ଡିଜିଟାଲ ପ୍ରାଇଭେସି କଥା ଚିନ୍ତା କରୁନାହାଁନ୍ତି। କାରଣ ଯେଉଁ ଫଟୋକୁ ଆମେ AI ଟୁଲ୍ସକୁ ସେୟାର କରୁଛୁ, ତାହା କେବଳ ଯେ ପ୍ଲାଟଫର୍ମ ଷ୍ଟୋର ରହୁନାହିଁ, ବରଂ ଏହାକୁ ସେମାନେ ଟ୍ରେନିଂ ପାଇଁ ବ୍ୟବହାର କରିବାର ଆଶଙ୍କା ରହିଛି। ଏବେ ଏହି ଧାରାରେ ଅନେକ ଫେସିଆଲ ଡାଟା AI ପାଖରେ ଷ୍ଟୋର ହୋଇ ରହୁଛି।

ତେବେ ପ୍ଲାଟଫର୍ମର ସୁରକ୍ଷା ଯଦି ମଜବୁତ ନୁହେଁ ତେବେ ଆପଣଙ୍କ ଫଟୋ ଲିକ ହୋଇପାରେ ଏବଂ ଏହି ଫଟୋର ଦୁରୁପଯୋଗ ମଧ୍ୟ ହୋଇପାରେ। ଯେମିତିକି ନକଲି ପ୍ରୋଫାଇଲ ତିଆରି କରିବା, ଡିପଫେକ ଇମେଜ ତିଆରି କରିବା ଇତ୍ୟାଦି କାମରେ ବ୍ୟବହାର କରାଯାଇପାରେ। ତେଣୁ ଏଠି ପ୍ରଶ୍ନ, ଉଠୁଛି ଆପଣଙ୍କ ବ୍ୟକ୍ତିଗତ ଫଟୋ AIକୁ ଦେବା କେତେ ସୁରକ୍ଷିତ ? ଆପଣଙ୍କ ଫଟୋକୁ ଭବିଷ୍ୟତରେ କୌଣସି ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରାଯିବନି ତ ? ତେଣୁ AIକୁ ଫଟୋ ଦେବା ପୂର୍ବରୁ ଏସବୁ ବିଷୟରେ ଚିନ୍ତା କରିବାର ସମୟ ଆସିଛି ।

ଅଧିକ ପଢ଼ନ୍ତୁ: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍‌; ଆପଣଙ୍କ ପାଇଁ ୫ ଟୁଲ୍ସ

Artificial Intelligence Smartphone Photos
Advertisment
Advertisment