ଫେସବୁକ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ପ୍ରାୟ ୧.୨ ବିଲିୟନ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି, ଯେଉଁଥିରେ ମୋବାଇଲ୍ ନମ୍ବର, ନାଁ, ଠିକଣା, ଜନ୍ମ ତାରିଖ, ସହର ଏବଂ ଦେଶ ଭଳି ସୂଚନା ରହିଛି।
ଜୁନ୍ ୧ରୁ କିଛି ପୁରୁଣା ଫୋନ୍ରେ ଆଉ କାମ କରିବ ନାହିଁ WhatsApp। ଏହା ମେଟାର ଏକ ନିୟମିତ ଅପ୍ଡେଟ୍ ପ୍ରକ୍ରିୟା। ଆପଣଙ୍କ ଫୋନ ଯଦି ଏହି ତାଲିକାରେ ଅଛି ତେବେ ଜାଣନ୍ତୁ କ’ଣ କରିବେ।
WhatsApp ୟୁଜରଙ୍କ ପାଇଁ ମେଟା ନୂଆ ଅପ୍ଡେଟ୍ ଜାରି କରିଛି। ଏବେ କୋଲାଜ୍, ସଂଗୀତ ଏବଂ ଫଟୋକୁ ଷ୍ଟିକର କରି ଷ୍ଟୋରୀ ବା ଷ୍ଟାଟସ୍ରେ ଦେଇ ପାରିବେ
ସ୍ମାର୍ଟଫୋନ୍ ଆମର ବ୍ୟକ୍ତିଗତ ଡାଟା ବ୍ୟାଙ୍କ ହୋଇଯାଇଛି। ଏପରି ପରିସ୍ଥିତିରେ ଫୋନକୁ ସୁରକ୍ଷିତ ରଖିବା ଅତ୍ୟନ୍ତ। ଯଦି କିଛି ବି ଏପଟ ସେପଟ ହୁଏ ତେବେ କଥା ସରିଲା। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଆପଣଙ୍କ ଫୋନକୁ ସୁରକ୍ଷିତ ରଖିବା ପାଇଁ କେଉଁ ଲକ୍ ସର୍ବୋତ୍ତମ?
କଲ୍ ଏବଂ ଫିସିଂ ଲିଙ୍କ୍ ପରେ, ହ୍ୟାକର୍ସ ଏବେ ଏକ ନୂଆ ପଦ୍ଧତି ଆପଣାଇଛନ୍ତି । ହ୍ୟାକର୍ମାନେ ଇମେଜ୍ ଫାଇଲ୍ ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ସୂଚନା ଏବଂ ଟଙ୍କା ଚୋରି କରୁଛନ୍ତି ।
ବିମାନ ନୋଜ ଅଗ୍ରଭାଗରେ ରାଡର, ପାଣିପାଗ ସେନ୍ସର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଥାଏ । ଯଦି ନୋଜର ଅଗ୍ରଭାଗ କ୍ଷତିଗ୍ରସ୍ତ ହୁଏ ତେବେ ଏସବୁ ଉପକରଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ । ଯଦ୍ୱାରା ପାଇଲଟକୁ ଦିଗ ଏବଂ ପାଣିପାଗର ସଠିକ ତଥ୍ୟ ମିଳି ପାରେ ନାହିଁ । ଏହା ଫଳରେ ବିମାନର ନେଭିଗେସନ ଏବଂ କମ୍ୟୁନିକେସନ କ୍ଷମତା ପ୍ରଭାବିତ ହେବାର ଆଶଙ୍କା ରହିଥାଏ ।
ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡିପାରିବନି ଡ୍ରୋନ । ପୁରୀ ଜଗନ୍ନାଥ ମନ୍ଦିର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି । ଡ୍ରୋନ ଉଡିଲେ ତଳକୁ ଖସାଇ ଦେବ ।
୧୭୫ ବିଲିୟନ ଡଲାର ବିନିମୟରେ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ‘ଗୋଲ୍ଡେନ ଡୋମ୍’ ଆଣିବ ଆମେରିକା । ‘ଗୋଲ୍ଡେନ ଡୋମ୍’ ରେ ହାଇ-ଟେକ୍ ଡିଟେକ୍ସନ ସେନ୍ସର୍ସ, ଟ୍ରାକିଂ ଟୁଲ୍ସ, ଇଣ୍ଟରସେପ୍ଟର ମିସାଇଲ୍ସ ଏବଂ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ନେଟୱାର୍କ ଭଳି ଏକାଠି କାମ କରିବ । ପ୍ରତ୍ୟେକ କମ୍ପୋନେଣ୍ଟ ସ୍ୱଂୟଚାଳିତ ଭାବେ କାର୍ଯ୍ୟ କରିବା ସହିତ ବିପଦକୁ ତୁରନ୍ତ ଚିହ୍ନଟ କରି ପ୍ରତିହତ କରିବା ପାଇଁ ଠିକ୍ ସମୟରେ ସୂଚନା ପ୍ରଦାନ କରିବ ।
ଭବିଷ୍ୟତରେ ସ୍କୁଲରେ ଶିକ୍ଷକମାନଙ୍କ ପରିବର୍ତ୍ତେ AI ଶିକ୍ଷାଦାନ କରିବ । ଶିକ୍ଷକମାନେ ଏକାଥରକେ ବହୁ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ପାଠ ପଢାଇବା ସମ୍ଭବପର ହୋଇ ପାରୁ ନଥିବା ବେଳେ ଏଆଇ ଆଗକୁ ପ୍ରତି ପିଲାଙ୍କୁ ବ୍ୟକ୍ତିଗତ ଭାବେ ପାଠ ପଢାଇବ ବୋଲି ଡୁଓଲିଙ୍ଗୋ ସିଇଓ ଲୁଇସ ୱୋନ ଆହାନ୍ କହିଛନ୍ତି ।
ଆଧାର କାର୍ଡକୁ ନେଇ ଭାରତରେ UIDAI ଦ୍ୱାରା ଅନେକ ନିୟମ ତିଆରି କରାଯାଇଛି। ଏହାକୁ ୫ ବର୍ଷ ବୟସ ପରେ ଏବଂ ୧୫ ବର୍ଷ ପରେ ଅପଡେଟ୍ କରିବାକୁ ପଡିବ। ଆସନ୍ତୁ ଏ ବିଷୟରେ ପୂରା ଜାଣିବା।
ଦେଶକୁ ଜଗିବ ଏହି ସାଟେଲାଇଟ୍ । ଇସ୍ରୋ ଲଞ୍ଚ କରିବାକୁ ଯାଉଛି ପାୱାରଫୁଲ ସାଟେଲାଇଟ୍ EOS-09 । ଖରା, ବର୍ଷା, ଶୀତ ହେଉ କି ଦିନ ରାତି ସବୁ ସମୟରେ ଉନ୍ନତମାନର ଫଟୋ ଉଠାଇ ତୀକ୍ଷ୍ଣ ନଜର ରଖିବ ଏହି ଉପଗ୍ରହ ।
ଆପଣ କେବେ ନିଜର ପ୍ରକୃତ ଚେହେରା ଦେଖି ଭାବିଛନ୍ତି କି - "ସେତେ ଭଲ ଦିଶୁନି ତ"। ଫେସ୍ ଫିଲ୍ଟର, ମେନ୍ କେରେକ୍ଟର୍ ସିଣ୍ଡ୍ରୋମ ଏବଂ FOMOର ଦୁନିଆରେ, ନିଜ ପ୍ରତି ସମ୍ମାନ ଓ ଭଲପାଇବା ଏଡିଟ୍ କରାଯାଇଥିବା ସେଲଫି ପଛରେ ଭାଙ୍ଗିରୁଜି ଚାଲିଛି। କିନ୍ତୁ ଯଦି ସତସତିଆ ରିଏଲ୍ ହେବାକୁ ଆପଣ ପସନ୍ଦ କରୁଥାଆନ୍ତି, ତେବେ କଣ' ହେବ? ଆସନ୍ତୁ ଡିଜିଟାଲ୍ ଡିସମୋର୍ଫିଆ, ଶାରୀରିକ ନିରପେକ୍ଷତା ଏବଂ ଫିଲ୍ଟର ହୋଇନଥିବା "ଅସଲ ଆପଣ" କାହିଁକି ସର୍ବାଧିକ ପ୍ରଶଂସାର ଯୋଗ୍ୟ ସେ ବିଷୟରେ ଆଲୋଚନା କରିବା।
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ କିମ୍ବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ଏକ ସରକାରୀ ସୁରକ୍ଷା ଯୋଜନା ଯାହାକି EPFO (କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ) ଦ୍ୱାରା ପରିଚାଳିତ ହୁଏ । ଏହି ପାଣ୍ଠିରେ, ଦରମା ପ୍ରାପ୍ତ ବ୍ୟକ୍ତିଙ୍କ ବେତନରୁ PF କଟାଯାଇ ସଞ୍ଚୟ କରାଯାଇଥାଏ ।
ବିଶ୍ୱରେ ଭାରତୀୟ ଯୁଦ୍ଧାସ୍ତ୍ରର ପ୍ରବଳ ଡିମାଣ୍ଡ । ୨୦୨୪-୨୫ ବର୍ଷରେ ୨୪ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ରପ୍ତାନୀ ହୋଇଛି । ୨୦୨୯ ସୁଦ୍ଧା ଏହା ୫୦ ହଜାର କୋଟିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖିଛି ପ୍ରତିରକ୍ଷା ବିଭାଗ ।
ଯୁଦ୍ଧକୁ ନେଇ ଯେତେବେଳେ ଏକ ସତର୍କ ସୂଚନା ମିଳେ, ମୋବାଇଲ୍ ଫୋନ୍ ଜୋରରେ ଆଲାର୍ମ ବାଜିବାକୁ ଲାଗେ ଏବଂ ସ୍କ୍ରିନ୍ରେ ଏକ ଫ୍ଲାସ୍କିଙ୍ଗ ମେସେଜ୍ ଦେଖାଯାଏ, ଯାହା ଦ୍ୱାରା ବ୍ୟବହାରକାରୀ ତୁରନ୍ତ ସତର୍କ ହୋଇଯାଆନ୍ତି।
ବାପାମାଆଙ୍କୁ ମିଳିବ ଆଶ୍ୱସ୍ତି। ନୂଆ ମୋବାଇଲ୍ ଆପ୍ 'କିଡ୍ସ ୱାଲେଟ୍' ଲଞ୍ଚ୍ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ସ୍କ୍ରିନ୍ ଟାଇମ୍କୁ ସୀମିତ କରିବା ଏବଂ ଡିଜିଟାଲ୍ ପ୍ଲାଟ୍ଫର୍ମରେ ସେମାନଙ୍କ ବୟସ ଯାଞ୍ଚ କରିବ।
ଯୁଦ୍ଧ ସାଇରନ୍ ଅର୍ଥାତ୍ ବିମାନ ଆକ୍ରମଣ ସାଇରନର ଶବ୍ଦ କ'ଣ ? ଯିଏ ଏହାକୁ ଶୁଣିଛନ୍ତି ସେ ଜାଣନ୍ତି ଯେ ଏହାକୁ ବଜାଇବା ମାତ୍ରେ କିପରି ହୃଦ୍ସ୍ପନ୍ଦନ ବଢ଼ିବାକୁ ଲାଗେ। ଏହାର ଶବ୍ଦ ଶୁଣିବା ପରେ ଅନେକ ଲୋକ ଭୟଭୀତ ହୋଇଯାଆନ୍ତି ଏବଂ ଝାଳ-ନାଳ ମଧ୍ୟ ହୋଇଯାଆନ୍ତି।
ଆପଣ ଯଦି WhatsApp ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କର ଚାଟ୍ ଏବଂ ବ୍ୟକ୍ତିଗତ ସୂଚନାର ସୁରକ୍ଷା ପ୍ରତି ଗମ୍ଭୀର, ତେବେ WhatsAppରେ ଥିବା କିଛି ସର୍ବୋତ୍ତମ ପ୍ରାଇଭେସୀ ଫିଚରକୁ ନିଶ୍ଚିତ ଭାବରେ ସକ୍ରିୟ କରନ୍ତୁ।
ଆଜିଠାରୁ ସବୁ ଦିନ ପାଇଁ ବନ୍ଦ ହେଲା ଭିଡିଓ କଲିଂ ଆପ୍ ସ୍କାଇପ୍ । ଭିଡ଼ିଓ ଓ ଭଏସ କଲ ଯୋଗଯୋଗର ଏକ ଆପ୍ ହେଉଛି ସ୍କାଇପ୍ । ୨୨ ବର୍ଷ ପୂର୍ବେ ଏହାର ଲଞ୍ଚ ହୋଇଥିଲା । ଜାଣନ୍ତୁ ବନ୍ଦ ହେବାର କାରଣ ?
ଗୁଇନ୍ଦା ବିଭାଗ ନଜରରୁ ହଟିବା ପାଇଁ ଏଭଳି ଆପ୍ ଆତଙ୍କବାଦୀମାନେ ପହଲଗାମରେ ବ୍ୟବହାର କରିଥିଲେ ବୋଲି ସୂଚନା ମିଳିଛି । ଚୀନ ନିର୍ମିତ ଏକ ସାଟେଲାଇଟ ଫୋନ୍ ଆକ୍ରମଣ ସମୟରେ ସେହି ଅଞ୍ଚଳରେ ଥିବାରୁ ଏନେଇ ସନ୍ଦେହ ଅଧିକ ଦୃଢୀଭୂତ ହୋଇଛି।
AI ସହାୟତାରେ IVF ସିଷ୍ଟମ ବ୍ୟବହାର କରି ବିଶ୍ୱର ପ୍ରଥମ ଶିଶୁ ଜନ୍ମ ହୋଇଛି । ଏହି ସିଷ୍ଟମ IVF ରେ ବ୍ୟବହୃତ ଏକ ସାଧାରଣ ପଦ୍ଧତି, ଯେଉଁଥିରେ ଗୋଟିଏ ଶୁକ୍ରାଣୁ ସିଧାସଳଖ ଡିମ୍ବାଣୁରେ ଇଞ୍ଜେକ୍ସନ କରାଯାଏ ।
ଆପଣ କ’ଣ ଜାଣନ୍ତି ଯେ AC ବ୍ୟବହାର କରିବା ସମୟରେ ଏକ ଛୋଟ ଭୁଲ ଆପଣଙ୍କୁ ବହୁତ ମହଙ୍ଗା ପଡ଼ିପାରେ ଏବଂ ଗ୍ରୀଷ୍ମ ଋତୁରେ ଆପଣଙ୍କର ଟେନ୍ସନ୍ ବଢ଼ାଇଦେଇପାରେ? ଆପଣ ଚିନ୍ତାଏ ପଡିଯିବେଣି, କଥା କ’ଣ? ଆସନ୍ତୁ ଜାଣିବା…
ଏକ ମିଡ଼ିଆ ସର୍ଭେରେ ଲୋକମାନଙ୍କୁ ପଚରା ଯାଇଥିଲା, ସେମାନେ ଜୀବନର କୌଣସି କଠିନ ମୁହୂର୍ତ୍ତରେ ChatGPT ସାହାଯ୍ୟ ନିଅନ୍ତି କି ? ପ୍ରଶ୍ନ ପଚାରିବାର କେଇ ମିନିଟ ପରେ ଯେମିତି ଉତ୍ତରର ବନ୍ୟା ଆସିଥିଲା । ଲୋକେ କେମିତି ଏବଂ କାହିଁକି ଚାଟବଟର ମାର୍ଗଦର୍ଶନ, ସମର୍ଥନ ଉପରେ ନିର୍ଭର କରନ୍ତି ଖୋଲାଖୋଲି କହିଥିଲେ ।
ସରକାର ହ୍ୱାଟସଆପ୍ରେ କିଛି ସୁରକ୍ଷା ତ୍ରୁଟି ପାଇଛନ୍ତି, ଯାହାର ସୁଯୋଗ ନେଇ ହ୍ୟାକର୍ସ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବେ। ଏହି ତ୍ରୁଟି ଯୋଗୁଁ ଆପଣଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇପାରେ ।
୨ରୁ ୩ ଘଣ୍ଟା ହେଲା ଡାଉନ୍ ହୋଇଯାଇଛି ୟୁପିଆଇ । ଫଳରେ ଫୋନ୍ ପେ', ଗୁଗୁଲ୍ ପେ' ସହ ଅନ୍ୟ ଟ୍ରାଞ୍ଜାକ୍ସନ ଆପ୍ ରେ ଟ୍ରାଞ୍ଜାକ୍ସନ ହୋଇପାରୁନି । ଫେଲ୍ଡ ହୋଇଯାଉଛି ଟ୍ରାଞ୍ଜାକ୍ସନ ।