/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743848467.jpg)
Indians are ahead in making ghibli style images
ଆଜିକାଲି ଘିବ୍ଲି ଇମେଜ୍ ତିଆରି କରିବାର ଏକ ବଡ଼ ଟ୍ରେଣ୍ଡ୍ ଚାଲିଛି। ଲୋକମାନେ ସୋସିଆଲ ମିଡିଆରେ ସେମାନଙ୍କର ଘିବ୍ଲି ଷ୍ଟାଇଲ୍ ଫଟୋ ସେୟାର କରୁଛନ୍ତି। ଆପଣ ମଧ୍ୟ ଏକ ଘିବ୍ଲି ଷ୍ଟାଇଲ୍ ଫଟୋ ତିଆରି କରିଥିବେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଟ୍ରେଣ୍ଡ୍ ଅନୁସରଣ କରିବାରେ ଭାରତୀୟମାନେ ଆଗରେ ଅଛନ୍ତି।
ମାର୍ଚ୍ଚ ୨୫ ଠାରୁ, ୧୩୦ମିଲିୟନ୍ (୧୩ କୋଟି) ରୁ ଅଧିକ ଲୋକ OpenAI ର ChatGPTରେ ୭୦ କୋଟିରୁ ଅଧିକ ଘିବଲି ପ୍ରତିଛବି ସୃଷ୍ଟି କରିଛନ୍ତି। ChatGPT ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହାର GPT-4o ମଡେଲ୍ ପ୍ରସ୍ତୁତ କରିଛି।
ଏହି ଟ୍ରେଣ୍ଡ୍ କିନ୍ତୁ ବିପଦ ଆଣୁଥିବା ଅନୁମାନ କରାଯାଉଛି। ଏହା ବ୍ୟକ୍ତିର ଗୋପନୀୟତାକୁ ଚୋରି କରୁଥିବା ଜଣାପଡିଛି।
OpenAI ର ChatGPT ରିଲିଜ୍ ହେବା ପରଠାରୁ ଗୋପନୀୟତାର ସମସ୍ୟା ଦେଖାଦେଇଛି, ବିଶେଷକରି କଣ୍ଟେଣ୍ଟ୍ ଏବଂ ଇମେଜ୍କୁ କ୍ରିଏସନ୍କୁ ନେଇ। ବାସ୍ତବ ଏବଂ ଆକ୍ୟୁରେଟ୍ କଣ୍ଟେଣ୍ଟ୍ ସୃଷ୍ଟି କରିବାକୁ AI ର କ୍ଷମତାରେ ଅନେକ ବିକାଶ ଘଟିଛି, ଯେଉଁ କାରଣରୁ ଏହା ସହଜରେ ନକଲି ଡକ୍ୟୁମେଣ୍ଟ୍ ସୃଷ୍ଟି କରିପାରିବ।
ଅଧିକ ପଢ଼ନ୍ତୁ: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍; ଆପଣଙ୍କ ପାଇଁ ୫ ଟୁଲ୍ସ
ନକଲି ସରକାରୀ ପରିଚୟପତ୍ର ତିଆରି କରିବାରେ ସାଇବର ଅପରାଧୀମାନେ ପାରମ୍ପରିକ ଭାବରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, କିନ୍ତୁ ଜିପିଟି-୪ ଏହାକୁ ଅଧିକ ସହଜ କରିଦେଇଛି। ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ନିକଟରେ ଜାଣିବାକୁ ପାଇଛନ୍ତି ଯେ ସଠିକ୍ ସଙ୍କେତ ପ୍ରଦାନ କରି ସେମାନେ ସହଜରେ ନକଲି ଡକ୍ୟୁମେଣ୍ଟ୍ ସୃଷ୍ଟି କରିପାରିବେ।
People are worried ChatGPT collected their facial data.
Buddy ChatGPT might already have your AADHAR CARD, how do you think it generated this? pic.twitter.com/qwANAeAAmz
— Paritsh Sharrma | Building AI tools for Creators (@Paritolkks) April 4, 2025
ଏହି ଉପଭୋକ୍ତାମାନଙ୍କ ମଧ୍ୟରୁ କେତେକ ମାଇକ୍ରୋବ୍ଲଗିଂ ୱେବସାଇଟ୍ Xରେ ଏହିପରି ନକଲି ଡକ୍ୟୁମେଣ୍ଟର ଫଟୋ ଫୋଷ୍ଟ୍ କରିଛନ୍ତି।
ଯଶୱନ୍ତ ସାଇ ପଲାଘାଟ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ "ଚାଟ୍ ଜିପିଟି ତୁରନ୍ତ ନକଲି ଆଧାର ଏବଂ ପାନ୍ କାର୍ଡ ତିଆରି କରିଦେଉଛି, ଯାହା ଏକ ସୁରକ୍ଷା ପାଇଁ ବିପଦ। ଏହି କାରଣରୁ AI କୁ ଏକ ନିର୍ଦ୍ଦିଷ୍ଟ ସୀମାରେ ରେଗୁଲେଟ୍ କରାଯିବା ଉଚିତ।"
ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, "ମୁଁ AI କୁ କେବଳ ନାଁ, DOB ଏବଂ ଠିକଣା ଦେଇ ଏକ ନକଲି ଆଧାର କାର୍ଡ ତିଆରି କରିବାକୁ କହିଲି... ଏବଂ ଏହା ଏକ ଆକ୍ୟୁରେଟ୍ କପି ତିଆରି କରିଦେଲା। ତେଣୁ ବର୍ତ୍ତମାନ ଆଧାର ଏବଂ ପାନ୍ କାର୍ଡର ନକଲି କପି ତିଆରି କରିପାରିବେ। ଆମେ ଡାଟା ଗୋପନୀୟତା ବିଷୟରେ ଆଲୋଚନା କରୁଛେ, କିନ୍ତୁ ଏହି ମଡେଲ ତିଆରି ପାଇଁ AI କମ୍ପାନୀଗୁଡିକୁ ଏହି ଆଧାର ଏବଂ ପାନ୍ କାର୍ଡ ଡାଟାସେଟ୍ କିଏ ବିକ୍ରି କରୁଛି? ଅନ୍ୟଥା, ଏହା କିପରି ସଠିକ୍ ଭାବରେ ଫର୍ମାଟ୍ ଜାଣିପାରିବ ...?"
ChatGPT is generating fake Aadhaar and PAN cards instantly, which is a serious security risk.
This is why AI should be regulated to a certain extent.@sama@OpenAIpic.twitter.com/4bsKWEkJGr
— Yaswanth Sai Palaghat (@yaswanthtweet) April 4, 2025
ଯଦିଓ AI ପ୍ରକୃତ ବ୍ୟକ୍ତିଗତ ବିବରଣୀ ବ୍ୟବହାର କରି ଡକ୍ୟୁମେଣ୍ଟ୍ ସୃଷ୍ଟି କରୁ ନାହିଁ, ତେବେ ଏହା ସେଲିବ୍ରିଟିମାନଙ୍କ ପାଇଁ ନକଲି ଆଇଡି ତିଆରି କରିବାରେ ସକ୍ଷମ ହେବା ଦେଖିବାକୁ ମିଳିଛି। ଏହା ହିଁ ପ୍ରଯୁକ୍ତିବିଦ୍ୟାର ସମ୍ଭାବ୍ୟ ବିପଦକୁ ଅଧିକ ଆଲୋକିତ କରୁଛି।
AI ମଡେଲର ବଢୁଥିବା ଏହି କ୍ଷମତା ଏକ ସାଂଘାତିକ ବିପଦ ସୃଷ୍ଟି କରୁଛି, ଯାହା ସାଇବର ଅପରାଧ ଏବଂ ଠକେଇ ସହିତ କୁତ୍ସିତ କାର୍ଯ୍ୟକଳାପରେ ଜଡିତ ହେବାର ସମ୍ଭାବନାକୁ ବଢାଇଦେଉଛି।
I asked AI to generate an Aadhaar card with just a name, DOB, and address ..and it created a near-perfect replica. So now anybody can make fake replica of Aadhar and Pan card...
We keep talking about data privacy, but who’s selling these Aadhaar and Pancard datasets to AI… pic.twitter.com/0ugSiLuuqy— Piku (@RisingPiku) April 4, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)