ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ତେବେ ଏହି ମ୍ୟାଚ୍ରେ କଙ୍ଗାରୁ ଦଳକୁ ହରାଇ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଭାରତ।
ଦୀପଗ୍ରେସଙ୍କ ଘର ସୁନ୍ଦରଗଡ଼ ଲୁଲକିଡିହି ଗାଁରେ। ସେ ୨୦୧୧ରେ ଇଣ୍ଟରନାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଭାରତ ପାଇଁ ଖେଳିଆସୁଛନ୍ତି।
କିନ୍ତୁ ୩୦-୩୫ ବର୍ଷ ତଳେ ଏପରି ସ୍ଥିତି ନଥିଲା । ଦିନ ଥିଲା ବିଶ୍ୱକପ୍ ଫାଇନାଲ ପାଇଁ ବିସିସିଆଇ ବସ୍ଙ୍କୁ ମାତ୍ର ଦୁଇଟି ପାସ୍ ମିଳିଥିଲା। ଭାବି ପାରୁଛନ୍ତି ସେ ଦିନର କଥା, ଆଉ ଏବେର ବିସିସିଆଇ ବସ୍ଙ୍କ କେତେ କ୍ଷମତା।
ଚୂଡ଼ାନ୍ତ ଏକାଦଶରେ ଗିଲ୍ଙ୍କ ସ୍ଥାନରେ ଈଶାନ କିଶନ
ବିଶ୍ୱକପ୍ କ୍ରିକେଟ୍ରେ ଆଜି ହାଇଭୋଲଟେଜ ମ୍ୟାଚ୍। ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ଦୁଇ ଦଳ ।
ଏସିଆନ୍ ଗେମ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପ୍ରଥମ ଥର ୧୦୦ ପାର୍ ହେଲା ପଦକ ତାଲିକା । ଐତିହାସିକ ସଫଳତା ଆଣିଲେ ଭାରତୀୟ ଆଥଲେଟ୍ ହାଙ୍ଗଝୌ ଏସୀୟ କ୍ରୀଡାରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ ।
ଇସ୍ ବାର୍ ସୋ ପାର୍ । ଏଥର ୧୦୦ ପାର୍ । ସଫଳ ହୋଇଛି ଏହି ଅଭିଯାନ । ହାଙ୍ଗଝୌ ଏସିଆନ ଗେମ୍ସରେ ୧୦୦ରୁ ଅଧିକ ମେଡାଲ ଆଣି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ ଆଥଲେଟ୍ ।
ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ସାଉଥ ଆଫ୍ରିକା ବିଶ୍ୱ ରେକର୍ଡ କରିଛି ।
ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।
ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହୋଇଥିଲା । ତେବେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି । କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୨ ପଦକରେ ପହଞ୍ଚିଛି।
ଏସିଆନ୍ ଗେମ୍ସରେ ଭାରତର ପଦକ ସେଞ୍ଚୁରୀ। ହାଙ୍ଗଝୌରେ ୧୦୦ ପଦକ ହାସଲ କଲା ଭାରତ। ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ସମସ୍ତ ଆଥଲେଟ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।
ଆଜି ଏସିଆନ୍ ଗେମ୍ସର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ମାତ୍ର ୧୧୫ ରନ୍ କରିଥିଲା ।
ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।
ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ତିଆ ।
କ୍ରିକେଟର ଶୁବମନ ଗିଲ୍ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ।
ଆଜି ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୮୨ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ୭୭ ରନ୍ କରିଥିବାବେଳେ ଅଧିନାୟକ ଜୋଶ୍ ବଟଲର ୪୩ ରନ୍ କରିଥିଲେ।
ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ । ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ୮୪ ପଦକ ।
ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଉପରକୁ ଗ୍ୟାଲେରିରୁ ଜଣେ ଦର୍ଶକ ତ୍ରିରଙ୍ଗା ପତାକା ଫିଙ୍ଗିଥିଲେ । କିନ୍ତୁ ତଳେ ପଡିବା ପୂର୍ବରୁ ଏହାକୁ କ୍ୟାଚ୍ କରି ନେଇଥିଲେ ନୀରଜ ।
ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଇଛି । ଅକ୍ଟୋବର ୫ରୁ ଅର୍ଥାତ୍ ଆଜିଠାରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ଜ୍ୟୋତି ଭେନମ ଏବଂ ଓଜସ ଦେଓତଲେ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଅନସ, ଅମୋଜ, ଅଜମଲ ଓ ରାଜେଶ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।
ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ ।
ବିଶ୍ୱକପ୍ କ୍ରିକେଟ୍ ଭେନ୍ୟୁ ଲିଷ୍ଟରେ ବାରବାଟୀ ନାହିଁ। ବିଶ୍ୱସ୍ତରୀୟ ବ୍ୟବସ୍ଥା, ସବୁ ପ୍ରକାର ସୁବିଧା ଥାଇ ବି କାହିଁକି ବାରବାଟୀ ବାଦ୍ ପଡ଼ିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।
ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର ।
ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ବି ରହିବ ନଜର..୧୫ ଗୋଲ୍ଡ ସହ ୬୯ ମେଡାଲ ପାଇ ଚତୁର୍ଥ ସ୍ଥାନରେ ଭାରତ
୨୦୨୩ ବିଶ୍ୱକପ୍ ଟିମ୍ରେ ବିଶେଷଜ୍ଞ ବୋଲର୍ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ସେମାନେ ଟିମ୍ର ବଡ଼ ଆଶା। ତେବେ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରେ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ କମାଲ୍ କରିପାରିବେ କି ଭାରତୀୟ ବୋଲର୍?