• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ରିକେଟ୍ ପାଗଳ ଭାରତ। ବିଶେଷ କରି ଆମ ଯୁବଗୋଷ୍ଠୀ। କ୍ରିକେଟରଙ୍କ ପ୍ରତିଟି କଥାକୁ ଭାଇରାଲ୍ କରିବାରେ ସେମାନେ ମାହିର୍। ସେମିତି ଆମ ମହେନ୍ଦ୍ର ସିଂହ ଧୋନୀ । ଯେତେବେଳେ ଯାହା ବି କରନ୍ତି ସବୁ ଭାଇରାଲ ହୁଏ । କିଛି ନା କିଛି କାରଣ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନୟକ ଭାବେ ଦାୟିତ୍ୱ ତୁଳାଉଥିବା ବେଳେ ସେ ଅନେକ ଷ୍ଟ୍ରାଟେଜୀ ଆପଣାଇଛନ୍ତି । ଆଉ ସେସବୁ ସଫଳ ମଧ୍ୟ ହୋଇଛି । ଧୋନିଙ୍କୁ କ୍ରିକେଟ ଜଗତରେ କ୍ୟାପ୍ଟେନ୍‌ କୁଲ ବୋଲି ମଧ୍ୟ କହିଥାନ୍ତି ।

ଧୋନୀ ଭାରତୀୟ କ୍ରିକେଟର ହୋଇଥିଲେ ମଧ୍ୟ ସାରା ବିଶ୍ୱରେ ତାଙ୍କର ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ତାଙ୍କ ଫ୍ୟାନ୍‌ ମାନେ ସବୁ ଯାଗାରେ ଥାନ୍ତି । ସେମିତି ଏକ ଫ୍ୟାନ୍‌ ଷ୍ଟୋରୀ ଏବେ ପୁଣି ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ଏୟାର ହଷ୍ଟେସ୍‌ ଫ୍ୟାନ୍‌ଙ୍କ ସହ ଧୋନୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ସୋସିଆଲ ମିଡିଆରେ ଖୁବ୍‌ ଲାଇକ୍‌ କମେଣ୍ଟ ମଧ୍ୟ ମିଳିଥିଲା ।

ସେମିତି ଏକ ଷ୍ଟୋରୀ ହେଲା, ଧୋନୀ ନିଜ ‘ଟି-ସାର୍ଟ’ରେ ଜଣେ ଫ୍ୟାନ୍‌ଙ୍କ ବାଇକ୍‌ ପୋଛିଲେ, ଆଉ ସେଥିରେ ନିଜର ଅଟୋଗ୍ରାଫ୍‌ ଦେଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ଲାଇକ୍‌ କମେଣ୍ଟ ସତେ ଯେମିତି ବର୍ଷା ହେଉଛି । ଫ୍ୟାନ୍ସମାନେ ଧୋନୀଙ୍କ ଏଭଳି ସିମ୍ପ୍ଲିସିଟି ପାଇଁ ତାଙ୍କୁ ଖୁବ୍‌ ପସନ୍ଦ କରିଛନ୍ତି । ତାଙ୍କର ନମ୍ରତା, ଉଦାରତା ଓ ସାଧାସିଧା ଜୀବନ ଯାପନ ଦେଖି ଫ୍ୟାନମାନେ ଖୁବ୍‌ ଖୁସି ହୋଇଛନ୍ତି ।

ଅନେକ କହିଛନ୍ତି, ଧୋନୀଙ୍କ ଏଭଳି ବ୍ୟକ୍ତିତ୍ୱ ହିଁ ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଥାଏ । ସେଥିପାଇଁ ତାଙ୍କୁ କ୍ୟାପ୍ଟେନ୍‌ କୁଲ କୁହାଯାଏ । ଧୋନୀଙ୍କ ଭଳି ଏତେ ନମ୍ର ଆଉ ଉଦାର, କୌଣସି ଖେଳାଳି ହୋଇପାରିବେ ନାହିଁ ବୋଲି କହିଛନ୍ତି ଫ୍ୟାନ୍ । ଖାଲି ସେତିକି ନୁହେଁ ଜଣେ ଫ୍ୟାନ୍‌ କମେଣ୍ଟରେ ଲେଖିଛନ୍ତି ବାଇକ୍‌କୁ ନିଜ ଟି-ସାର୍ଟରେ ସଫା କରିଛନ୍ତି ମାହି ଭାଇ । ଏଥିରୁ ଜଣାପଡ଼ୁଛି ବାଇକ୍‌ ପ୍ରତି ତାଙ୍କର କେତେ ଗଭୀର ଭଲପାଇବା ରହିଛି ।

ଧୋନୀ ସେହି ବାଇକ୍‌ରେ ନିଜର ଦସ୍ତଖତ କରିବା ପରେ ତାକୁ ଷ୍ଟାର୍ଟ କରିଥିଲେ ଆଉ ଗାଡ଼ିର ଶବ୍ଦ ଶୁଣି ଖୁସି ହେବା ସହ ପ୍ରଶଂସା ବି କରିଥିଲେ । ମାତ୍ର ଦୁଇ ଦିନ ହେବ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏବେ ସୁଦ୍ଧା ଏହାକୁ ୧୪ ମିଲିଅନ୍‌ରୁ ଅଧିକ ଲୋକ ଦେଖିସାରିଲେଣି ।